କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ

ନୂଆଗାଁ,୧୪।୧୧ (ଧନେଶ୍ୱର ସାହୁ): କୃଷକ ଦେଶର ମେରୁଦଣ୍ଡ। କୃଷକର ଉନ୍ନତିରେ ଦେଶର ପ୍ରଗତି। ତେଣୁ କୃଷକମାନଙ୍କ ଉନ୍ନତି ତଥା ଉନ୍ନତଧରଣର ଚାଷ ପ୍ରଣାଳୀ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଚାଷ ଜମିଗୁଡିକ ଜଳ ସେଚିତ ହୋଇ ପାରିଲେ ସୁବିଧାରେ ଅଧିକ ପରିମାଣର ଫସଲ ଅମଳ ହେବା ସହ ଚାଷୀଙ୍କର ଉନ୍ନତି ହୋଇପାରିବ। ତେଣୁ ଜମିଗୁଡିକୁ ଜଳସେଚନର ସୁବିଧା କରିବାକୁ କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ଚେକ୍‌ ଡ୍ୟାମ୍‌ ଆଦି ପ୍ରକଳ୍ପ ନିର୍ମାଣ କରିବାକୁ ସରକାର ଲକ୍ଷାଧିକ ଟଙ୍କା ଅନୁଦାନ ଦେଉଛନ୍ତି। କିନ୍ତୁ କେତେଜଣ ବିଭାଗୀୟ କର୍ମଚାରୀଙ୍କ ଅପାରଗତା ଯୋଗୁ ସେସବୁ ଯୋଜନାର ସୁଫଳ ଚାଷୀଙ୍କୁ ମିଳିପାରୁ ନ ଥିବା ଅଭିଯୋଗ ହେଉଛି। ଯାହାର ଜ୍ୱଳନ୍ତ ଉଦାହରଣ ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଦେଖିବାକୁ ମିଳିଛି। ମାଇଛେଳି ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗ୍ରାମର କେତେଜଣ ଚାଷୀଙ୍କ ଜମିରେ ପାଣି ମାଡିବା ପାଇଁ ଉଠା ଜଳସେଚନ ବିଭାଗ ପକ୍ଷରୁ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ଚାଷ ଜମିରେ ପାଣି ମାଡ଼ି ପାରୁନାହିଁ। ଫଳରେ ପ୍ରତିବର୍ଷ ଧାନ ଫସଲ ଉଜୁଡୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ମାଇଛେଳି ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଅଞ୍ଚଳର ଚାଷ ଜମିରେ ଜଳସେଚନ ପାଇଁ ଉଠାଜଳସେଚନ ବିଭାଗ ଦ୍ୱାରା କୃଷ୍ଣଚନ୍ଦ୍ରପୁର-ନଂ.୧ ଓ କୃଷ୍ଣଚନ୍ଦ୍ରପୁର ନଂ. ୨ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। କୃଷ୍ଣଚନ୍ଦ୍ରପୁର ନଂ.୧ ଉଠା ଜଳସେଚନ ପ୍ରକଳ୍ପରେ ମା’ ହରଚଣ୍ଡୀ ପାଣି ପଞ୍ଚାୟତର ୩୫ ଜଣ ଚାଷୀଙ୍କ ୨୦ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ୨୦୨୧-୨୨ ଆର୍ଥତ୍କ ବର୍ଷରେ ୧୨ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରାଯାଇଛି। ସେହିପରି ସମାନ ସ୍ଥାନରେ କୃଷ୍ଣଚନ୍ଦ୍ରପୁର ନଂ. ୨ ଉଠା ଜଳସେଚନ ପ୍ରକଳ୍ପରେ ମା’ ଗ୍ରାମଦେବତୀ ପାଣିପଞ୍ଚାୟତର ୩୫ ଜଣ ଚାଷୀଙ୍କ ୨୦ ହେକ୍ଟର ଜମିକୁ ଜଳ ସେଚନ ପାଇଁ ୨୦୨୧-୨୨ ଆର୍ଥତ୍କ ବର୍ଷରେ ୧୮ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ପ୍ରକଳ୍ପ ନିକଟରେ ଥିବା ସୂଚନା ଫଳକ ଅନୁସାରେ ଉକ୍ତ ଦୁଇଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୨୨ ମାର୍ଚ୍ଚ ୨୧ରେ ଆରମ୍ଭ ହୋଇ ସେପ୍ଟେମ୍ବର ୧୭ରେ ଶେଷ ହୋଇଥିଲା। ତେବେ କାର୍ଯ୍ୟ ଶେଷ ହେବାର ବର୍ଷେ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା ଚାଲୁ କରାଯାଇନାହିଁ। ଚାଷୀ ଗଙ୍ଗାଧର ସାହୁ, ଚନ୍ଦ୍ରମଣୀ ବେହେରା, କାଳିଆ ବେହେରା, ବିଦ୍ୟାଧର ସାହୁଙ୍କ ସମେତ ଅନେକ ଚାଷୀ କହିଛନ୍ତି, ଜଳ ସେଚନ ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଜଳ ଉତ୍ସରେ ପାଣି ପୂରି ରହିଥିଲେ ମଧ୍ୟ ପାଣି ଅଭାବରୁ ଫସଲ ଉଜୁଡି ଯାଉଛି। ସରକାରୀ ବ୍ୟବସ୍ଥା ଥାଇ ମଧ୍ୟ ଉଠା ଜଳସେଚନ କର୍ମଚାରୀଙ୍କ ଓ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ଚାଷୀମାନେ ଅନେକ କ୍ଷତି ସହୁଛନ୍ତି। ଅଭିଯୋଗ ପାଇଁ ଅଧିକାରୀ କିମ୍ବା କର୍ମଚାରୀଙ୍କ ଦେଖା ମିଳୁ ନ ଥିବା ଚାଷୀମାନେ କହିଛନ୍ତି। ଜଳସେଚନ ପ୍ରକଳ୍ପ ଥାଇ ମଧ୍ୟ କାର୍ଯ୍ୟକ୍ଷମ ନ ହେବା ଓ ଚାଷୀଙ୍କ ଧାନ ଫସଲ ଉଜୁଡିବା ବାବଦରେ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଦୁଃଶାସନ ଜେନାଙ୍କୁ ପଚାରିବାରେ ନିଜେ ଯାଇ ପାଣି ଚଲେଇ କି ଆସିଛି। କେଶବ ସାହୁଙ୍କୁ ମୋଟର ଚଲାଇବା ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ କେଶବ ସାହୁଙ୍କୁ ପଚାରିବାରେ କୂଅରେ ପ୍ରଚୁର ପରିମାଣର ପାଣି ନାହିଁ। ୧୦ ମିନିଟରେ ପାଣି ଶୁଖି ଯାଉଛି। ଅନ୍ୟପକ୍ଷେ ଚାଷ କରିବା ସମୟରେ ପାଇପ୍‌ ଭାଙ୍ଗି ଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri