Posted inଜାତୀୟ

ଆସାମ-ମେଘାଳୟ ସୀମା ବିବାଦ ତୁଟିଲା…

ନୂଆଦିଲ୍ଲୀ, ୨୯।୩ : ଦୀର୍ଘ ୫୦ ବର୍ଷ ଧରି ଆସାମ ଏବଂ ମେଘାଳୟ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ଶେଷରେ ତୁଟିଛି। ଦୁଇରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ବରାଷ୍ଟ୍ରନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଏକ ବୁଝାମଣା ପତ୍ରରେ ମଙ୍ଗଳବାର ସ୍ବାକ୍ଷର କରିଛନ୍ତି। ମେଘାଳୟ ଏବଂ ଆସାମର ମୁଖ୍ୟମନ୍ତ୍ରୀମାନେ ପ୍ରଥମ ପର୍ଯ୍ୟାୟରେ ତାରାବାରୀ, ଗିଜାଙ୍ଗ, ହାକିମ, ବୋକଲାପଡା, ଖାନପାରା-ପିଲାଙ୍ଗକାଟା ଏବଂ ରାଞ୍ଚେରା ଠାରେ ୬ଟି ସ୍ଥାନର ସୀମା ବିବାଦର ସମାଧାନ ପାଇଁ ଗୁଆହାଟୀରେ ଜାନୁୟାରୀ ୨୯ରେ ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। ପରେ ଏହାକୁ ଜାନୁଆରୀ ୩୧ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଇଥିଲା।

ମଙ୍ଗଳବାର ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସରମା ଏବଂ ତାଙ୍କ ମେଘାଳୟର ପ୍ରତିପକ୍ଷ କୋନରାଡ କେ ସାଙ୍ଗମା ଉଭୟ ରାଜ୍ୟର ମୁଖ୍ୟ ସଚିବ ତଥା ଅନ୍ୟ ଅଧିକାରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଆସାମ ଏବଂ ମେଘାଳୟର ସରକାର ୮୮୪ କିଲୋମିଟର ସୀମାରେ ଥିବା ୧୨ ଟି ମତଭେଦ ଅଞ୍ଚଳ ମଧ୍ୟରୁ ୬ଟିର ସୀମା ବିବାଦର ସମାଧାନ ପାଇଁ ଏକ ପ୍ରସ୍ତାବ ଆଣିଥିଲେ। ୩୬.୭୯ ବର୍ଗ କିଲୋମିଟର ଜମି ପାଇଁ ପ୍ରସ୍ତାବିତ ସୁପାରିଶ ଅନୁଯାୟୀ ଆସାମ ୧୮.୫୧ ବର୍ଗ କିମି ରଖିବ ଏବଂ ଅବଶିଷ୍ଟ ୧୮.୨୮ ବର୍ଗ କିମି ମେଘାଳୟକୁ ଦେବ।

ଆସାମ ଏବଂ ମେଘାଳୟ ମଧ୍ୟରେ ହୋଇଥିବା ଚୁକ୍ତି ଗୁରୁତ୍ୱପୂର୍ଣ୍ଣ କାରଣ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ବହୁତ ଦିନ ଧରି ବିଚାରାଧୀନ ରହିଥିଲା। ଉଲ୍ଲେଖଯୋଗ୍ୟ, ୧୯୭୨ ମସିହାରେ ମେଘାଳୟ ଆସାମରୁ ଅଲଗା ହୋଇ ଆସାମ ପୁନର୍ଗଠନ ଅଧିନିୟମ, ୧୯୭୧ କୁ ଚ୍ୟାଲେଞ୍ଜ କରି ୮୮୪.୯ କିଲୋମିଟର ସୀମାର ବିଭିନ୍ନ ଅଞ୍ଚଳରେ ୧୨ଟି ଅଞ୍ଚଳରେ ବିବାଦ ଦେଖାଦେଇଥିଲା। ପରେ ଏହାକୁ ନେଇ ରକ୍ତପାତ ମଧ୍ୟ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri