Categories: ବାଣିଜ୍ୟ

ଅତନୁ ଚକ୍ରବର୍ତ୍ତୀ ଏଚ୍‌ଡିଏଫ୍‌ସିର ଅସ୍ଥାୟୀ ଅଧ୍ୟକ୍ଷ

ମୁମ୍ବାଇ,୨୫।୪: ଭାରତୀୟ ରିଜର୍ଭ ବ୍ୟାଙ୍କପକ୍ଷରୁ ବରିଷ୍ଟ ପ୍ରଶାସନିକ ଅଧିକାରୀ ଅତନୁ ଚକ୍ରବର୍ତ୍ତୀଙ୍କୁ ଏଚ୍‌ଡିଏଫ୍‌ସିର ଅସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ବ୍ୟାଙ୍କ ତାର ବୋର୍ଡ ବୈଠକରେ ଅତନୁଙ୍କ ନାଁ ଚୂଡ଼ାନ୍ତ କରିଥିଲା। ଏହା ପରେ ତାଙ୍କ ନାଁକୁ ରିଜର୍ଭ ବ୍ୟାଙ୍କ ପାଖକୁ ପଠାଯାଇଥିଲା। ବ୍ୟାଙ୍କର ଏହି ପ୍ରସ୍ତାବ ଉପରେ ରିଜର୍ଭ ବ୍ୟାଙ୍କ ଏଇ ନିକଟରେ ମୋହର ମାରିଥିଲେ। ଅତୁନ ହେଉଛନ୍ତି ୧୯୮୫ ମସିହା ଗୁଜରାଟ କ୍ୟାଡରର ଆଇଏଏସ୍‌ ଅଧିକାରୀ। ସେ ବ୍ରିଟେନରୁ ବିଜନେସ୍‌ ଫାଇନାନ୍ସରେ ଏମ୍‌ବିଏ କରିଛନ୍ତି। ସେ ନଭେମ୍ବର ୨୦୧୫ ରେ ଗୁଜରାଟ ଷ୍ଟେଟ୍‌ ପେଟ୍ରୋନେଟ ଲିମିଟେଡେର ମ୍ୟାନେଜିଂ ଡାଇରେକ୍ଟର ଏବଂ ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଭାବେ ନିଯୁକ୍ତି ପାଇଥିଲେ।

Share