ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ଠେଲାପେଲା

କୋଣାର୍କ,୨୯।୧୨(ଡି.ଏନ୍‌.ଏ.): ରାଜ୍ୟରେ ଏବେ ଶୀତର ପ୍ରକୋପ ସହ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଗତ କିଛିଦିନ ହେଲା କୋଣାର୍କରେ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ତେବେ ମଙ୍ଗଳବାର ପୂର୍ବାହ୍ନରେ ସୂର୍ଯ୍ୟମନ୍ଦିରରେ ପର୍ଯ୍ୟଟକଙ୍କ ଅସମ୍ବାଳ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ହଠାତ୍‌ ଟିକେଟ କାଉଣ୍ଟରରୁ ଟୋକନ ପାଇ ନ ଥିଲେ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷାରେ ଥିବା ପର୍ଯ୍ୟଟକମାନେ ଉତ୍ତ୍ୟକ୍ତ ହୋଇ ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ଠେଲାପେଲା କରି ମନ୍ଦିର ଭିତରକୁ ଧସେଇ ପଶିଥିଲେ। ଏପରିକି କିଛି ସମୟ ପାଇଁ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଖବରପାଇ କୋଣାର୍କ ଥାନା ପୋଲିସ ପହଞ୍ଚତ୍ ପର୍ଯ୍ୟଟକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ମଙ୍ଗଳବାର ପୂର୍ବାହ୍ନରୁ ସୂର୍ଯ୍ୟମନ୍ଦିରକୁ ପର୍ଯ୍ୟଟକ ଆସିବାର ସଂଖ୍ୟା ବଢ଼ିଚାଲିଥିଲା। ଏଥିପାଇଁ ଟିକେଟ କାଉଣ୍ଟରରେ ପର୍ଯ୍ୟଟକଙ୍କ ଲମ୍ବାଧାଡ଼ିରେ ଛିଡ଼ା ହୋଇଥିଲେ। ହେଲେ କାଉଣ୍ଟରରେ ପର୍ଯ୍ୟାପ୍ତ ପରିମାଣର ଟୋକନ ନ ଥିବାରୁ ପର୍ଯ୍ୟଟକଙ୍କୁ ଆଉ ଟିକେଟ ମିଳିପାରି ନ ଥିଲା। ଫଳରେ ଅପେକ୍ଷାରତ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିବା ସହ ମନ୍ଦିର ଭିତରକୁ ଧସେଇ ପଶିଥିଲେ। ଏପରିକି କେତେଜଣ ପର୍ଯ୍ୟଟକ ବିପଦପୂର୍ଣ୍ଣ ଭାବେ ମନ୍ଦିରକୁ ଲାଗିଥିବା ପାଚେରି ଉପରୁ ତଳକୁ ଡିଅଁା ମାରି ପଶିଥିଲେ। ଉପାୟଶୂନ୍ୟ ହୋଇ ସୁରକ୍ଷାକର୍ମୀମାନେ ମନ୍ଦିର ବନ୍ଦ ରଖିଥିଲେ। ଅନ୍ୟପଟେ ଟୋକନ ନ ପାଇ ନିରାଶରେ ଫେରିଯାଇଥିଲେ ହଜାର ହଜାର ପର୍ଯ୍ୟଟକ। ଏଥିପାଇଁ ପର୍ଯ୍ୟଟକମାନେ ଏଏସ୍‌ଆଇ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି। ଏପରିକି ଟୋକନର ଅନ୍ୟ ବିକଳ୍ପ ବ୍ୟବସ୍ଥା ସେମାନେ ଦାବି କରିଛନ୍ତି। ପଶ୍ଚିମବଙ୍ଗର ଅଧିକାଂଶ ପର୍ଯ୍ୟଟକଙ୍କୁ ଟୋକନ ନ ମିଳିବାରୁ ମନ୍ଦିର ବୁଲି ପାରି ନ ଥିବା କ୍ଷୋଭର ସହ କହିଥିଲେ। ବସ୍‌ ସମୟ ହୋଇଯାଇଥିବାରୁ ସେମାନେ ଫେରିଯାଇଥିଲେ। ଏ ସମ୍ପର୍କରେ ଏଏସ୍‌ଆଇ ସଂରକ୍ଷଣ ଅଧିକାରୀ ନୀରଜ ସିଂ କହିଛନ୍ତି, ଏବେ ୧୦ହଜାର ଟୋକନ ରହିଛି। ହଠାତ୍‌ ସର୍ଭର ଡାଉନ ହେବାରୁ ଏଭଳି ପରିସ୍ଥିତି ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri