ଭାରତ ବିଶ୍ୱକପ୍‌ ଚାମ୍ପିୟନ ହେଲେ ୟୁଜର୍ସଙ୍କୁ ୧୦୦ କୋଟି ବାଣ୍ଟିବ ଏହି ଷ୍ଟାଟଅପ୍‌ କମ୍ପାନୀ, ଚମକାଇଲା ଘୋଷଣା

ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ ପ୍ରବେଶ କରିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। ସମସ୍ତେ ନିଜ ନିଜ ଢଙ୍ଗରେ ଭାରତୀୟ ଟିମ୍‌ର ଊତ୍ସାହ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଜଣେ ଷ୍ଟାଟଅପ୍‌ କମ୍ପାନୀ ‘ଆଷ୍ଟ୍ରୋଟକ୍‌’ର ପ୍ରତିଷ୍ଠାତା ଏବଂ ସିଇଓ ପୁନିତ ଗୁପ୍ତା ଭାରତୀୟ ଟିମ୍‌ ବିଶ୍ୱକପ୍‌ ଜିତିବାକୁ ନେଇ ବଡ଼ ଘୋଷଣା କରିଛନ୍ତି। ଏଥର ବିଶ୍ୱକପ୍‌ ଜିତିଲେ ତାଙ୍କ କମ୍ପାନୀ ନିଜର ୟୁଜର୍ସ(ବ୍ୟବହାରକାରୀ)ଙ୍କୁ ୧୦୦ କୋଟି ଟଙ୍କା ବାଣ୍ଟିବ ବୋଲି ସେ କହିଛନ୍ତି।

ସୋସିଆଲ ମିଡିଆରେ ୨୦୧୧ ବିଶ୍ୱକପ୍‌ ବିଜୟର ସ୍ମୃତିକୁ ମନେ ପକାଇ ପୁନିତ କହିଛନ୍ତି, ‘ଗତଥର ଯେବେ ଭାରତ ବିଶ୍ୱକପ୍‌ ଜିତିଥିଲା ସେତେବେଳେ ମୁଁ କଲେଜରେ ପଢ଼ୁଥିଲି। ସେଦିନ ମୋ ଜୀବନର ସବୁଠୁ ଖୁସିର ଦିନରୁ ଗୋଟିଏ ଥିଲା। ସାରା ଦିନ ସାଙ୍ଗମାନଙ୍କ ସହ ମୁଁ ଚିନ୍ତାରେ ରହିଥିଲି। ସମସ୍ତେ ମ୍ୟାଚ୍‌ ଜିତିବା ବେଳେ ବେଶ ଉତ୍ସାହିତ ହୋଇଯାଇଥିଲୁ। ସାଇକେଲରେ ପ୍ରତି ଗଳିକନ୍ଦି ବୁଲି କ୍ରିକେଟ ପ୍ରଶଂସକଙ୍କୁ ଆଲିଙ୍ଗନ କରିଥିଲୁ। ତେବେ ସେତେବେଳେ ବନ୍ଧୁମାନଙ୍କ ସହ ଖୁସି ବାଣ୍ଟିପାରିଥିଲି। ହେଲେ ଏବେ ଆଷ୍ଟ୍ରୋଟକ ବ୍ୟବହାରକାରୀମାନେ ଅଛନ୍ତି ସେମାନଙ୍କ ସହ ମୁଁ ନିଜର ଖୁସି ବାଣ୍ଟିବି। ଯଦି ଭାରତୀୟ ଟିମ୍‌ ଜିତେ ତେବେ ୧୦୦ କୋଟି ଟଙ୍କା ବାଣ୍ଟିବି। ଆସନ୍ତୁ ଦଳର ବିଜୟ ଲାଗି ପ୍ରାର୍ଥନା କରିବା ଏବଂ ତାଙ୍କ ଉତ୍ସାହ ବଢ଼ାଇବା। ’


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri