ଅଗ୍ନିପଥ’କୁ ବିରୋଧ କରି ଜାତୀୟ ରାଜପଥ ଅବରୋଧ

ଭଦ୍ରକ ଅଫିସ,୨୦ା୬: ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ସୋମବାର ପୂର୍ବାହ୍ନରେ ଭଦ୍ରକ ବନ୍ତ ଛକଠାରେ ଆଶାୟୀ ଯୁବକମାନେ ୧୬ନଂ. ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ସାମାଜିକ କର୍ମୀ ଭବେନ୍ଦ୍ର ସାହୁ ଓ ଦୀପକ କୁମାର ନାୟକଙ୍କ ନେତୃତ୍ୱରେ ଶତାଧିକ ଆଶାୟୀ ଯୁବକ ନେହେରୁ ଷ୍ଟାଡିୟମରୁ ଶୋଭାଯାତ୍ରାରେ ଆସି ବନ୍ତ ଛକଠାରେ ପହଞ୍ଚି କିଛି ସମୟ ରାସ୍ତାରୋକୋ କରିଥିଲେ। ଏହି ଯୋଜନାକୁ ପ୍ରତ୍ୟାହାର ଓ ସେନାବାହିନୀରେ ଲିଖିତ ପରୀକ୍ଷା କରି ସ୍ଥାୟୀ ନିଯୁକ୍ତି ଦାବି ହୋଇଛି। ଭଦ୍ରକ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା।