Categories: ବାଣିଜ୍ୟ

ଏଟିଏମ୍‌, ବ୍ୟାଙ୍କରୁ ହଟିବନି ଆଞ୍ଚଳିକ ଭାଷା

ନୂଆଦିଲ୍ଲୀ,୮।୯ : ବ୍ୟାଙ୍କ ଏବଂ ଏଟିଏମ୍‌ (ଅଟୋମେଟେଡ୍‌ ଟେଲର ମେଶିନ)ରୁ ଆଞ୍ଚଳିକ ଭାଷା ହଟିବ ନାହିଁ। ଏ ନେଇ ସରକାର କୌଣସି ନିର୍ଦ୍ଦେଶ ଦେଇନାହାନ୍ତି। ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାଙ୍କ କିମ୍ବା ଏଟିଏମ୍‌ ଲାଗି କୌଣସି ନିର୍ଦ୍ଦେଶ ଜାରି କରାଯାଇ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ସ୍ପଷ୍ଟ କରିଛନ୍ତି। ଡିଏମ୍‌କେ ସାଂସଦ ତିରୁଚି ସିବା ଏ ନେଇ ଏକ ଟୁଇଟ କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଏହାର ସ୍ପଷ୍ଟୀକରଣ ଅର୍ଥମନ୍ତ୍ରୀ ପ୍ରଦାନ କରିଛନ୍ତି। ବ୍ୟାଙ୍କ ଏବଂ ଏଟିଏମ୍‌ଗୁଡିକରେ ଆଞ୍ଚଳିକ ଭାଷା ହଟାଇବା ନେଇ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। ବରଂ ଆଞ୍ଚଳିକ ଭାଷାକୁ ସରକାର ଉତ୍ସାହିତ କରୁଥିବା ଅର୍ଥମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।

Share