କେନ୍ଦ୍ରାପଡ଼ା ବିଧାନସଭା ଆସନ: ଆଶାୟୀ ପ୍ରାର୍ଥୀଙ୍କ ବଢୁଛି ଉତ୍କଣ୍ଠା

କେନ୍ଦ୍ରାପଡ଼ା, ୩୧ା୩(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା ବିଧାନସଭା ଆସନ ଗତ ସାଧାରଣ ନିର୍ବାଚନ ପରି ଏଥର ବି ଚର୍ଚ୍ଚାରେ ରହିଛି। ବିଜେଡି ଜିଲାର ଅନ୍ୟ ୪ ବିଧାନସଭା ଓ ଲୋକ ସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ହେଲେ କେନ୍ଦ୍ରାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। ଗତଥର ମଧ୍ୟ ଏହି ଆସନ ପାଇଁ ଦଳୀୟ ଟିକେଟକୁ ନେଇ ବେଶ୍‌ ହଟଚମଟ ସୃଷ୍ଟି ହୋଇଥିଲା। ଶେଷ ମୁହୂର୍ତ୍ତରେ ବିଜେଡି ପୂର୍ବତନ ଅର୍ଥମନ୍ତ୍ରୀ ତଥା ଦକ୍ଷ ରାଜନେତା ଶଶିଭୂଷଣ ବେହେରାଙ୍କୁ ଟିକେଟ ଦେଇ ବିରୋଧୀଙ୍କ ରଣନୀତିକୁ ସବୁ ଓଲଟପାଲଟ କରିଦେଇଥିଲା। ଏପରିକି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଲୋକପ୍ରିୟତା କମ୍‌ ପଡ଼ିଯାଇଥିଲା।
୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱରଙ୍କୁ ପୋଲିଂର ୩୯.୩୪ ପ୍ରତିଶତ ଅର୍ଥାତ୍‌ ୫୯,୫୪୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଶଶିଭୂଷଣ ୪୩.୬୯ ପ୍ରତିଶତ ଅର୍ଥାତ୍‌ ୬୬,୧୩୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଅପରପକ୍ଷରେ ପୋଲିଂର ତୃତୀୟ ସ୍ଥାନରେ ଭାଜପା ପ୍ରାର୍ଥୀ ସୁନାକର ବେହେରା ରହି ମାତ୍ର ୧୫.୦୯ ପ୍ରତିଶତ ଅର୍ଥାତ୍‌ ୨୨,୮୪୨ ଭୋଟ ହାତେଇଥିଲେ। ଏହି ସଂରକ୍ଷିତ କେନ୍ଦ୍ରାପଡ଼ା ନିର୍ବାଚନ କ୍ଷେତ୍ର ନିର୍ବାଚନ ପାଇଁ ଜୁନ୍‌ ୧କୁ ଘୋଷଣା ହୋଇଛି। ଏଥିପାଇଁ ପ୍ରାର୍ଥୀ ଚୟନକୁ ନେଇ ଜିଲାରେ ଜୋର୍‌ଦାର ଆଲୋଚନା ହେଉଛି। ଗତ ୫ ବର୍ଷର ଉନ୍ନୟନ କାର୍ଯ୍ୟକୁ ଆଧାରକରି ବିଧାୟକ ବେହେରା ଟିକେଟ ଦାବିଦାର ଅଛନ୍ତି। ମାତ୍ର ବିଜେଡିର ଦଳୀୟ ଟିକେଟ ହାତେଇବା ପାଇଁ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଶଶିଭୂଷଣଙ୍କ ଆଶାରେ ବାଧକ ହୋଇଛି। ଅଦ୍ୟାବଧି ଜିଲାରେ ଜଣେହେଲେ ମହିଳାଙ୍କ ନାମ ପ୍ରାର୍ଥୀ ତାଲିକାରେ ଆସିନାହିଁ। ସଂରକ୍ଷିତ କ୍ଷେତ୍ରରେ ମହିଳାଙ୍କ ନାମ ଆସିଲେ ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ କିଶୋର ତରାଇଙ୍କ ସ୍ତ୍ରୀ ବବିତା ତରାଇ, ଜିଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କ ସ୍ତ୍ରୀ ସରସ୍ବତୀ ସେଠୀଙ୍କ ନାମ ଚର୍ଚ୍ଚାରେ ଅଛି। ଏହାବ୍ୟତୀତ ପୂର୍ବତନ ବିଧାୟକ କିଶୋର ତରାଇ, ଯୁବ ବିଜେଡି ସଭାପତି ରାଜେଶ ଦାସ ପ୍ରମୁଖ ଟିକେଟ ଲବିରେ ଅଛନ୍ତି। ଅପରପକ୍ଷରେ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ବିଜେଡିରେ ଯୋଗଦେଇ ଟିକେଟ ହାସଲ କରିବେ ବୋଲି ଆଲୋଚନା ଜୋର୍‌ ହେଉଛି। ଏ ସମ୍ପର୍କରେ ଗଣେଶ୍ୱର କହିଛନ୍ତି, ନିର୍ବାଚନ କ୍ଷେତ୍ରର ଲୋକ ତଥା ବହୁ ଶୁଭେଚ୍ଛୁ ଏ ସମ୍ପର୍କରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ଏ ନେଇ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇନାହିଁ। କଂଗ୍ରେସର ସମର୍ଥକ ଓ କର୍ମୀ ନିରଞ୍ଜନ ପରିଡ଼ାଙ୍କ ସମେତ କେତେଜଣ କହିଛନ୍ତି, ଏହା କେବଳ ନିର୍ବାଚନ ଋତୁରେ ଏକ ଅପପ୍ରଚାର। ଗଣେଶ୍ୱର କଂଗ୍ରେସର ପ୍ରାର୍ଥୀ ହେଉଥିବା ସେମାନେ ଦୃଢ଼ତାର ସହ କହିଛନ୍ତି। ତେବେ ଗଣେଶ୍ୱର ବିଜେଡିରେ ସାମିଲ ହେଲେ ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ହଳଧର ସେଠୀଙ୍କୁ ଟିକେଟ ମିଳିବ ବୋଲି ଆଲୋଚନା ଜାରି ରହିଛି। ସେହିପରି ଭାଜପା ଟିକେଟ ଲବିରେ କଳ୍ପନା ମଲ୍ଲିକ, ଅଭିମନ୍ୟୁ ଗୋଚ୍ଛାୟତ, ସୁନାକର ବେହେରା ପ୍ରମୁଖ ଅଛନ୍ତି। ଟିକେଟ ଆଶାୟୀ ଅଭିମନ୍ୟୁ କୁହନ୍ତି, ଗତ ୨୪ ବର୍ଷ ଧରି ବିଜୁବାବୁଙ୍କ ନାମ ଧରି ବିଜେଡି ଜିଲାକୁ ଏକ ଗଡ଼ ଭାବେ ମନେକରିଛି। ମାତ୍ର ଏହି ଜିଲା ରାଜ୍ୟର ସବୁଠାରୁ ପଛୁଆ ବୋଲି ଭୋଟର ହୃଦୟଙ୍ଗମ କରିସାରିଛନ୍ତି। ଜିଲାର ବିକାଶ ପାଇଁ ଭାଜପା ଆବଶ୍ୟକ ବୋଲି ତୃଣମୂଳସ୍ତରରେ ସ୍ବର ଉଠିଛି। ଏ ସମ୍ପର୍କରେ ବିଜେଡି ଜିଲା ସଭାପତି ଧୀରେନ ସାହୁଙ୍କୁ ପଚାରିବାରେ ବିରୋଧୀ କଂଗ୍ରେସ ଓ ଭାଜପାର ଭିତ୍ତିଭୂମି କେନ୍ଦ୍ରାପଡ଼ାରେ ଆଦୌ ନାହିଁ। ରାଜ୍ୟ ସରକାର ଇତିମଧ୍ୟରେ ବହୁ ଉନ୍ନୟନ କାର୍ଯ୍ୟ ଜରିଆରେ ଲୋକଙ୍କ ହୃଦୟ ଜୟ କରିଛନ୍ତି। ବିଳମ୍ବ ହେଉଥିଲେ ମଧ୍ୟ ଜଣେ ଭଲ ଲୋକପ୍ରତିନିଧି କେନ୍ଦ୍ରାପଡ଼ା ନିର୍ବାଚନ କ୍ଷେତ୍ର ପାଇଁ ବିଜେଡିର ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri