Posted inଖେଳ

ପ୍ରଥମଥର ଭର୍ଚୁଆଲ ଉତ୍ସବରେ ପୁରସ୍କାର ଗ୍ରହଣ କଲେ କ୍ରୀଡ଼ାବିତ୍:‌ ରୋହିତ, ଈଶାନ୍ତ, ଭିନେଶ, ସାତ୍ତ୍ୱିକ ଅନୁପସ୍ଥିତ

ନୂଆଦିଲ୍ଲୀ ୩୦। ୮ (ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ପ୍ରଥମଥର ଭର୍ଚୁଆଲ ଉତ୍ସବରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ ସହରରେ ଥିବା ଆଥଲେଟ୍‌ମାନଙ୍କୁ ପୁରସ୍କୃତ କରିଛନ୍ତି। ୭୪ଜଣ ବିଜେତାଙ୍କ ମଧ୍ୟରୁ ୬୦ଜଣ କ୍ରୀଡ଼ାବିତ୍‌ ଭର୍ଚୁଆଲ ଉତ୍ସବରେ ଯୋଗ ଦେଇଥିଲେ। ଏହି କ୍ରୀଡ଼ାବିତ୍‌ମାନେ ବିଭିନ୍ନ ସାଇ ସେଣ୍ଟରରେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ। କ୍ରିକେଟର ରୋହିତ ଶର୍ମା ଖେଳରତ୍ନ ଓ ଈଶାନ୍ତ ଶର୍ମା ଅର୍ଜୁନ ପୁରସ୍କାର ଗ୍ରହଣ କରିବାକୁ ଅନୁପସ୍ଥିତ ଥିଲେ। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପ୍ରତିବଦ୍ଧତା ପାଇଁ ଏହି ଦୁଇ କ୍ରିକେଟର ଅନୁପସ୍ଥିତ ଥିଲେ। ସେହିପରି ମହିଳା ତାରକା ରେସଲର ଭିନେଶ ଫୋଗତ୍‌ ଖେଳରତ୍ନ ଓ ବ୍ୟାଡମିଣ୍ଟନ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଅର୍ଜୁନ ପୁରସ୍କାର ଗ୍ରହଣ କରିବାକୁ ଅନୁପସ୍ଥିତ ଥିଲେ। କୋଭିଡ୍‌-୧୯ ପଜିଟିଭ୍‌ ହେବା କାରଣରୁ ଏହି ଦୁଇ ଖେଳାଳି ଉତ୍ସବରେ ଅନୁପସ୍ଥିତ ଥିଲେ।
ତେବେ ଅନ୍ୟ ୩ ଖେଳରତ୍ନ ବିଜେତା ଟିଟି ଖେଳାଳି ମନିକା ବାତ୍ରା, ପାରାଅଲିମ୍ପିକ୍‌ ଗୋଲ୍ଡ ମେଡାଲିଷ୍ଟ ମାରିୟାପ୍ପାନ ଥଙ୍ଗାଭେଲୁ ଓ ମହିଳା ହକି ଅଧିନାୟିକା ରାନୀ ରାମପଲ ଏହି ଭର୍ଚୁଆଲ ଉତ୍ସବରେ ଯୋଗ ଦେଇଥିଲେ। ବାତ୍ରା ପୁଣେରୁ, ଥଙ୍ଗାଭେଲୁ ଓ ରାମପାଲ ବେଙ୍ଗାଲୁରୁରୁ ଯୋଗ ଦେଇଥିଲେ।
ଉତ୍ସବରେ ବିଜେତାଙ୍କ ନାମ ଘୋଷଣା ହେବା ଓ ସେମାନଙ୍କ ସଫଳତା ସମ୍ପର୍କରେ ଘୋଷଣା କରାଯିବା ମାତ୍ରେ ରାଷ୍ଟ୍ରପତି କୋବିନ୍ଦ ତାଳି ବଜାଇ ସମ୍ମାନ ପ୍ରଦର୍ଶନ କରିଥିଲେ। କୋବିନ୍ଦ ରାଷ୍ଟ୍ରପତି ଭବନ ଦରବାର ହଲ୍‌ରେ ଉପସ୍ଥିତ ରହି ଉତ୍ସବରେ ଯୋଗ ଦେଇଥିଲେ। କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ରାଷ୍ଟ୍ରପତି ପ୍ରଥମଥର ପାଇଁ କୌଣସି ଉତ୍ସବରେ ଯୋଗ ଦେଇଛନ୍ତି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ୨୨ଜଣ ଅଜୁର୍ନ ପୁରସ୍କାର ବିଜେତା ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଥିଲେ।
ମହାମାରୀ କାରଣରୁ ୪୪ ବର୍ଷର ଇତିହାସରେ ଆଥଲେଟ୍‌, ଅତିଥି, ସମ୍ମାନନୀୟ ବ୍ୟକ୍ତିମାନେ ଦରବାର ହଲ୍‌ରେ ପ୍ରଥମଥର ପାଇଁ ଏକାଠି ହୋଇପାରି ନ ଥିଲେ। ୧ ଘଣ୍ଟାରୁ ସାମାନ୍ୟ ଊର୍ଦ୍ଧ୍ୱ ସମୟଧରି ଆୟୋଜିତ ଏହି ଉତ୍ସବରେ ସବୁ ବିଜେତାମାନଙ୍କୁ ରାଷ୍ଟ୍ରପତି କୋବିନ୍ଦ ଅଭିନନ୍ଦନ ଜଣାଇଛନ୍ତି। ୨୦୨୮ ଅଲିମ୍ପିକ୍ସରେ ଭାରତ ପଦକ ତାଲିକାର ଶ୍ରେଷ୍ଠ-୧୦ରେ ରହିପାରିବ ବୋଲି ସେ ବିଶ୍ୱାସର ସହିତ କହିଛନ୍ତି। ଭାରତୀୟ କ୍ରୀଡ଼ା ସଂସ୍କୃତିରେ ଉନ୍ନତି ହେବାର ଆବଶ୍ୟକତା ରହିଛି ଓ ଏ ନେଇ ସମସ୍ତେ ମଳିମିଶି କାର୍ଯ୍ୟ କରିବା ଉଚିତ। ମହାମାରୀ ଦ୍ୱାରା ପ୍ରଭାବିତ ନ ହୋଇ ଆଥଲେଟ୍‌ମାନେ ଆହୁରି ଦୃଢ ଭାବେ ଉପରକୁ ଉଠିବେ ବୋଲି ରାଷ୍ଟ୍ରପତି ଆଶା ପ୍ରକାଶ କରିଛନ୍ତି।
ଅର୍ଜୁନ ପୁରସ୍କାର ଜିତିଥିବା ଶ୍ରେଷ୍ଠ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଏଥର ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ, ମହିଳା କ୍ରିକେଟର ଦୀପ୍ତି ଶର୍ମା, ମହିଳା ଗଲ୍ଫର ଆଦିତି ଅଶୋକ ଓ ପୁରୁଷ ହକି ତାରକା ଆକାଶଦୀପ ସିଂ ସାମିଲ ରହିଥିଲେ। ୮ଜଣ କୋଚ୍‌ଙ୍କୁ ଲାଇଫ୍‌ ଟାଇମ୍‌ କାଟେଗୋରି ପାଇଁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ଆର୍ଚେରୀ କୋଚ୍‌ ଧର୍ମେନ୍ଦ୍ର ତିଓ୍ବାରୀ, ନରେଶ କୁମାର (ଟେନିସ), ଶିବ ସିଂ (ବକ୍ସିଂ) ଓ ରମେଶ ପଠାଣିଆ (ହକି)। ସେହିପରି ଦ୍ରେଣାଚାର୍ଯ୍ୟ ରେଗୁଲାର କାଟେଗୋରିରେ ୫ ଜଣ ପୁରସ୍କୃତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ହକି କୋଚ୍‌ ଜୁଡେ ଫେଲିକ୍ସ ଓ ଶୁଟିଂ କୋଚ୍‌ ଯଶପାଲ ରାଣା। କିନ୍ତୁ ଏକ ଦୁଃଖଦ ଘଟଣାକ୍ରମରେ ଦ୍ରୋଣାଚାର୍ଯ୍ୟ (ଲାଇଫ୍‌ଟାଇମ) ବିଜେତା ଆଥଲେଟିକ କୋଚ୍‌ ପୁରୁଷୋତ୍ତମ ରାଏ ବେଙ୍ଗାଲୁରୁରେ ହୃଦ୍‌ଘାତ୍‌ରେ ପ୍ରାଣ ହରାଇଛନ୍ତି।
ଧ୍ୟାନଚାନ୍ଦ ପୁରସ୍କାର ଜିତିଥିବା ୧୫ଜଣଙ୍କ ମଧ୍ୟରେ ସାମିଲ ରହିଛନ୍ତି ସୁଖବିନ୍ଦର ସିଂ ସାନ୍ଧୁ (ଫୁଟବଲ), ତୃପ୍ତି ମୁର୍ଗୁଣ୍ଡେ (ବ୍ୟାଡମିଣ୍ଟନ) ଓ ନନ୍ଦନ ବଳ (ଟେନିସ)। ବିଦେଶରେ ଥିବାରୁ ଗଲ୍ଫର ଆଦିତି ଅଶୋକ ଓ ପୂର୍ବତନ ଫୁଟବଲର ସୁଖବିନ୍ଦର ସିଂ ଉତ୍ସବରେ ଯୋଗ ଦେଇ ନ ଥିଲେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍‌ ଲାଇନ୍‌ ଅନୁସାରେ ଉତ୍ସବରେ ସବୁ ପ୍ରକାର ସ୍ବାସ୍ଥ୍ୟଗତ ପ୍ରୋଟୋକଲକୁ ଅନୁସରଣ କରାଯାଇଥିଲା ଓ ସମେସ୍ତେ ଏହାକୁ ଅନୁସରଣ କରିଥିଲେ। ପୁରସ୍କାର ବିଜେତାମାନେ ପିପିଇ କିଟ୍‌ ପରିଧାନ କରିଥିବା ଲକ୍ଷ୍ୟ କରାଯାଇଥିଲା। କ୍ରୀଡ଼ା ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁସାରେ ଉତ୍ସବ ଭେନ୍ୟୁରେ ପହଞ୍ଚିବା ପୂର୍ବରୁ କୋଭିଡ୍‌-୧୯ ଟେଷ୍ଟରେ ସମ୍ମୁଖୀନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

IPL 2026: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ୍‌, କେଉଁଠି ଏବଂ କିପରି ଲାଇଭ ଦେଖିବେ ଜାଣନ୍ତୁ…

ବେଙ୍ଗାଲୁରୁର,୨୭।୩: IPL 2026 ସିଜିନର ପ୍ରଥମ ମ୍ୟାଚ୍‌ ଦୁଇଟି ଶକ୍ତିଶାଳୀ ଦଳ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। RCB ଘରୋଇ ପଡ଼ିଆରେ ବିଜୟ ସହିତ…

ଅନ୍ତର୍ଜାତୀୟ ଡେବ୍ୟୁ କରିପାରିବେ ବୈଭବ ସୂର୍ଯ୍ୟବଂଶୀ, ଆଉ ବାଧକ ସାଜିବନି ICC ନିୟମ

ନୂଆଦିଲ୍ଲୀ,୨୭।୩: ହରାରେ ସ୍ପୋଟର୍‌ସ କ୍ଲବରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ରୌଦ୍ର ରୂପ ଦେଖାଇଥିଲେ। ଇଂଲଣ୍ଡ ବିପକ୍ଷରେ ଫାଇନାଲ…

ବେଙ୍ଗାଲୁରୁକୁ ବଡ଼ ଝଟକା, ଏହି ଖେଳାଳିଙ୍କୁ ମିଳିଲା ନାହିଁ ନୋ ଅବଜେକ୍ସନ ସାର୍ଟିଫିକେଟ

ନୂଆଦିଲ୍ଲୀ,୨୭ା୩: ଶ୍ରୀଲଙ୍କାର ପେସର ନୁଓ୍ୱାନ ଥୁସାରା ଆଗାମୀ ଆଇପିଏଲ୍‌ ମିସ କରିବେ। ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)ର ନୂଆ କଡ଼ା ଫିଟ୍‌ନେସ ପଲିସୀ ଅନୁଯାୟୀ, ତାଙ୍କୁ ନୋ ଅବଜେକ୍ସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri