Posted inଫୁରସତ

ରେଭେନ୍ସା ଛାତ୍ରରୁ ଅସମ ବ୍ରଦର୍ସ ଗ୍ରୁପ

କଲେଜକୁ ପ୍ରତି ବର୍ଷ ଆସିଥାନ୍ତି ଅନେକ ନୂଆ ନୂଆ ଛାତ୍ରୀଛାତ୍ର। ସେମାନଙ୍କ ମଧ୍ୟରେ ଗଢିଉଠେ ଅନେକ ଛାତ୍ର ସଂଗଠନ, ଆଉ ପଢା ସାରି କଲେଜରୁ ବିଦାୟ ନେବା ସହ ଏହି ସଂଗଠନ ଭାଙ୍ଗି ବି ଯାଏ। ହେଲେ କଲେଜ ଜୀବନ ପରେ ବି ନିଜ ସଂଗଠନକୁ ସକ୍ରିୟ ରଖି ବିଭିନ୍ନ ସମାଜଧର୍ମୀ କାର୍ଯ୍ୟ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି କଟକରେ ଥିବା ଅସମ ବ୍ରଦର୍ସ ଗ୍ରୁପ୍‌ର ସଦସ୍ୟମାନେ। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗରେ ପଢୁଥିବା ସମୟରେ ୨୦୧୮ରେ ସତ୍ୟବ୍ରତ ପ୍ରଧାନ, ବିନାୟକ ସିଂ, ମନୋଜ ମହାନ୍ତି, ସିଦ୍ଧାର୍ଥ ଦାଶ, ସମ୍ବିତ ବାନାର୍ଜୀଙ୍କ ସମେତ ନଅ ଜଣ ଛାତ୍ର ସମାଜ ମଙ୍ଗଳ ଏବଂ ଛାତ୍ରୀଛାତ୍ରଙ୍କ ସ୍ବାର୍ଥ ପାଇଁ ଏହି ସଂଗଠନ ଆରମ୍ଭ କରିଥିଲେ। ସେବେଠୁ ବାଲିଯାତ୍ରା ହେଉ କି ଦୁର୍ଗାପୂଜା କିମ୍ବା ଅନ୍ୟ ସବୁ ସମୟରେ ଅସହାୟଙ୍କ ସହାୟତା ଲାଗି ଛିଡ଼ା ହୋଇଛି ଏହି ସଂଗଠନ। ଆଉ ଏହି ଗ୍ରୁପ୍‌ର ସଦସ୍ୟମାନଙ୍କ ବିଭିନ୍ନ ସମାଜଧର୍ମୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏମାନଙ୍କ ସହ ଯୋଡ଼ି ହୋଇଥିଲେ ଆହୁରି ଅନେକେ ଏବଂ ବର୍ତ୍ତମାନ ଏହି ଗ୍ରୁପ୍‌ର ସମୁଦାୟ ସଦସ୍ୟ ସଂଖ୍ୟା ୬୩। ସଭାପତି ସତ୍ୟବ୍ରତ କୁହନ୍ତି, ”ବିଶ୍ୱବିଦ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନ ହେବ ମରାମତି ହୋଇପାରୁ ନ ଥିଲା । କୁଳପତିଙ୍କଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଅବଗତ କରାଇଲେ ବି କେହି ଶୁଣୁ ନ ଥିଲେ। ସାମାନ୍ୟ ବର୍ଷା ହେଲେ ଛାତ୍ରୀଛାତ୍ର ଯିବା କଷ୍ଟକର ହୋଇପଡ଼ୁଥିଲା।
ଆମ ସଂଗଠନର ସଦସ୍ୟମାନେ ନିଜ ପ୍ରଚେଷ୍ଟାରେ ରାସ୍ତା ମରାମତି କରିଥିଲୁ । ସେବେଠୁ କଟକରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ସହ ବାଲିଯାତ୍ରା ସମୟରେ ସବୁଜ ଓଡ଼ିଶା ଗଢିବା, ପଲିଥିନ ବର୍ଜନ କରି ପେପର ବ୍ୟାଗ୍‌ ବ୍ୟବହାର କରିବା ଦିଗରେ ଜନ ସଚେତନତା ସୃଷ୍ଟି କରିଆସୁଛୁ। ଆମକୁ ପ୍ରତ୍ୟେକ କାର୍ଯ୍ୟରେ ବିଭାଗର ମୁଖ୍ୟ ଡ. ଜୟନ୍ତ କୁମାର ସ୍ବାଇଁ ସାହାଯ୍ୟ କରିଥାନ୍ତି। କଟକରେ ଥିବା ଏକ ଅନାଥ ଆଶ୍ରମ ଏବଂ ଏକ ବୃଦ୍ଧାଶ୍ରମକୁ ଯାଇ ଖାଦ୍ୟ, ବସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିଥାଉ। ତେବେ ଅନାଥ ଆଶ୍ରମର କୌଣସି ପିଲା ଯେବେ ନିଜ ପରିବାର ସଦସ୍ୟଙ୍କ ଭଳି କୌଣସି ଆବଶ୍ୟକ ସାମଗ୍ରୀ ପାଇଁ ବରାଦ କରେ ଏବଂ ଆମେ ପରବର୍ତ୍ତୀ ସମୟରେ ତାଙ୍କର ଏହି ଆବଶ୍ୟକତା ପୂର୍ଣ୍ଣ କରିଥାଉ, ସେ ସମୟରେ ସେମାନଙ୍କ ମୁହଁରେ ଫୁଟି ଉଠୁଥିବା ହସ ଯେଉଁ ଆତ୍ମସନ୍ତୋଷ ଦିଏ ତାହା ଅବର୍ଣ୍ଣନୀୟ।“ ଏସବୁ କାର୍ଯ୍ୟ ବ୍ୟତୀତ ପ୍ରତିବର୍ଷ ସଙ୍ଗଠନ ପକ୍ଷରୁ ଶୀତଦିନେ ରାସ୍ତା କଡ଼ରେ ଶୋଉଥିବା ଅସହାୟଙ୍କୁ କମ୍ବଳ ବଣ୍ଟାଯାଇଥାଏ। ତେବେ ଏ ସମସ୍ତ କାର୍ଯ୍ୟ ସଦସ୍ୟମାନେ ନିଜ ପକେଟ ମନିରୁ ଆଦାୟ କରି ତୁଲାଇଥାନ୍ତି। ସୋସିଆଲ୍‌ ମିଡ଼ିଆରୁ କାହାର ଅସୁବିଧା ସମ୍ପର୍କରେ ଜାଣିଲେ ମଧ୍ୟ ଯଥାସମ୍ଭବ ସହାୟତାର ହାତ ବଢାଉଥିବା ଏହି ସଂଗଠନର ସଦସ୍ୟମାନେ ଭବିଷ୍ୟତରେ ଅଧିକରୁ ଅଧିକ ସମାଜଧର୍ମୀ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।
-ଅଶୋକ କୁମାର ବାରିକ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri