Posted inଜାତୀୟ

ଆସାମରୁ ୟୁପି ଜଳ ପ୍ରଳୟ

ନୂଆଦିଲ୍ଲୀ/ଗୁଆହାଟୀ/ଲକ୍ଷ୍ନୌ,୧୨।୭:ଆସାମରେ ବ୍ରହ୍ମପୁତ୍ର ନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଯୋଗୁ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୮୪କୁ ବୃଦ୍ଧି ପାଇଥିବା ଆସାମର ବିପର୍ଯ୍ୟୟ ରିପୋର୍ଟିଂ ଓ ସୂଚନା ପରିଚାଳନା ବ୍ୟବସ୍ଥା ବିଭାଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଏହି ବନ୍ୟାରେ ରାଜ୍ୟର ୨୭ ଜିଲାର ୧୪.୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଅସୁରକ୍ଷିତ ଅବସ୍ଥାରେ ଥିବା ୧ ଲକ୍ଷ ୫୭ ହଜାର ଲୋକଙ୍କୁ ୩୬୫ଟି ରିଲିଫ୍‌ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ଏବେ ମଧ୍ୟ ତେଜପୁର, ଗୁଆହାଟୀ, ଧୁବ୍ରୀ, ନେମାଟିଘାଟ୍‌ ଆଦି ଅଞ୍ଚଳରେ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି। ବନ୍ୟା ଯୋଗୁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ୧୨୮ ହଗ୍‌ ଡିୟର, ୯ଟି ଗଣ୍ଡା ସମେତ ୧୫୯ ବନ୍ୟାପ୍ରାଣୀ ଗୁରୁବାର ସୁଦ୍ଧା ପ୍ରାଣ ହରାଇଥିବା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସୂଚନା ଦେଇଛି।
ସେହିପରି ଉତ୍ତରପ୍ରଦେଶର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ୧୨ ଜିଲାର ୩୩ ତହସିଲ ଅନ୍ତର୍ଗତ ୬୩୩ ଗ୍ରାମର ୧୮ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଲଗାଣ ବର୍ଷା ଓ ବଜ୍ରପାତ ଯୋଗୁ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ଉତ୍ତରପ୍ରଦେଶ ରିଲିଫ୍‌ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ସୀତାପୁର ଜିଲାରେ ବନ୍ୟା ସ୍ରୋତରେ ବହି ଆସି ଶାରଦା ନଦୀରୁ ୨୦୦ ମିଟର ଦୂରରେ ଅବସ୍ଥିତ ଘରେ ଗୋଟିଏ କୁମ୍ଭୀର ବୁଧବାର ପଶିଆସିଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଖବରପାଇ ବନ ବିଭାଗର ଟିମ୍‌ ଉକ୍ତ କୁମ୍ଭୀରକୁ ଉଦ୍ଧାର କରି ପୁଣି ଥରେ ନଦୀରେ ଛାଡ଼ିଦେଇଥିଲା। ରାଜ୍ୟର ସର୍ବାଧିକ ପ୍ରଭାବିତ ଶ୍ରାବସ୍ତୀ ଓ ବଳରାମପୁର ଜିଲାରେ ଗୁରୁବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ବନ୍ୟାରେ ୧ ଲକ୍ଷ ୪୫ ହଜାରରୁ ଅଧିକ କୃଷିଜମିର ଫସଲ ନଷ୍ଟ ହୋଇଥିବା ସହ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ରାଜ୍ୟରେ ୧୦୩୩ଟି ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ବିହାରରେ ଲଗାଣ ବର୍ଷା ଯୋଗୁ କୋଶୀ, ଗଣ୍ଡକ, ବାଗମତୀ ଆଦି ନଦୀର ଜଳସ୍ତର ବୃଦ୍ଧି ଘଟିବାରେ ଲାଗିଛି। ଫଳରେ ରାଜ୍ୟର ଦରଭଙ୍ଗା, ମଧୁବନୀ, ଗୋପାଳଗଞ୍ଜ, ପଶ୍ଚିମ ଚମ୍ପାରନ୍‌, ସାରନ୍‌ ଆଦି ଜିଲାର ତଳିଆ ଅଞ୍ଚଳରେ ବନ୍ୟାପାଣି ପ୍ରବେଶ କରିଛି। ସେପଟେ ଦିଲ୍ଲୀର ବଓ୍ବାନା ଅଞ୍ଚଳରେ ଥିବା ମୁନକ କେନାଲର ଏକ ଅଂଶ ବୁଧବାର ବିଳମ୍ବିତ ରାତ୍ରିରେ ଭାଙ୍ଗଯିବାରୁ ଗୁରୁବାର ଦିଲ୍ଲୀର ଜେ.ଜେ କଲୋନୀ ଓ ଏହାର ଆଖପାଖ ଅଞ୍ଚଳରେ ବନ୍ୟାସ୍ଥିତି ଦେଖାଦେଇଛି। ବଓ୍ବାନା ଅଞ୍ଚଳର ଅନେକ ଘରେ ପାଣି ଜମାହେବା ସହ ବିଦ୍ୟୁତ୍‌ କାଟ୍‌ କରାଯିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ତେବେ ମୁନକ କେନାଲର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଏହା ୨୪ ଘଣ୍ଟା ମଧ୍ୟରେ ଶେଷ ହେବ ବୋଲି ଦିଲ୍ଲୀ ଜଳ ସମ୍ପଦ ମନ୍ତ୍ରୀ ଆତିଶୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri