ସାତଫେରା ନେଲେ ଆଥିଆ-ରାହୁଲ

ମୁମ୍ବାଇ,୨୩।୧: ଦୀର୍ଘଦିନର ସମ୍ପର୍କ ପରେ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର୍‌ କେ.ଏଲ ରାହୁଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ଫାର୍ମହାଉସରେ ସୋମବାର ଦୁହେଁ ରାଜକୀୟ ଢଙ୍ଗରେ ବିବାହ କରିଛନ୍ତି। ତେବେ ବିବାହକୁ ଦେଇ ସୁନୀଲ ଶେଟ୍ଟୀ କନଫର୍ମ କରିଛନ୍ତି। ଶନିବାରଠାରୁ ଦୁହିଁଙ୍କର ବିବାହ ଉତ୍ସବ ଆରମ୍ଭ ହୋଇଥିଲା। ରବିବାର ରାତିରେ ଅଭିନେତ୍ରୀଙ୍କ ଏକ ସଂଗୀତ ସମାରୋହ ଆୟୋଜନ ହୋଇଥିଲା। ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ।

Share