ଦୀପାବଳି ପୂର୍ବରୁ ଏହି ରାଜ୍ୟ ସରକାର କର୍ମଚାରୀଙ୍କୁ ଦେଲେ ଉପହାର, ବଢାଇଲେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୮।୧୧: ଦୀପାବଳି ପୂର୍ବରୁ ଆସାମ ସରକାର ନିଜ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି ଏବଂ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସରକାର ମହଙ୍ଗା ଭତ୍ତାକୁ ୪ପ୍ରତିଶତ ବୃଦ୍ଧି କରିଛନ୍ତି, ଏହା ପରେ ବର୍ତ୍ତମାନ ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ୪୬ ପ୍ରତିଶତକୁ ବୃଦ୍ଧି ପାଇଛି। ସରକାରଙ୍କ ଏହି ନିଷ୍ପତ୍ତି ୨୦୨୩ ଡିସେମ୍ବର ୧ରୁ କାର୍ଯ୍ୟକାରୀ ହେବ। ଏହା ବ୍ୟତୀତ ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଜୁଲାଇ ୨୦୨୩ ରୁ ନଭେମ୍ବର ୨୦୨୩ମଧ୍ୟରେ କର୍ମଚାରୀଙ୍କୁ ମୋଟ ଦୁଇଟି କିସ୍ତିରେ ବକେୟା ଦେୟ ପ୍ରଦାନ କରାଯିବ। ପ୍ରଥମ କିସ୍ତି ଡିସେମ୍ବର୨୦୨୩ ରେ ଏବଂ ଦ୍ୱିତୀୟ କିସ୍ତି ଏପ୍ରିଲ ୨୦୨୪ରେ ଦିଆଯିବ। ସୋସିଆଲ ମିଡିଆ ଏକ୍ସ ଏବଂ ଟୁଇଟରରେ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରି ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବର୍ତ୍ତମାନ ୪୬ ପ୍ରତିଶତକୁ ବୃଦ୍ଧି କରାଯାଇଛି।

Share