Posted inଜାତୀୟ

ପୁଣି ସାବରମତି ଜେଲ୍‌ ଫେରିଯିବେ ଅତିକ

ପ୍ରୟାଗରାଜ,୨୮।୩: ୪୪ ବର୍ଷ ଧରି ଅପରାଧ ଜଗତରେ ଆତଙ୍କ ଚଳାଇଥିବା ଅତିକ ଅହମ୍ମଦଙ୍କୁ ପ୍ରଥମ ଥର ପାଇଁ ଦଣ୍ଡିତ କରାଯାଇଛି। ୨୦୦୬ ଉମେଶ ପାଲ ଅପହରଣ ମାମଲାରେ ପ୍ରୟାଗରାଜର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ଅତିକ ଅହମ୍ମଦ, ହନିଫ ଏବଂ ଦିନେଶ ପାସିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏତତଦ୍‌ ବ୍ୟତୀତ ଏହି ୩ଜଣ ଦୋଷୀଙ୍କୁ ୧-୧ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି କୋର୍ଟ। ଏହି ଟଙ୍କା ଉମେଶ ପାଲଙ୍କ ପରିବାରଙ୍କୁ କ୍ଷତିପୂରଣ ଆକାରରେ ଦେବାକୁ ନିର୍ଦ୍ଦେଶ ରହିଛି। ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ଅତିକ ଅହମ୍ମଦ ହାଇକୋର୍ଟ ଯିବେ ବୋଲି ଜଣାପଡ଼ିଛି। ଅନ୍ୟପଟେ ଦଣ୍ଡାଦେଶ ଶୁଣିବା ପରେ ଅତିକ ଅହମ୍ମଦ ତାଙ୍କୁ ସାବରମତିି ଜେଲକୁ ପଠାଇବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଅତିିକ କହିଥିଲେ ଯେ, ମୋତେ ସାବରମତି ଜେଲକୁ ପଠାଇଦିଅନ୍ତୁ, ମୁଁ ଏଠାରେ ରହିବାକୁ ଚାହେଁ ନାହିଁ। ପୋଲିସ ମୋ ବିରୋଧରେ ମାମଲାର ବୋଝ ଲଦିଦେବ ବୋଲି ସେ କୋର୍ଟକୁ କହିଥିଲେ। ତେବେ ଅତିକଙ୍କ ଅନୁରୋଧ ପରେ ବି ପୋଲିସ ତାଙ୍କୁ ପୁନର୍ବାର ନୈନି ଜେଲକୁ ଆଣିଥିଲା, କିନ୍ତୁ ତାଙ୍କୁ ଉକ୍ତ ଜେଲରେ ରଖିବାକୁ ପୋଲିସ ପାଖରେ ନିର୍ଦ୍ଦେଶ ନ ଥିଲା। ତେଣୁ ବର୍ତ୍ତମାନ ଅତିକ ଅହମ୍ମଦଙ୍କୁ ସାବରମତି ଜେଲକୁ ପଠାଯିବ। ଆଉ କିଛି ସମୟ ପରେ ପ୍ରୟାଗରାଜ ପୋଲିସ ତାଙ୍କୁ ସାବରମତି ଜେଲକୁ ନେଇଯିବ। ଅହମ୍ମଦାବାଦ ଯିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଅନ୍ୟପଟେ ଅତିକଙ୍କ ଭାଇ ଅଶରଫଙ୍କୁ ମଧ୍ୟ କୋର୍ଟରୁ ସିଧା ବରେଲୀ ଜେଲକୁ ପଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri