ଚାଇନାରେ ଛୁରୀ ଆକ୍ରମଣରେ ୭ ମୃତୁ

ବେଜିଂ,୨୭।୧୨: ଚାଇନାର ଉତ୍ତରାଞ୍ଚଳରେ ରବିବାର ଛୁରୀ ଆକ୍ରମଣରେ ଅତିକମ୍‌ରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆହତ ହୋଇଛନ୍ତି ସମାନ ସଂଖ୍ୟକ ବ୍ୟକ୍ତି। ଲିଆଓନିଙ୍ଗ୍‌ ପ୍ରଦେଶର କାୟୁଆନ ସହରରେ ଏକ ସାଧନା ଗୃହ ବାହାରେ ଏହି ଆକ୍ରମଣ ହୋଇଥିଲା।

ଆକ୍ରମଣକାରୀଙ୍କ ଟାଇଟଲ ୟାଙ୍ଗ ବୋଲି ଚିହ୍ନଟ କରାଯାଇଛି। ତାଙ୍କୁ ଗିରଫ କରାଯାଇସାରିଛି ହେଲେ ଆକ୍ରମଣର କାରଣ ଏଯର୍ପ୍ୟନ୍ତ ଜଣା ପଡ଼ିନାହିଁ। ଦେଶରେ ଅସ୍ତ୍ରଶସ୍ତ୍ର ବିକ୍ରି ଏବଂ ଅଧିକାର ଉପରେ ପ୍ରତିବନ୍ଧକ ରହିଛି। ଏଣୁ ପ୍ରାୟତଃ ଛୁରୀ କିମ୍ବା ଘରେ ତିଆରି ବିସ୍ଫୋରକ ସାମଗ୍ରୀ ଦ୍ୱାରା ଆକ୍ରମଣ ହୋଇଥାଏ। ଆକ୍ରମଣକାରୀ ମାନସିକ ସ୍ତରରେ ଅସୁସ୍ଥ ଥିବା ଅନୁମାନ କରାଯାଉଛି।

Share