Posted inଜାତୀୟ

ଆସାମ-ମେଘାଳୟ ସୀମା ବିବାଦ ତୁଟିଲା…

ନୂଆଦିଲ୍ଲୀ, ୨୯।୩ : ଦୀର୍ଘ ୫୦ ବର୍ଷ ଧରି ଆସାମ ଏବଂ ମେଘାଳୟ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ଶେଷରେ ତୁଟିଛି। ଦୁଇରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ବରାଷ୍ଟ୍ରନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଏକ ବୁଝାମଣା ପତ୍ରରେ ମଙ୍ଗଳବାର ସ୍ବାକ୍ଷର କରିଛନ୍ତି। ମେଘାଳୟ ଏବଂ ଆସାମର ମୁଖ୍ୟମନ୍ତ୍ରୀମାନେ ପ୍ରଥମ ପର୍ଯ୍ୟାୟରେ ତାରାବାରୀ, ଗିଜାଙ୍ଗ, ହାକିମ, ବୋକଲାପଡା, ଖାନପାରା-ପିଲାଙ୍ଗକାଟା ଏବଂ ରାଞ୍ଚେରା ଠାରେ ୬ଟି ସ୍ଥାନର ସୀମା ବିବାଦର ସମାଧାନ ପାଇଁ ଗୁଆହାଟୀରେ ଜାନୁୟାରୀ ୨୯ରେ ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। ପରେ ଏହାକୁ ଜାନୁଆରୀ ୩୧ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଇଥିଲା।

ମଙ୍ଗଳବାର ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସରମା ଏବଂ ତାଙ୍କ ମେଘାଳୟର ପ୍ରତିପକ୍ଷ କୋନରାଡ କେ ସାଙ୍ଗମା ଉଭୟ ରାଜ୍ୟର ମୁଖ୍ୟ ସଚିବ ତଥା ଅନ୍ୟ ଅଧିକାରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଆସାମ ଏବଂ ମେଘାଳୟର ସରକାର ୮୮୪ କିଲୋମିଟର ସୀମାରେ ଥିବା ୧୨ ଟି ମତଭେଦ ଅଞ୍ଚଳ ମଧ୍ୟରୁ ୬ଟିର ସୀମା ବିବାଦର ସମାଧାନ ପାଇଁ ଏକ ପ୍ରସ୍ତାବ ଆଣିଥିଲେ। ୩୬.୭୯ ବର୍ଗ କିଲୋମିଟର ଜମି ପାଇଁ ପ୍ରସ୍ତାବିତ ସୁପାରିଶ ଅନୁଯାୟୀ ଆସାମ ୧୮.୫୧ ବର୍ଗ କିମି ରଖିବ ଏବଂ ଅବଶିଷ୍ଟ ୧୮.୨୮ ବର୍ଗ କିମି ମେଘାଳୟକୁ ଦେବ।

ଆସାମ ଏବଂ ମେଘାଳୟ ମଧ୍ୟରେ ହୋଇଥିବା ଚୁକ୍ତି ଗୁରୁତ୍ୱପୂର୍ଣ୍ଣ କାରଣ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ବହୁତ ଦିନ ଧରି ବିଚାରାଧୀନ ରହିଥିଲା। ଉଲ୍ଲେଖଯୋଗ୍ୟ, ୧୯୭୨ ମସିହାରେ ମେଘାଳୟ ଆସାମରୁ ଅଲଗା ହୋଇ ଆସାମ ପୁନର୍ଗଠନ ଅଧିନିୟମ, ୧୯୭୧ କୁ ଚ୍ୟାଲେଞ୍ଜ କରି ୮୮୪.୯ କିଲୋମିଟର ସୀମାର ବିଭିନ୍ନ ଅଞ୍ଚଳରେ ୧୨ଟି ଅଞ୍ଚଳରେ ବିବାଦ ଦେଖାଦେଇଥିଲା। ପରେ ଏହାକୁ ନେଇ ରକ୍ତପାତ ମଧ୍ୟ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ

କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...

ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରଣ, ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ବିଜେଡି….

ଭୁବନେଶ୍ୱର,୨୯ା୧୨: ପୁଣି ଅସନ୍ତୋଷ ଝାଡିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ୍‌ କୋ’କୁ ଟାର୍ଗେଟ୍‌ କରିଛନ୍ତି । କାହିଁକି...

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri