Posted inଖେଳ

ଆଥ୍‌ଲେଟଙ୍କୁ ନ୍ୟାୟ ମିଳିବା ଆବଶ୍ୟକ: ପ୍ରକାଶ

ନୂଆଦିଲ୍ଲୀ,୩ା୫(ପି.ଟି.): ଭାରତୀୟ ରେସ୍‌ଲିଂ ସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାରେ ଆଥ୍‌ଲେଟଙ୍କ ସମର୍ଥନରେ ବାହାରିଛନ୍ତି ଇଣ୍ଡିଆନ୍‌ ଅଲିମ୍ପିକ୍ସ ଆସୋସିଏଶନ (ଆଇଓଏ)ର ପ୍ରକାଶ କର୍ହାନା। ଆଥ୍‌ଲେଟ୍ସ କମିଶନ ସଦସ୍ୟ ରହିଥିବା କର୍ହାନା କହିଛନ୍ତି, ଅଧିକାର ପାଇଁ ଲଢେଇ କରୁଥିବା ଆଥ୍‌ଲେଟମାନଙ୍କୁ ନ୍ୟାୟ ମିଳିବା ଆବଶ୍ୟକ। ଶଟପୁଟରେ ପୂର୍ବତନ ଜାତୀୟ ରେକର୍ଡର ଅଧିକାରୀ ତଥା ଏସିଆନ୍‌ ଚାମ୍ପିୟନ ୩୬ ବର୍ଷୀୟ କର୍ହାନା କହିଛନ୍ତି, ଖେଳାଳିଙ୍କୁ ନ୍ୟାୟ ନ ମିଳିଲେ ବ୍ୟବସ୍ଥା ଉପରୁ ସେମାନଙ୍କର ଭରସା ଉଠିଯିବ। ଆଥ୍‌ଲେଟ୍ସ କମିଶନର ସଦସ୍ୟ ଭାବରେ ନୁହେଁ ବରଂ ବ୍ୟକ୍ତିଗତ ଭାବରେ ମୁଁ ଏଭଳି ଅନୁଭବ କରୁଛି ବୋଲି ସେ କହିଛନ୍ତି। ଆଥ୍‌ଲେଟମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ପାଇଁ ଦେଶବାସୀ ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି। ମହିଳା ଆଥ୍‌ଲେଟଙ୍କ ପ୍ରତି ହୋଇଥିବା ଅନ୍ୟାୟର ଏକ ସ୍ବଚ୍ଛ ତଦନ୍ତ ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି। ଅଭିଯୁକ୍ତ କିମ୍ବା ଅଭିଯୋଗକାରୀ କିଏ ମିଛ କହୁଛନ୍ତି ତାହା ସ୍ପଷ୍ଟ ହେବା ଦରକାର ବୋଲି ମଧ୍ୟ ସେ କହିଛନ୍ତି। ଆରମ୍ଭରୁ ଏଫ୍‌ଆଇଆର ଦାଖଲରେ ଦିଲ୍ଲୀ ପୋଲିସ ବିଳମ୍ବ କରିଥିଲା, ମାତ୍ର ବର୍ତ୍ତମାନ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ସ୍ବଚ୍ଛତାର ସହ ତଦନ୍ତ ହେବା ଆବଶ୍ୟକ ବୋଲି ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ପ୍ରକାଶ କହିଛନ୍ତି। ତୃତୀୟ ଭାରତୀୟ ଖେଳାଳି ଭାବରେ ୨୦ ମିଟର ଦୂରତ୍ୱ ଅତିକ୍ରମ କରିଥିବା ପ୍ରକାଶ କହିଛନ୍ତି, ମୁଁ ଏକ ନିପଟ ମଫସଲ ଅଞ୍ଚଳରୁ ଆସିଥିଲି। ଏବେ ବି ଗ୍ରାମାଞ୍ଚଳରେ କ୍ରୀଡାକୁ କ୍ୟାରିୟର ଭାବରେ ଗ୍ରହଣ କରିବାକୁ ଅନେକ କ୍ରୀଡାବିତ୍‌ ପଛଘୁଞ୍ଚା ଦେଇଥାନ୍ତି। ଏପରି ସ୍ଥଳେ ମହିଳା ଆଥ୍‌ଲେଟଙ୍କ ପ୍ରତି ଅନ୍ୟାୟ ହେଲେ ଗ୍ରାମାଞ୍ଚଳରେ ଏହାର ଏକ ଖରାପ ପ୍ରଭାବ ପଡିବ। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏହା ଦେଶ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ବୋଲି ସେ ମତ ରଖିଛନ୍ତି। ୧୦ ଜଣିଆ ଆଥ୍‌ଲେଟ୍ସ କମିଶନ ପକ୍ଷରୁ ଏଯାଏ କୌଣସି ବିଧିବଦ୍ଧ ବୟାନ ଆସି ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ବ୍ରିଜ୍‌ଭୂଷଣଙ୍କ ନାମରେ ଦୁଇଟି ମାମଲା ରୁଜୁ କରାଯାଇଥିଲା। ଜଣେ ନାବାଳିକା ମହିଳା ଆଥ୍‌ଲେଟଙ୍କ ଅଭିଯୋଗ ଅନୁସାରେ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଛି। ଅନ୍ୟ ମାମଲାଟି ଖେଳାଳିଙ୍କ ସମ୍ମାନ ହାନି କାରଣରୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri