ମାରାଥନ ପ୍ରଚାର କଲେ ବିଧାନସଭା ପ୍ରାର୍ଥିନୀ ଲଳିତା ନାଏକ

କେସିଙ୍ଗା,୨ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩ଟି ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ଲଳିତା ନାଏକ ଗୁରୁବାର ମାରାଥନ ପ୍ରଚାର କରିଛନ୍ତି। ପ୍ରଥମେ ଲଇତରା ପଞ୍ଚାୟତର ଜୋଲକୋ, ଦେଣ୍ଡୋଗୁଡ଼ା ଲଇତରା, କରଲାଭା ଶିରୋଲ ପଞ୍ଚାୟତର ଶିରୋଲ, ଡୁମେରମୁଣ୍ଡା, କାଣ୍ଡେଲ ପଞ୍ଚାୟତର କାଣ୍ଡେଲ, ତୁର୍ଲା, କାର୍ଲାଖୁଣ୍ଟା,ବ୍ରହାଣୀ ସିନ୍ଧିବାହାଳି ଆଦି ବିଭିନ୍ନ ଗ୍ରାମକୁ ପ୍ରଚଣ୍ଡ ଖରାରେ ବାଇକ୍‌ ରାଲିରେ ଯାଇ ଭୋଟ୍‌ ଭିକ୍ଷା କରିଥିଲେ। ଏହି ରାଲିରେ ଜୋନ୍‌ ନଂ ୨ ଜିଲାପରିଷଦ ସଦସ୍ୟ ନରୋତ୍ତମ ଭାଟି, ବିଜେଡି ବ୍ଲକ ସଭାପତି କୁମୁଦ ବଗର୍ତ୍ତୀଙ୍କ ସମେତ ବିଜେଡିର ବହୁ କାର୍ଯ୍ୟକର୍ତ୍ତା ପ୍ରଚାରରେ ଯୋଗ ଦେଇଥିଲେ। ସମଗ୍ର ଅଞ୍ଚଳରେ ୪୦-୪୫ଡିଗ୍ରୀ ତାପମାତ୍ରାକୁ ଖାତିର ନ କରି ପ୍ରାର୍ଥିନୀ ଭୋଟରଙ୍କ ନିକଟକୁ ଯାଇ ଭୋଟ୍‌ ଭିକ୍ଷା କରିଥିଲେ। ଏହି ମୋଟରସାଇକେଲ ରାଲି ଜୋଲକୋ ଗ୍ରାମଠାରୁ ଆରମ୍ଭ ହୋଇ କାଣ୍ଡେଲ ପଞ୍ଚାୟତରେ ଶେଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଜିଲା ମୋହର: ବାପା ହେବାକୁ ଯାଉଛନ୍ତି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ପତ୍ନୀ ଦେବିଶାଙ୍କ…

ନୂଆଦିଲ୍ଲୀ,୧୫।୩: ଭାରତୀୟ ଟି-୨୦ ଦଳର ଅଧିନାୟକ ତଥା ବିଶ୍ୱକପ ବିଜୟୀ ହିରୋ ସୂର୍ଯ୍ୟକୁମାର ଯାଦବଙ୍କ ଘରକୁ ଆସିବାକୁ ଯାଉଛି ନୂଆ ଅତିଥି। ଖୁବଶୀଘ୍ର ସୂର୍ଯ୍ୟକୁମାର ବାପା ହେବାକୁ…

ମଦ ଭାଗବଣ୍ଟାରୁ ସାଙ୍ଗକୁ ମାରିଦେଲେ ସାଙ୍ଗ, ଜୀବନ ଚାଲିଯିବା ପରେ…

ବଲାଙ୍ଗୀର,୧୫ା୩(ସୁନିଲ କୁମାର ମହାନ୍ତି): ରିନବଚନ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ବଲାଙ୍ଗୀର ସଦର ଥାନା ପୋଲିସ। ମଦ ପାଉଚ ଭାଗ ବଣ୍ଟାରୁ ସାଙ୍ଗ ସାଙ୍ଗ ମଧ୍ୟରେ ହତ୍ୟାକାଣ୍ଡ ହୋଇଥିବା…

ସିଲିଣ୍ଡର ବୁକିଂ କଲେ ବି ଆଉ ମିଳିବନି… ଡବଲ ସିଲିଣ୍ଡର ଥିଲେ ଜାଣି ନିଅନ୍ତୁ

ନୂଆଦିଲ୍‌ଲୀ,୧୫।୩: ଘରୋଇ ବଜାରରେ ରୋଷେଇ ଗ୍ୟାସର ବୃଦ୍ଧି ପାଉଥିବା ସଙ୍କଟକୁ ଦୃଷ୍ଟିରେ ରଖି, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବିଶେଷକରି ଗ୍ୟାସ ସିଲିଣ୍ଡରର…

ବନ୍ଧୁକ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେଲେ ୧୧ ମାଓବାଦୀ, ଆବେଦନ କରି DGP କହିଲେ…

ଭବାନୀପାଟଣା,୧୪।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ରିଜର୍ଭ ପୋଲିସ ପଡ଼ିଆଠାରେ ରବିବାର ଏକାସାଙ୍ଗରେ ୧୧ ଜଣ ମାଓବାଦୀ ନିଜ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ…

ଭାଜପା ସରକାରଙ୍କ ଉପରେ ବର୍ଷିଲା ଜେଏମ୍‌ଏମ୍‌, ଟାର୍ଗେଟ୍‌ କରି କହିଲା…

ମୋରଡ଼ା,୧୫ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା କଲ୍ୟାଣମଣ୍ଡପରେ ରବିବାର ପୂର୍ବାହ୍ନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜିଲା ସଭାପତି କୃଷ୍ଣଚନ୍ଦ୍ର ଦାସ ଏକ ଖବରଦାତା…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

୨ ଜଣଙ୍କୁ ଧକ୍କା ଦେଲା ହାଇଓ୍ବା

ଭଞ୍ଜନଗର,୧୫ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ରତନପୁର ନିକଟରେ ରବିବାର ମଧ୍ୟାହ୍ନରେ ଏକ ହାଇଓ୍ବା ଗାଡ଼ି ଧକ୍କାରେ ୨ ଜଣ ଆହତ ହୋଇଛନ୍ତି। ସେମାନେ…

ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ପରେ ଘରୁ ବାହାରି ପାରୁନାହାନ୍ତି ଲୋକେ

ରାଇକିଆ,୧୫ା୩(ପ୍ରଦୀପ ବେହେରା/ଚିନ୍ମୟ ସେଠୀ): କନ୍ଧମାଳ ଜିଲା ରାଇକିଆ, ଜି.ଉଦୟଗିରି ଓ ପାବୁରିଆ ଅଞ୍ଚଳରେ ଦନ୍ତାହାତୀକୁ ନେଇ ଭୟର ବାତାବରଣ ଦେଖାଦେଇଛି। ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri