Posted inଖେଳ

ପ୍ରଥମଥର ଭର୍ଚୁଆଲ ଉତ୍ସବରେ ପୁରସ୍କାର ଗ୍ରହଣ କଲେ କ୍ରୀଡ଼ାବିତ୍:‌ ରୋହିତ, ଈଶାନ୍ତ, ଭିନେଶ, ସାତ୍ତ୍ୱିକ ଅନୁପସ୍ଥିତ

ନୂଆଦିଲ୍ଲୀ ୩୦। ୮ (ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ପ୍ରଥମଥର ଭର୍ଚୁଆଲ ଉତ୍ସବରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ ସହରରେ ଥିବା ଆଥଲେଟ୍‌ମାନଙ୍କୁ ପୁରସ୍କୃତ କରିଛନ୍ତି। ୭୪ଜଣ ବିଜେତାଙ୍କ ମଧ୍ୟରୁ ୬୦ଜଣ କ୍ରୀଡ଼ାବିତ୍‌ ଭର୍ଚୁଆଲ ଉତ୍ସବରେ ଯୋଗ ଦେଇଥିଲେ। ଏହି କ୍ରୀଡ଼ାବିତ୍‌ମାନେ ବିଭିନ୍ନ ସାଇ ସେଣ୍ଟରରେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ। କ୍ରିକେଟର ରୋହିତ ଶର୍ମା ଖେଳରତ୍ନ ଓ ଈଶାନ୍ତ ଶର୍ମା ଅର୍ଜୁନ ପୁରସ୍କାର ଗ୍ରହଣ କରିବାକୁ ଅନୁପସ୍ଥିତ ଥିଲେ। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପ୍ରତିବଦ୍ଧତା ପାଇଁ ଏହି ଦୁଇ କ୍ରିକେଟର ଅନୁପସ୍ଥିତ ଥିଲେ। ସେହିପରି ମହିଳା ତାରକା ରେସଲର ଭିନେଶ ଫୋଗତ୍‌ ଖେଳରତ୍ନ ଓ ବ୍ୟାଡମିଣ୍ଟନ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଅର୍ଜୁନ ପୁରସ୍କାର ଗ୍ରହଣ କରିବାକୁ ଅନୁପସ୍ଥିତ ଥିଲେ। କୋଭିଡ୍‌-୧୯ ପଜିଟିଭ୍‌ ହେବା କାରଣରୁ ଏହି ଦୁଇ ଖେଳାଳି ଉତ୍ସବରେ ଅନୁପସ୍ଥିତ ଥିଲେ।
ତେବେ ଅନ୍ୟ ୩ ଖେଳରତ୍ନ ବିଜେତା ଟିଟି ଖେଳାଳି ମନିକା ବାତ୍ରା, ପାରାଅଲିମ୍ପିକ୍‌ ଗୋଲ୍ଡ ମେଡାଲିଷ୍ଟ ମାରିୟାପ୍ପାନ ଥଙ୍ଗାଭେଲୁ ଓ ମହିଳା ହକି ଅଧିନାୟିକା ରାନୀ ରାମପଲ ଏହି ଭର୍ଚୁଆଲ ଉତ୍ସବରେ ଯୋଗ ଦେଇଥିଲେ। ବାତ୍ରା ପୁଣେରୁ, ଥଙ୍ଗାଭେଲୁ ଓ ରାମପାଲ ବେଙ୍ଗାଲୁରୁରୁ ଯୋଗ ଦେଇଥିଲେ।
ଉତ୍ସବରେ ବିଜେତାଙ୍କ ନାମ ଘୋଷଣା ହେବା ଓ ସେମାନଙ୍କ ସଫଳତା ସମ୍ପର୍କରେ ଘୋଷଣା କରାଯିବା ମାତ୍ରେ ରାଷ୍ଟ୍ରପତି କୋବିନ୍ଦ ତାଳି ବଜାଇ ସମ୍ମାନ ପ୍ରଦର୍ଶନ କରିଥିଲେ। କୋବିନ୍ଦ ରାଷ୍ଟ୍ରପତି ଭବନ ଦରବାର ହଲ୍‌ରେ ଉପସ୍ଥିତ ରହି ଉତ୍ସବରେ ଯୋଗ ଦେଇଥିଲେ। କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ରାଷ୍ଟ୍ରପତି ପ୍ରଥମଥର ପାଇଁ କୌଣସି ଉତ୍ସବରେ ଯୋଗ ଦେଇଛନ୍ତି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ୨୨ଜଣ ଅଜୁର୍ନ ପୁରସ୍କାର ବିଜେତା ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ।
ମହାମାରୀ କାରଣରୁ ୪୪ ବର୍ଷର ଇତିହାସରେ ଆଥଲେଟ୍‌, ଅତିଥି, ସମ୍ମାନନୀୟ ବ୍ୟକ୍ତିମାନେ ଦରବାର ହଲ୍‌ରେ ପ୍ରଥମଥର ପାଇଁ ଏକାଠି ହୋଇପାରି ନ ଥିଲେ। ୧ ଘଣ୍ଟାରୁ ସାମାନ୍ୟ ଊର୍ଦ୍ଧ୍ୱ ସମୟଧରି ଆୟୋଜିତ ଏହି ଉତ୍ସବରେ ସବୁ ବିଜେତାମାନଙ୍କୁ ରାଷ୍ଟ୍ରପତି କୋବିନ୍ଦ ଅଭିନନ୍ଦନ ଜଣାଇଛନ୍ତି। ୨୦୨୮ ଅଲିମ୍ପିକ୍ସରେ ଭାରତ ପଦକ ତାଲିକାର ଶ୍ରେଷ୍ଠ-୧୦ରେ ରହିପାରିବ ବୋଲି ସେ ବିଶ୍ୱାସର ସହିତ କହିଛନ୍ତି। ଭାରତୀୟ କ୍ରୀଡ଼ା ସଂସ୍କୃତିରେ ଉନ୍ନତି ହେବାର ଆବଶ୍ୟକତା ରହିଛି ଓ ଏ ନେଇ ସମସ୍ତେ ମଳିମିଶି କାର୍ଯ୍ୟ କରିବା ଉଚିତ। ମହାମାରୀ ଦ୍ୱାରା ପ୍ରଭାବିତ ନ ହୋଇ ଆଥଲେଟ୍‌ମାନେ ଆହୁରି ଦୃଢ ଭାବେ ଉପରକୁ ଉଠିବେ ବୋଲି ରାଷ୍ଟ୍ରପତି ଆଶା ପ୍ରକାଶ କରିଛନ୍ତି।
ଅର୍ଜୁନ ପୁରସ୍କାର ଜିତିଥିବା ଶ୍ରେଷ୍ଠ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଏଥର ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ, ମହିଳା କ୍ରିକେଟର ଦୀପ୍ତି ଶର୍ମା, ମହିଳା ଗଲ୍ଫର ଆଦିତି ଅଶୋକ ଓ ପୁରୁଷ ହକି ତାରକା ଆକାଶଦୀପ ସିଂ ସାମିଲ ରହିଥିଲେ। ୮ଜଣ କୋଚ୍‌ଙ୍କୁ ଲାଇଫ୍‌ ଟାଇମ୍‌ କାଟେଗୋରି ପାଇଁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ଆର୍ଚେରୀ କୋଚ୍‌ ଧର୍ମେନ୍ଦ୍ର ତିଓ୍ବାରୀ, ନରେଶ କୁମାର (ଟେନିସ), ଶିବ ସିଂ (ବକ୍ସିଂ) ଓ ରମେଶ ପଠାଣିଆ (ହକି)। ସେହିପରି ଦ୍ରେଣାଚାର୍ଯ୍ୟ ରେଗୁଲାର କାଟେଗୋରିରେ ୫ ଜଣ ପୁରସ୍କୃତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ହକି କୋଚ୍‌ ଜୁଡେ ଫେଲିକ୍ସ ଓ ଶୁଟିଂ କୋଚ୍‌ ଯଶପାଲ ରାଣା। କିନ୍ତୁ ଏକ ଦୁଃଖଦ ଘଟଣାକ୍ରମରେ ଦ୍ରୋଣାଚାର୍ଯ୍ୟ (ଲାଇଫ୍‌ଟାଇମ) ବିଜେତା ଆଥଲେଟିକ କୋଚ୍‌ ପୁରୁଷୋତ୍ତମ ରାଏ ବେଙ୍ଗାଲୁରୁରେ ହୃଦ୍‌ଘାତ୍‌ରେ ପ୍ରାଣ ହରାଇଛନ୍ତି।
ଧ୍ୟାନଚାନ୍ଦ ପୁରସ୍କାର ଜିତିଥିବା ୧୫ଜଣଙ୍କ ମଧ୍ୟରେ ସାମିଲ ରହିଛନ୍ତି ସୁଖବିନ୍ଦର ସିଂ ସାନ୍ଧୁ (ଫୁଟବଲ), ତୃପ୍ତି ମୁର୍ଗୁଣ୍ଡେ (ବ୍ୟାଡମିଣ୍ଟନ) ଓ ନନ୍ଦନ ବଳ (ଟେନିସ)। ବିଦେଶରେ ଥିବାରୁ ଗଲ୍ଫର ଆଦିତି ଅଶୋକ ଓ ପୂର୍ବତନ ଫୁଟବଲର ସୁଖବିନ୍ଦର ସିଂ ଉତ୍ସବରେ ଯୋଗ ଦେଇ ନ ଥିଲେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍‌ ଲାଇନ୍‌ ଅନୁସାରେ ଉତ୍ସବରେ ସବୁ ପ୍ରକାର ସ୍ବାସ୍ଥ୍ୟଗତ ପ୍ରୋଟୋକଲକୁ ଅନୁସରଣ କରାଯାଇଥିଲା ଓ ସମେସ୍ତେ ଏହାକୁ ଅନୁସରଣ କରିଥିଲେ। ପୁରସ୍କାର ବିଜେତାମାନେ ପିପିଇ କିଟ୍‌ ପରିଧାନ କରିଥିବା ଲକ୍ଷ୍ୟ କରାଯାଇଥିଲା। କ୍ରୀଡ଼ା ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁସାରେ ଉତ୍ସବ ଭେନ୍ୟୁରେ ପହଞ୍ଚିବା ପୂର୍ବରୁ କୋଭିଡ୍‌-୧୯ ଟେଷ୍ଟରେ ସମ୍ମୁଖୀନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବଡ଼ ବୟାନ ଦେଲେ ଗାଙ୍ଗୁଲି, କହିଲେ ସୂର୍ଯ୍ୟକୁମାର ଯାଦବ ନୁହେଁ ଏହି ଖେଳାଳିଙ୍କୁ ଦିଆଯାଉ ଟିମ ଇଣ୍ଡିଆର ଟି-୨୦ କ୍ୟାପଟେନଶିପ

ନୂଆଦିଲ୍ଲୀ,୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆଜି, ଡିସେମ୍ବର ୯,୨୦୨୫ରେ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri