ଲାଇଭ କନ୍ସର୍ଟବେଳେ ସିଙ୍ଗର୍‌ଙ୍କ ଉପରେ ଟଙ୍କା ବର୍ଷା କଲେ ଦର୍ଶକ: ରାଗିଯାଇ ସିଙ୍ଗର୍‌ କଲେ ଏମିତି କାମ

ପାକିସ୍ତାନୀ ସିଙ୍ଗର୍‌ ଅତିଫ ଅସଲାମ ତାଙ୍କ ସ୍ବରରେ ପ୍ରଶଂସକଙ୍କୁ ପାଗଳ କରିଥାନ୍ତି। ତାଙ୍କର କନସର୍ଟ ସମଗ୍ର ବିଶ୍ୱରେ ଆୟୋଜିତ ହୋଇଥାଏ। ଏଥିରେ ଲକ୍ଷ ଲକ୍ଷ ଲୋକ ଯୋଗଦେବାକୁ ଯାଆନ୍ତି। ନିକଟରେ କିଛି ଲୋକ ଲାଇଭ କନସର୍ଟରେ ଅତିଫଙ୍କ ଉପରେ ଟଙ୍କା ବର୍ଷା କରିଥିଲେ। ଏଥିରେ ସେ ରାଗିଯାଇ ଦର୍ଶକଙ୍କୁ ଉଚିତ୍‌ ଜବାବ ଦେଇଥିଲେ।
କନର୍ସରେ ଅତିଫ୍‌ ଗୀତ ଗାଉଥିବା ସମୟରେ ଜଣେ ପ୍ରଶଂସକ ତାଙ୍କ ଉପରେ ଟଙ୍କା ଫିଙ୍ଗିଥିଲେ। ଯାହା ପରେ ସେ ରାଗିଗଲେ କିନ୍ତୁ ସେ ନିଜ କ୍ରୋଧକୁ ନିୟନ୍ତ୍ରଣ କରି ତାଙ୍କୁ ଭଲ ଶିକ୍ଷା ଦେଲେ। ଅତିଫ୍‌ ଶୋ ବନ୍ଦ କରି ପ୍ରଶଂସକଙ୍କୁ ମଞ୍ଚକୁ ଡାକିଥିଲେ। ମଞ୍ଚରେ ପ୍ରଶଂସକଙ୍କୁ ଡାକି କହିଥିଲେ, ଏହି ଟଙ୍କା ଦାନ କର, ଏହାକୁ ମୋ ଉପରେ ପକାନ୍ତୁ ନାହିଁ। ଏହା ଟଙ୍କା ପ୍ରତି ଅପମାନ। ଲାଇଭ କନସର୍ଟର ଭିଡିଓ ଭାଇରାଲ ହେବାରେ ଲାଗିଛି।

Share