ଆଶୀର୍ବାଦଙ୍କୁ କ୍ଲିନ୍‌ଚିଟ୍‌

କଟକ ଅଫିସ,୧୫।୯: ରାଜ୍ୟ କ୍ରୀଡାର ବରିଷ୍ଠ ସଙ୍ଗଠକ ଆଶୀର୍ବାଦ ବେହେରାଙ୍କୁ ସୁପ୍ରିମ୍‌କୋର୍ଟ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ) ପକ୍ଷରୁ ବିବାଦୀୟ ଜମି ଉପରେ ଦୋକାନ ଗୃହ, କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ସିବିଆଇ ଜାଲରେ ଆଶୀର୍ବାଦ ଛନ୍ଦି ହୋଇଥିଲେ। ପରବର୍ତ୍ତୀ ସମୟରେ ସିବିଆଇ ଡିଏସ୍‌ପି ଏବଂ ଏସିବି ଭୁବନେଶ୍ୱର ଦେଇଥିବା ରିପୋର୍ଟକୁ ଆଧାରକରି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଜଷ୍ଟିସ୍‌ ଏ.ଏସ୍‌. ବୋପନ୍ନା ଏବଂ ଜଷ୍ଟିସ୍‌ ଭି. ରାମସୁବ୍ରମଣିୟମଙ୍କୁ ନେଇ ଗଠିତ ଖଣ୍ଡପୀଠ ଏବେ ଆଶୀର୍ବାଦଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ତେବେ ଦୀର୍ଘବର୍ଷ ଧରି ଚାଲିଥିବା ଲଢ଼େଇ ପରେ ଶେଷରେ ସତ୍ୟର ବିଜୟ ହୋଇଛି ବୋଲି ଆଶୀର୍ବାଦ କହିଛନ୍ତି।
ସୂଚନାଥାଉକି, ବାରବାଟୀ ଷ୍ଟାଡିୟମ ପରିସରରେ ରାଜ୍ୟ ସରକାରଙ୍କର ଗୋଟିଏ ଏକର ଜମି ରହିଥିଲା। ପାର୍କିଂସ୍ଥଳ ପାଇଁ ଉଦ୍ଧିଷ୍ଟ ଏହି ଜମିକୁ ଓଓଏ ଜବରଦଖଲ କରିଛି ବୋଲି ଅଭିଯୋଗ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ତଳକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ସରକାର ଲିଜ୍‌ ସୂତ୍ରରେ ଏହି ଜମି ପ୍ରଦାନ କରିଛନ୍ତି ବୋଲି ଓଓଏ ପକ୍ଷରୁ ତଳ କୋର୍ଟରେ ପ୍ରକାଶ କରାଯାଇଥିଲା। ଆବଶ୍ୟକ ପ୍ରମାଣ ଦାଖଲ ନ କରିବାରୁ ରାଜ୍ୟ ସରକାର ତଳକୋର୍ଟରେ ହାରିଥିଲେ। ପରେ ରାଜ୍ୟ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ସେଠାରେ ରହିଥିବା ବ୍ୟବସାୟିକ ପ୍ରତିଷ୍ଠାନର ବୁଝାସୁଝା ଦାୟିତ୍ୱ କଟକ ଜିଲାପାଳଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ରହିଥିଲା। ଏହା ବିରୋଧରେ ଆଶୀର୍ବାଦ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୭ ଏପ୍ରିଲ ୩ରେ ଘଟଣାର ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ସିବିଆଇ ଡିଏସ୍‌ପି ସୁପ୍ରିମକୋର୍ଟରେ ଏକ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ସେଥିରେ ସେ ବିବାଦୀୟ ଯାଗା ଉପରେ ୨୩ଟି ଦୋକାନଗୃହ ନିର୍ମାଣ ହେବା ସହ ସେଗୁଡ଼ିକୁ ଆଗ୍ରହୀ ଲୋକଙ୍କୁ ଭଡ଼ା ସୂତ୍ରରେ ଦିଆଯାଇଛି। ଯେଉଁଥିରେ କି କୌଣସି ପ୍ରକାର ଅନିୟମିତତା ହୋଇ ନ ଥିବା ଅଦାଲତ ଅନୁଭବ କରିବା ସହ ଆଶୀର୍ବାଦଙ୍କ ସପକ୍ଷରେ କ୍ଲିନ୍‌ଚିଟ୍‌ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri