କ୍ରିକେଟରଙ୍କ ପ୍ରେମରେ ଆଥିୟା!

ମୁମ୍ବାଇ: ବଲିଉଡ୍ ଅଭିନେତା ସୁନିଲ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟି ତାଙ୍କ ଲଭ୍ ଆଫେୟାର୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଏକଥା ମଧ୍ୟ ସମସ୍ତଙ୍କୁ ଜଣା ଯେ ଆଥିୟାଙ୍କ ନାଁ କ୍ରିକେଟର କେ. ଏଲ୍ ରାହୁଲଙ୍କ ସହ ଯୋଡି ହୋଇ ରହିଛି । ଆଥିୟା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ଆଉ ସମୟ ସମୟରେ ସେ ଯେଉଁ ଫଟୋ ଓ ଭିଡିଓ ଶେୟାର କରନ୍ତି ତାହା ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଥାଏ । ନିକଟରେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କ୍ରିକେଟର କେ. ଏଲ୍ ରାହୁଲଙ୍କ ସହ ନଜର ଆସିଛନ୍ତି । ଏହି ଫଟୋକୁ ରବିନ ଉଥପ୍ପାଙ୍କ ପତ୍ନୀ ଶୀତଳ ଶେୟାର କରିଛନ୍ତି । ହେଲେ ଏମାନେ ଏକା ନୁହେଁ ବରଂ ସେହି ଫଟୋରେ ରବିନ ଉଥପ୍ପାଙ୍କ ପତ୍ନୀ ଶୀତଲ, କ୍ରିକେଟର କେ. ଏଲ୍ ରାହୁଲ ଓ ତାଙ୍କ ଭଉଣୀ ଭାବନା, ଆଥିୟା ସେଟ୍ଟି ଓ କ୍ରିକେଟର ସିନାନ ଖାଦିର ନଜର ଆସୁଛନ୍ତି । ସମସ୍ତେ ଏକ ଲମ୍ବା ଡାଇନିଂ ଟେବୁଲରେ ବସିଥିବା ଦେଖାଯାଉଛି । ଆଥିୟା ହ୍ୱାଇଟ୍ ଲାଇନିଂ ସାର୍ଟରେ ନଜର ଆସୁଥିବା ବେଳେ କେ. ଏଲ୍‌. ରାହୁଲ ଏକ ବ୍ଲାକ ସ୍ୱେଟରରେ ଦେଖାଯାଉଛନ୍ତି । ଶୀତଲ ଏହି ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି ମୁଁ ଏମାନଙ୍କର ଭଲ ବନ୍ଧୁ ହୋଇଯାଇଛି, ଯେଉଁମାନେ ଆରମ୍ଭରୁ ମୋର ପରିବାର ଥିଲେ । ଆଉ ଜୀବନର ପ୍ରତିଟି ମୁହୂର୍ତ୍ତରେ ମୋତେ ଆଗକୁ ଯିବାକୁ ସାହାଯ୍ୟ କରିଛନ୍ତି । ଆଥିୟା ଏହାର ପ୍ରତିକ୍ରିୟାରେ ଏକ ହାର୍ଟ ଇମୋଜି ଦେଇ କମେଣ୍ଟ ଦେଇଛନ୍ତି । ସୂଚନାଯୋଗ୍ୟ, ଆଥିୟା ଓ କେ. ଏଲ୍ ରାହୁଲ ବହୁ ଦିନରୁ ରିଲେସନଶିପରେ ଥିବା ଆଲୋଚନା ହେଉଥିବା ବେଳେ ଏମାନେ କିନ୍ତୁ ଏହାକୁ କେବେ ସ୍ୱିକାର କରି ନାହାଁନ୍ତି ।

Share