Posted inଫୁରସତ

ରେଭେନ୍ସା ଛାତ୍ରରୁ ଅସମ ବ୍ରଦର୍ସ ଗ୍ରୁପ

କଲେଜକୁ ପ୍ରତି ବର୍ଷ ଆସିଥାନ୍ତି ଅନେକ ନୂଆ ନୂଆ ଛାତ୍ରୀଛାତ୍ର। ସେମାନଙ୍କ ମଧ୍ୟରେ ଗଢିଉଠେ ଅନେକ ଛାତ୍ର ସଂଗଠନ, ଆଉ ପଢା ସାରି କଲେଜରୁ ବିଦାୟ ନେବା ସହ ଏହି ସଂଗଠନ ଭାଙ୍ଗି ବି ଯାଏ। ହେଲେ କଲେଜ ଜୀବନ ପରେ ବି ନିଜ ସଂଗଠନକୁ ସକ୍ରିୟ ରଖି ବିଭିନ୍ନ ସମାଜଧର୍ମୀ କାର୍ଯ୍ୟ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି କଟକରେ ଥିବା ଅସମ ବ୍ରଦର୍ସ ଗ୍ରୁପ୍‌ର ସଦସ୍ୟମାନେ। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗରେ ପଢୁଥିବା ସମୟରେ ୨୦୧୮ରେ ସତ୍ୟବ୍ରତ ପ୍ରଧାନ, ବିନାୟକ ସିଂ, ମନୋଜ ମହାନ୍ତି, ସିଦ୍ଧାର୍ଥ ଦାଶ, ସମ୍ବିତ ବାନାର୍ଜୀଙ୍କ ସମେତ ନଅ ଜଣ ଛାତ୍ର ସମାଜ ମଙ୍ଗଳ ଏବଂ ଛାତ୍ରୀଛାତ୍ରଙ୍କ ସ୍ବାର୍ଥ ପାଇଁ ଏହି ସଂଗଠନ ଆରମ୍ଭ କରିଥିଲେ। ସେବେଠୁ ବାଲିଯାତ୍ରା ହେଉ କି ଦୁର୍ଗାପୂଜା କିମ୍ବା ଅନ୍ୟ ସବୁ ସମୟରେ ଅସହାୟଙ୍କ ସହାୟତା ଲାଗି ଛିଡ଼ା ହୋଇଛି ଏହି ସଂଗଠନ। ଆଉ ଏହି ଗ୍ରୁପ୍‌ର ସଦସ୍ୟମାନଙ୍କ ବିଭିନ୍ନ ସମାଜଧର୍ମୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏମାନଙ୍କ ସହ ଯୋଡ଼ି ହୋଇଥିଲେ ଆହୁରି ଅନେକେ ଏବଂ ବର୍ତ୍ତମାନ ଏହି ଗ୍ରୁପ୍‌ର ସମୁଦାୟ ସଦସ୍ୟ ସଂଖ୍ୟା ୬୩। ସଭାପତି ସତ୍ୟବ୍ରତ କୁହନ୍ତି, ”ବିଶ୍ୱବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନ ହେବ ମରାମତି ହୋଇପାରୁ ନ ଥିଲା । କୁଳପତିଙ୍କଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଅବଗତ କରାଇଲେ ବି କେହି ଶୁଣୁ ନ ଥିଲେ। ସାମାନ୍ୟ ବର୍ଷା ହେଲେ ଛାତ୍ରୀଛାତ୍ର ଯିବା କଷ୍ଟକର ହୋଇପଡ଼ୁଥିଲା।
ଆମ ସଂଗଠନର ସଦସ୍ୟମାନେ ନିଜ ପ୍ରଚେଷ୍ଟାରେ ରାସ୍ତା ମରାମତି କରିଥିଲୁ । ସେବେଠୁ କଟକରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ସହ ବାଲିଯାତ୍ରା ସମୟରେ ସବୁଜ ଓଡ଼ିଶା ଗଢିବା, ପଲିଥିନ ବର୍ଜନ କରି ପେପର ବ୍ୟାଗ୍‌ ବ୍ୟବହାର କରିବା ଦିଗରେ ଜନ ସଚେତନତା ସୃଷ୍ଟି କରିଆସୁଛୁ। ଆମକୁ ପ୍ରତ୍ୟେକ କାର୍ଯ୍ୟରେ ବିଭାଗର ମୁଖ୍ୟ ଡ. ଜୟନ୍ତ କୁମାର ସ୍ବାଇଁ ସାହାଯ୍ୟ କରିଥାନ୍ତି। କଟକରେ ଥିବା ଏକ ଅନାଥ ଆଶ୍ରମ ଏବଂ ଏକ ବୃଦ୍ଧାଶ୍ରମକୁ ଯାଇ ଖାଦ୍ୟ, ବସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିଥାଉ। ତେବେ ଅନାଥ ଆଶ୍ରମର କୌଣସି ପିଲା ଯେବେ ନିଜ ପରିବାର ସଦସ୍ୟଙ୍କ ଭଳି କୌଣସି ଆବଶ୍ୟକ ସାମଗ୍ରୀ ପାଇଁ ବରାଦ କରେ ଏବଂ ଆମେ ପରବର୍ତ୍ତୀ ସମୟରେ ତାଙ୍କର ଏହି ଆବଶ୍ୟକତା ପୂର୍ଣ୍ଣ କରିଥାଉ, ସେ ସମୟରେ ସେମାନଙ୍କ ମୁହଁରେ ଫୁଟି ଉଠୁଥିବା ହସ ଯେଉଁ ଆତ୍ମସନ୍ତୋଷ ଦିଏ ତାହା ଅବର୍ଣ୍ଣନୀୟ।“ ଏସବୁ କାର୍ଯ୍ୟ ବ୍ୟତୀତ ପ୍ରତିବର୍ଷ ସଙ୍ଗଠନ ପକ୍ଷରୁ ଶୀତଦିନେ ରାସ୍ତା କଡ଼ରେ ଶୋଉଥିବା ଅସହାୟଙ୍କୁ କମ୍ବଳ ବଣ୍ଟାଯାଇଥାଏ। ତେବେ ଏ ସମସ୍ତ କାର୍ଯ୍ୟ ସଦସ୍ୟମାନେ ନିଜ ପକେଟ ମନିରୁ ଆଦାୟ କରି ତୁଲାଇଥାନ୍ତି। ସୋସିଆଲ୍‌ ମିଡ଼ିଆରୁ କାହାର ଅସୁବିଧା ସମ୍ପର୍କରେ ଜାଣିଲେ ମଧ୍ୟ ଯଥାସମ୍ଭବ ସହାୟତାର ହାତ ବଢାଉଥିବା ଏହି ସଂଗଠନର ସଦସ୍ୟମାନେ ଭବିଷ୍ୟତରେ ଅଧିକରୁ ଅଧିକ ସମାଜଧର୍ମୀ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।
-ଅଶୋକ କୁମାର ବାରିକ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri