ଅଟଳ ପେନସନ ଯୋଜନା: ସାମିଲ ହେଲେଣି ୫୬ ଲକ୍ଷ  ଲୋକେ, ଜାଣନ୍ତୁ ଏହାର ଲାଭ, କିଭଳି କରିବେ ଆବେଦନ 

ନୂଆଦିଲ୍ଲୀ,୧୦।୧୦: ଅବସର ପରେ ସମ୍ମୁଖୀନ ହେଉଥିବା ଆର୍ଥିକ ଆହ୍ବାନର ମୁକାବିଲା ଲାଗି ପେନସନ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ସରକାର ଏହାକୁ ବୁଝନ୍ତି ଏବଂ ସେଥିଲାଗି ଅନେକ ଯୋଜନା ପରିଚାଳିତ ହେଉଛି। ଏଥିରେ ବିନିଯୋଗ କରି ଯେକେହି ନିଜର ଅବସରପରର ଜୀବନକୁ ସୁଖମୟ କରିପାରିବେ। ସେଭଳି ଏକ ଯୋଜନା ହେଉଛି ‘ଅଟଳ ପେନସନ ଯୋଜନା’। ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ(ପିଏଫ୍‌ଆର୍‌ଡିଏ) ଦ୍ୱାରା ଅଂଶୀଦାର ହୋଇଥିବା ତଥ୍ୟ ଅନୁଯାୟୀ,୨୦୨୪-୨୫ ଆଥିକ ବର୍ଷରେ ୫୬ ଲକ୍ଷରୁ ଅଧିକ ଲୋକ ଏହି ଯୋଜନାରେ ନିଜକୁ ସାମିଲ କରିଛନ୍ତି। ଆସନ୍ତୁ ଆଜି ଆମେ ଆପଣଙ୍କୁ ଏହାର ଲାଭ ଏବଂ ଆବେଦନ ପ୍ରକ୍ରିୟା ବିଷୟରେ କହିବାକୁ ଯାଉଛୁ…
ଅଟଳ ପେନସନ ଯୋଜନାରେ ବିନିଯୋଗ କଲେ ଅନେକ ସୁବିଧା ପାଇହେବ। ୧୮-୪୦ ବର୍ଷ ବୟସର ଯେକୌଣସି ଭାରତୀୟ ନାଗରିକ ଏହି ଯୋଜନାରେ ବିନିଯୋଗ କରିପାରିବେ। ଏଥିଲାଗି ତାଙ୍କର ବ୍ୟାଙ୍କ ନଚେତ ଡାକଘରେ ଆକାଉଣ୍ଟ ରହିବା ଆବଶ୍ୟକ। ଏହି ଯୋଜନାରେ ଆପଣ ୬୦ ବର୍ଷ ପରେ ପେନସନ ଭାବେ ମାସକୁ ୧୦୦୦ ରୁ ୫୦୦୦ ଟଙ୍କା ପାଇପାରିବେ। ଆପଣଙ୍କ ମାସିକ ପେନସନ ବିନିଯୋଗ କରୁଥିବା ମୋଟ ପରିମାଣ ଦ୍ୱାରା ନିର୍ଣ୍ଣୟ କରାଯାଏ। ଏହି ଯୋଜନାରେ ଅଟୋମେଟିକ୍‌ ଡେବିଟ୍‌ର ସୁବିଧା ଥାଏ। ଅର୍ଥାତ ଥରେ ଏହି ଯୋଜନାକୁ ବାଛିଲେ, ଜମା କରିବା ଅସୁବିଧାରୁ ମୁକ୍ତି ମିଳିଥାଏ।
ଯଦି ପଲିସିଧାରୀଙ୍କ ବୟସ ୬୦ରୁ ଅଧିକ ହେବ ନଚେତ ସେ ରୋଗରେ ପୀଡ଼ିତ ହୁଅନ୍ତି ତେବେ ଏହି ଯୋଜନାରେ ଟଙ୍କା ପ୍ରତ୍ୟାହାର କରାଯାଇପାରିବ। ଏହାଛଡ଼ା ପଲିସିଧାରୀଙ୍କ ମୃତ୍ୟୁ ପରେ ତାଙ୍କ ଜୀବନସାଥୀଙ୍କୁ ପେନସନ ମିଳିଥାଏ। ଜୀବନସାଥୀଙ୍କ ମୃତ୍ୟୁ ପରେ ଯୋଜନାନୁଯାୟୀ ନୋମିନୀଙ୍କୁ ୬୦ ବର୍ଷ ଯାଏ ପଲିସିଧାରୀଙ୍କ ଦ୍ୱାରା ଜମା କରାଯାଇଥିବା ଟଙ୍କା ମଧ୍ୟ ଫେରସ୍ତ କରି ଦେଇଥାଏ।
ଏଭଳି କରନ୍ତୁ ଆବେଦନ:
-ଷ୍ଟେପ ୧: ତୁମେ ବ୍ୟାଙ୍କର ନିକଟତମ ଶାଖାକୁ ଯାଇ ଅଟଳ ପେନସନ ଯୋଜନା ପାଇଁ ଉପଲବ୍ଧ ଫର୍ମ ପୂରଣ କରି ଏହାକୁ ଦାଖଲ କରିବାକୁ ପଡିବ ।
ଷ୍ଟେପ୍‌ ୨: ଏହି ଫର୍ମ ସହିତ, ଆପଣଙ୍କୁ ଆଧାର କାର୍ଡର ୨ ଟି ଫଟୋକପି, ଡକ୍ୟୁମେଣ୍ଟ ଭାବରେ ସଂଲଗ୍ନ କରିବାକୁ ପଡିବ।
ଷ୍ଟେପ୍‌ ୩: ଏହା ପରେ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ଦାଖଲ କରିବାକୁ ପଡିବ। ଏହି ଯୋଜନା ଅଧୀନରେ ପଞ୍ଜିକରଣ ପରେ, ମେସେଜ ମାଧ୍ୟମରେ ସୂଚନା ଦିଆଯିବ।

Enter your email to get our daily news in your inbox.

All Right Reserved By Dharitri.Com

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri