ସିସିଟିଭିରେ କାଦୁଅ ଲଗାଇ ଏଟିଏମ୍‌ ଲୁଟ୍‌ ଉଦ୍ୟମ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜଧାନୀରେ ଥିବା ବ୍ୟାଙ୍କ୍‌ ଓ ଏଟିଏମ୍‌ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। ଲୁଟେରାମାନେ ଆଉ ଏକ ଏଟିଏମ୍‌କୁ ଟାର୍ଗେଟ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଶନିବାର ଭୋର୍‌ ସମୟରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଇଣ୍ଡିଆନ ବ୍ୟାଙ୍କ ଝାରପଡା ବ୍ରାଞ୍ଚର ଏଟିଏମ୍‌ ତାଡ଼ି ଲୁଟ୍‌ ଉଦ୍ୟମ କରୁଥିବାବେଳେ ୫ଜଣ ଧରାପଡ଼ି ଗିରଫ ହୋଇଛନ୍ତି। ସେମାନେ ହେଲେ ବିହାର ବେଗୁସରାଇର ଲାଲନ କୁମାର ଦାସ, ଗଞ୍ଜାମ ଭଞ୍ଜନଗର ଜିଲାର କୃଷ୍ଣ ଚନ୍ଦ୍ର ବାରିକ, ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଞ୍ଚଳର କାଳନ୍ଦି ବେହେରା, କନ୍ଧମାଳ ଜିଲା ଖଜୁରିପଡା ଥାନା ଅଞ୍ଚଳର ଲିଟୁ ବେହେରା ଓ ଗଞ୍ଜାମ ଜିଲା ବଡବଜାର ଥାନା ଅଞ୍ଚଳର ଶଙ୍କର କୁମାର ବେହେରା। ଏମାନେ ସମସ୍ତେ ହଳଦିପଡ଼ିଆ ବସ୍ତିରେ ରୁହନ୍ତି। ପୋଲିସ ସେମାନଙ୍କଠାରୁ ଏକ ଶାବଳ, ପେଚ୍‌କସ୍‌ ଓ ଅନ୍ୟ କେତେକ ସାମଗ୍ରୀ ଜବତ କରିଛି।

ଝାରପଡାସ୍ଥିତ ପ୍ଲଟ୍‌ ନଂ.ଏ/୨୮ରେ ଉକ୍ତ ଏଟିଏମ୍‌ କାଉଣ୍ଟର ରହିଛି। ତେବେ ଏଠାରୁ ହୋଇଥିବା ଲୁଟ୍‌ ଉଦ୍ୟମର ପୂରା ଦୃଶ୍ୟ ଏଟିଏମ୍‌ ମେଶିନ ସିକ୍ରେଟ କ୍ୟାମେରାରେ କଏଦ ହୋଇଛି। ଯୋଜନା ମୁତାବକ, ଭୋର ସମୟରେ ୨ଜଣ ଅଭିଯୁକ୍ତ ଏଟିଏମ ଭିତରକୁ ମୁଖା ପିନ୍ଧି ପ୍ରବେଶ କରିଥିବାବେଳେ ଅନ୍ୟ ୩ଜଣ ବାହାରେ ଜଗି ରହିଥିଲେ। ଦୁଇଜଣ ଲୁଟେରା କାଉଣ୍ଟରରେ ଲାଗିଥିବା ସିସିଟିଭିରେ କାଦୁଅ ଲଗାଇ ଏଟିଏମ୍‌ ତାଡ଼ିବାକୁ ଚେଷ୍ଟା କରିଥିଲେ। ମାତ୍ର ସଫଳ ନ ହେବାରୁ ସେମାନେ ପେଚ୍‌କସ ଓ ଶାବଳରେ ତାଡିବାକୁ ଉଦ୍ୟମ କରିଥିଲେ। ଶବ୍ଦ ଶୁଣି ନିକଟରେ ରହୁଥିବା କେତେଜଣ ଲୋକ ବାହାରକୁ ଆସି ଏଟିଏମ୍‌ ନିକଟରେ କେହିକିଛି କରୁଥିବା ଦେଖିଥିଲେ। ସେମାନେ ଏଟିଏମ୍‌ ଆଡକୁ ଆସୁଥିବା ଦେଖି ବାହାରେ ସୁରକ୍ଷା ଦେଉଥିବା ୩ ଅଭିଯୁକ୍ତ ହଠାତ୍‌ ଉକ୍ତ ସ୍ଥାନରୁ ପଳାଇବାରୁ ସନ୍ଦେହ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକ ଏକାଠି ହୋଇ ଏଟିଏମ ନିକଟକୁ ଯାଇ ଭିତରେ ଥିବା ଦୁଇଜଣଙ୍କୁ କାବୁ କରୁଥିବାବେଳେ ଜଣେ ଖସି ଯାଇଥିଲେ। ପିସିଆର ପୋଲିସ ପହଞ୍ଚତ୍ ଧରାପଡ଼ିଥିବା ଜଣଙ୍କୁ ଥାନାକୁ ନେଇ ଅଟକ ରଖିଥିଲା। ଇଣ୍ଡିଆନ ବ୍ୟାଙ୍କ ମ୍ୟାନେଜର ଅସୀତ ରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୩୧୫/୨୦) ରୁଜୁ କରିବା ସହ ସଂପୃକ୍ତ ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୦ ରାତିରେ ଇନ୍‌ଫୋସିଟି ଥାନାଞ୍ଚଳରେ ଥିବା ପିଏନ୍‌ବି ଏଟିଏମ୍‌କୁ ଗ୍ୟାସ୍‌ କଟରରେ କାଟି ୨୭ଲକ୍ଷ ଲୁଟ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri