କେନ୍ଦ୍ରାପଡ଼ା ବିଧାନସଭା ଆସନ: ଆଶାୟୀ ପ୍ରାର୍ଥୀଙ୍କ ବଢୁଛି ଉତ୍କଣ୍ଠା

କେନ୍ଦ୍ରାପଡ଼ା, ୩୧ା୩(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା ବିଧାନସଭା ଆସନ ଗତ ସାଧାରଣ ନିର୍ବାଚନ ପରି ଏଥର ବି ଚର୍ଚ୍ଚାରେ ରହିଛି। ବିଜେଡି ଜିଲାର ଅନ୍ୟ ୪ ବିଧାନସଭା ଓ ଲୋକ ସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ହେଲେ କେନ୍ଦ୍ରାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। ଗତଥର ମଧ୍ୟ ଏହି ଆସନ ପାଇଁ ଦଳୀୟ ଟିକେଟକୁ ନେଇ ବେଶ୍‌ ହଟଚମଟ ସୃଷ୍ଟି ହୋଇଥିଲା। ଶେଷ ମୁହୂର୍ତ୍ତରେ ବିଜେଡି ପୂର୍ବତନ ଅର୍ଥମନ୍ତ୍ରୀ ତଥା ଦକ୍ଷ ରାଜନେତା ଶଶିଭୂଷଣ ବେହେରାଙ୍କୁ ଟିକେଟ ଦେଇ ବିରୋଧୀଙ୍କ ରଣନୀତିକୁ ସବୁ ଓଲଟପାଲଟ କରିଦେଇଥିଲା। ଏପରିକି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଲୋକପ୍ରିୟତା କମ୍‌ ପଡ଼ିଯାଇଥିଲା।
୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱରଙ୍କୁ ପୋଲିଂର ୩୯.୩୪ ପ୍ରତିଶତ ଅର୍ଥାତ୍‌ ୫୯,୫୪୭ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଶଶିଭୂଷଣ ୪୩.୬୯ ପ୍ରତିଶତ ଅର୍ଥାତ୍‌ ୬୬,୧୩୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଅପରପକ୍ଷରେ ପୋଲିଂର ତୃତୀୟ ସ୍ଥାନରେ ଭାଜପା ପ୍ରାର୍ଥୀ ସୁନାକର ବେହେରା ରହି ମାତ୍ର ୧୫.୦୯ ପ୍ରତିଶତ ଅର୍ଥାତ୍‌ ୨୨,୮୪୨ ଭୋଟ ହାତେଇଥିଲେ। ଏହି ସଂରକ୍ଷିତ କେନ୍ଦ୍ରାପଡ଼ା ନିର୍ବାଚନ କ୍ଷେତ୍ର ନିର୍ବାଚନ ପାଇଁ ଜୁନ୍‌ ୧କୁ ଘୋଷଣା ହୋଇଛି। ଏଥିପାଇଁ ପ୍ରାର୍ଥୀ ଚୟନକୁ ନେଇ ଜିଲାରେ ଜୋର୍‌ଦାର ଆଲୋଚନା ହେଉଛି। ଗତ ୫ ବର୍ଷର ଉନ୍ନୟନ କାର୍ଯ୍ୟକୁ ଆଧାରକରି ବିଧାୟକ ବେହେରା ଟିକେଟ ଦାବିଦାର ଅଛନ୍ତି। ମାତ୍ର ବିଜେଡିର ଦଳୀୟ ଟିକେଟ ହାତେଇବା ପାଇଁ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଶଶିଭୂଷଣଙ୍କ ଆଶାରେ ବାଧକ ହୋଇଛି। ଅଦ୍ୟାବଧି ଜିଲାରେ ଜଣେହେଲେ ମହିଳାଙ୍କ ନାମ ପ୍ରାର୍ଥୀ ତାଲିକାରେ ଆସିନାହିଁ। ସଂରକ୍ଷିତ କ୍ଷେତ୍ରରେ ମହିଳାଙ୍କ ନାମ ଆସିଲେ ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ, ପୂର୍ବତନ ବିଧାୟକ କିଶୋର ତରାଇଙ୍କ ସ୍ତ୍ରୀ ବବିତା ତରାଇ, ଜିଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କ ସ୍ତ୍ରୀ ସରସ୍ବତୀ ସେଠୀଙ୍କ ନାମ ଚର୍ଚ୍ଚାରେ ଅଛି। ଏହାବ୍ୟତୀତ ପୂର୍ବତନ ବିଧାୟକ କିଶୋର ତରାଇ, ଯୁବ ବିଜେଡି ସଭାପତି ରାଜେଶ ଦାସ ପ୍ରମୁଖ ଟିକେଟ ଲବିରେ ଅଛନ୍ତି। ଅପରପକ୍ଷରେ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ବିଜେଡିରେ ଯୋଗଦେଇ ଟିକେଟ ହାସଲ କରିବେ ବୋଲି ଆଲୋଚନା ଜୋର୍‌ ହେଉଛି। ଏ ସମ୍ପର୍କରେ ଗଣେଶ୍ୱର କହିଛନ୍ତି, ନିର୍ବାଚନ କ୍ଷେତ୍ରର ଲୋକ ତଥା ବହୁ ଶୁଭେଚ୍ଛୁ ଏ ସମ୍ପର୍କରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ଏ ନେଇ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇନାହିଁ। କଂଗ୍ରେସର ସମର୍ଥକ ଓ କର୍ମୀ ନିରଞ୍ଜନ ପରିଡ଼ାଙ୍କ ସମେତ କେତେଜଣ କହିଛନ୍ତି, ଏହା କେବଳ ନିର୍ବାଚନ ଋତୁରେ ଏକ ଅପପ୍ରଚାର। ଗଣେଶ୍ୱର କଂଗ୍ରେସର ପ୍ରାର୍ଥୀ ହେଉଥିବା ସେମାନେ ଦୃଢ଼ତାର ସହ କହିଛନ୍ତି। ତେବେ ଗଣେଶ୍ୱର ବିଜେଡିରେ ସାମିଲ ହେଲେ ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ହଳଧର ସେଠୀଙ୍କୁ ଟିକେଟ ମିଳିବ ବୋଲି ଆଲୋଚନା ଜାରି ରହିଛି। ସେହିପରି ଭାଜପା ଟିକେଟ ଲବିରେ କଳ୍ପନା ମଲ୍ଲିକ, ଅଭିମନ୍ୟୁ ଗୋଚ୍ଛାୟତ, ସୁନାକର ବେହେରା ପ୍ରମୁଖ ଅଛନ୍ତି। ଟିକେଟ ଆଶାୟୀ ଅଭିମନ୍ୟୁ କୁହନ୍ତି, ଗତ ୨୪ ବର୍ଷ ଧରି ବିଜୁବାବୁଙ୍କ ନାମ ଧରି ବିଜେଡି ଜିଲାକୁ ଏକ ଗଡ଼ ଭାବେ ମନେକରିଛି। ମାତ୍ର ଏହି ଜିଲା ରାଜ୍ୟର ସବୁଠାରୁ ପଛୁଆ ବୋଲି ଭୋଟର ହୃଦୟଙ୍ଗମ କରିସାରିଛନ୍ତି। ଜିଲାର ବିକାଶ ପାଇଁ ଭାଜପା ଆବଶ୍ୟକ ବୋଲି ତୃଣମୂଳସ୍ତରରେ ସ୍ବର ଉଠିଛି। ଏ ସମ୍ପର୍କରେ ବିଜେଡି ଜିଲା ସଭାପତି ଧୀରେନ ସାହୁଙ୍କୁ ପଚାରିବାରେ ବିରୋଧୀ କଂଗ୍ରେସ ଓ ଭାଜପାର ଭିତ୍ତିଭୂମି କେନ୍ଦ୍ରାପଡ଼ାରେ ଆଦୌ ନାହିଁ। ରାଜ୍ୟ ସରକାର ଇତିମଧ୍ୟରେ ବହୁ ଉନ୍ନୟନ କାର୍ଯ୍ୟ ଜରିଆରେ ଲୋକଙ୍କ ହୃଦୟ ଜୟ କରିଛନ୍ତି। ବିଳମ୍ବ ହେଉଥିଲେ ମଧ୍ୟ ଜଣେ ଭଲ ଲୋକପ୍ରତିନିଧି କେନ୍ଦ୍ରାପଡ଼ା ନିର୍ବାଚନ କ୍ଷେତ୍ର ପାଇଁ ବିଜେଡିର ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri