କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ

ନୂଆଗାଁ,୧୪।୧୧ (ଧନେଶ୍ୱର ସାହୁ): କୃଷକ ଦେଶର ମେରୁଦଣ୍ଡ। କୃଷକର ଉନ୍ନତିରେ ଦେଶର ପ୍ରଗତି। ତେଣୁ କୃଷକମାନଙ୍କ ଉନ୍ନତି ତଥା ଉନ୍ନତଧରଣର ଚାଷ ପ୍ରଣାଳୀ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଚାଷ ଜମିଗୁଡିକ ଜଳ ସେଚିତ ହୋଇ ପାରିଲେ ସୁବିଧାରେ ଅଧିକ ପରିମାଣର ଫସଲ ଅମଳ ହେବା ସହ ଚାଷୀଙ୍କର ଉନ୍ନତି ହୋଇପାରିବ। ତେଣୁ ଜମିଗୁଡିକୁ ଜଳସେଚନର ସୁବିଧା କରିବାକୁ କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ଚେକ୍‌ ଡ୍ୟାମ୍‌ ଆଦି ପ୍ରକଳ୍ପ ନିର୍ମାଣ କରିବାକୁ ସରକାର ଲକ୍ଷାଧିକ ଟଙ୍କା ଅନୁଦାନ ଦେଉଛନ୍ତି। କିନ୍ତୁ କେତେଜଣ ବିଭାଗୀୟ କର୍ମଚାରୀଙ୍କ ଅପାରଗତା ଯୋଗୁ ସେସବୁ ଯୋଜନାର ସୁଫଳ ଚାଷୀଙ୍କୁ ମିଳିପାରୁ ନ ଥିବା ଅଭିଯୋଗ ହେଉଛି। ଯାହାର ଜ୍ୱଳନ୍ତ ଉଦାହରଣ ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଦେଖିବାକୁ ମିଳିଛି। ମାଇଛେଳି ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗ୍ରାମର କେତେଜଣ ଚାଷୀଙ୍କ ଜମିରେ ପାଣି ମାଡିବା ପାଇଁ ଉଠା ଜଳସେଚନ ବିଭାଗ ପକ୍ଷରୁ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ଚାଷ ଜମିରେ ପାଣି ମାଡ଼ି ପାରୁନାହିଁ। ଫଳରେ ପ୍ରତିବର୍ଷ ଧାନ ଫସଲ ଉଜୁଡୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ମାଇଛେଳି ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଅଞ୍ଚଳର ଚାଷ ଜମିରେ ଜଳସେଚନ ପାଇଁ ଉଠାଜଳସେଚନ ବିଭାଗ ଦ୍ୱାରା କୃଷ୍ଣଚନ୍ଦ୍ରପୁର-ନଂ.୧ ଓ କୃଷ୍ଣଚନ୍ଦ୍ରପୁର ନଂ. ୨ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। କୃଷ୍ଣଚନ୍ଦ୍ରପୁର ନଂ.୧ ଉଠା ଜଳସେଚନ ପ୍ରକଳ୍ପରେ ମା’ ହରଚଣ୍ଡୀ ପାଣି ପଞ୍ଚାୟତର ୩୫ ଜଣ ଚାଷୀଙ୍କ ୨୦ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ୨୦୨୧-୨୨ ଆର୍ଥତ୍କ ବର୍ଷରେ ୧୨ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରାଯାଇଛି। ସେହିପରି ସମାନ ସ୍ଥାନରେ କୃଷ୍ଣଚନ୍ଦ୍ରପୁର ନଂ. ୨ ଉଠା ଜଳସେଚନ ପ୍ରକଳ୍ପରେ ମା’ ଗ୍ରାମଦେବତୀ ପାଣିପଞ୍ଚାୟତର ୩୫ ଜଣ ଚାଷୀଙ୍କ ୨୦ ହେକ୍ଟର ଜମିକୁ ଜଳ ସେଚନ ପାଇଁ ୨୦୨୧-୨୨ ଆର୍ଥତ୍କ ବର୍ଷରେ ୧୮ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ପ୍ରକଳ୍ପ ନିକଟରେ ଥିବା ସୂଚନା ଫଳକ ଅନୁସାରେ ଉକ୍ତ ଦୁଇଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୨୨ ମାର୍ଚ୍ଚ ୨୧ରେ ଆରମ୍ଭ ହୋଇ ସେପ୍ଟେମ୍ବର ୧୭ରେ ଶେଷ ହୋଇଥିଲା। ତେବେ କାର୍ଯ୍ୟ ଶେଷ ହେବାର ବର୍ଷେ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା ଚାଲୁ କରାଯାଇନାହିଁ। ଚାଷୀ ଗଙ୍ଗାଧର ସାହୁ, ଚନ୍ଦ୍ରମଣୀ ବେହେରା, କାଳିଆ ବେହେରା, ବିଦ୍ୟାଧର ସାହୁଙ୍କ ସମେତ ଅନେକ ଚାଷୀ କହିଛନ୍ତି, ଜଳ ସେଚନ ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଜଳ ଉତ୍ସରେ ପାଣି ପୂରି ରହିଥିଲେ ମଧ୍ୟ ପାଣି ଅଭାବରୁ ଫସଲ ଉଜୁଡି ଯାଉଛି। ସରକାରୀ ବ୍ୟବସ୍ଥା ଥାଇ ମଧ୍ୟ ଉଠା ଜଳସେଚନ କର୍ମଚାରୀଙ୍କ ଓ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ଚାଷୀମାନେ ଅନେକ କ୍ଷତି ସହୁଛନ୍ତି। ଅଭିଯୋଗ ପାଇଁ ଅଧିକାରୀ କିମ୍ବା କର୍ମଚାରୀଙ୍କ ଦେଖା ମିଳୁ ନ ଥିବା ଚାଷୀମାନେ କହିଛନ୍ତି। ଜଳସେଚନ ପ୍ରକଳ୍ପ ଥାଇ ମଧ୍ୟ କାର୍ଯ୍ୟକ୍ଷମ ନ ହେବା ଓ ଚାଷୀଙ୍କ ଧାନ ଫସଲ ଉଜୁଡିବା ବାବଦରେ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଦୁଃଶାସନ ଜେନାଙ୍କୁ ପଚାରିବାରେ ନିଜେ ଯାଇ ପାଣି ଚଲେଇ କି ଆସିଛି। କେଶବ ସାହୁଙ୍କୁ ମୋଟର ଚଲାଇବା ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ କେଶବ ସାହୁଙ୍କୁ ପଚାରିବାରେ କୂଅରେ ପ୍ରଚୁର ପରିମାଣର ପାଣି ନାହିଁ। ୧୦ ମିନିଟରେ ପାଣି ଶୁଖି ଯାଉଛି। ଅନ୍ୟପକ୍ଷେ ଚାଷ କରିବା ସମୟରେ ପାଇପ୍‌ ଭାଙ୍ଗି ଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri