୭ମାସ ପରେ ବି ଆସିନି ଡିଏନ୍‌ଏ ରିପୋର୍ଟ

ଭୁବନେଶ୍ୱର, ୨୧।୩(ବ୍ୟୁରୋ):ଗତବର୍ଷ ବୌଦ୍ଧ ବନଖଣ୍ଡର ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବଘିଆପଡ଼ା ସେକ୍ସନରେ ଦୁଇଟି ଦନ୍ତା ହାତୀର କଙ୍କାଳ ଗଳିତ ଅବସ୍ଥାରେ ମିଳିଥିଲା। ପ୍ରଥମେ ଜୁନ ୨୩ରେ ଜାମୁଖୋଲ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଓ ଜୁନ୍‌ ୨୫ରେ ବାଙ୍କୀମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ଅନ୍ୟଏକ ପ୍ରାପ୍ତବୟସ୍କ ଦନ୍ତାହାତୀର କଙ୍କାଳ ଉଦ୍ଧାର କରାଯାଇଥିଲା। ଉଭୟ ହାତୀଙ୍କର ଶୁଣ୍ଢ ସହିତ ଦାନ୍ତ ମଧ୍ୟ କଟାଯାଇଥିଲା। ଶିକାରୀମାନେ ହାତୀକୁ ମାରିବା ପରେ ତା’ ଦାନ୍ତ କାଟିବା ପାଇଁ ନିଷ୍ଠୁର ଭାବରେ ତା’ର ଶୁଣ୍ଢକୁ କାଟିଦେଇଥିଲେ। ସେହିପରି ଗତବର୍ଷ ଜୁଲାଇ ୭ରେ ସମ୍ବଲପୁର ଅଇଁଠାପାଲି ନିକଟରେ ଦୁଇଟି ହାତୀଦାନ୍ତ ଜବତ ହୋଇଥିଲା। ତେବେ ସେହିଦିନ ସମ୍ବଲପୁର ଡିଏଫ୍‌ଓଙ୍କ ସହିତ ମିଳିତ ଖବରଦାତା ସମ୍ମିଳନୀରେ ବୌଦ୍ଧ ଡିଏଫ୍‌ଓ କହିଥିଲେ, ଜବତ ହାତୀ ଦାନ୍ତ ଦୁଇଟି ବାଙ୍କୀମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ମିଳିଥିବା ମୃତହାତୀର ବୋଲି ଅନୁମାନ କରାଯାଉଛି। ସମ୍ବଲପୁରରୁ ଜବତ ହାତୀଦାନ୍ତ ବୌଦ୍ଧରୁ ଶିକାର ହୋଇଥିବା ହାତୀର ବୋଲି ନିଶ୍ଚିତ କରିବା ପାଇଁ ଜବତ ହାତୀଦାନ୍ତ ଏବଂ ବାଙ୍କୀମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ମିଳିଥିବା ହାତୀ ଶରୀରର ନମୁନାକୁ ଡିଏନ୍‌ଏ ମ୍ୟାଚିଂ ପାଇଁ ପଠାଯାଇଥିବା ସେମାନେ ସୂଚନା ଦେଇଥିଲେ। ହେଲେ ୭ମାସ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ଡିଏନ୍‌ଏ ରିପୋର୍ଟ ଆସିଲା ନାହିଁ। ଏପରିକି ସେହି ଡିଏନ୍‌ଏ ମ୍ୟାଚିଂ ତଥ୍ୟକୁ ସୂଚନା ଅଧିକାର ଆଇନରେ ମାଗିଲେ ମଧ୍ୟ ବୌଦ୍ଧ ଡିଏଫ୍‌ଓ ଦେଉ ନ ଥିବା ଅଭିଯୋଗ ଉଠୁଛି। ଅନେକ କ୍ଷେତ୍ରରେ ଡିଏନ୍‌ଏ ଟେଷ୍ଟ ରିପୋର୍ଟ ୫ଦିନ ମଧ୍ୟରେ ଆସୁଥିବାବେଳେ ଏ କ୍ଷେତ୍ରରେ କାହିଁକି ମାସ ମାସ ବିତୁଛି ବୋଲି ସୂଚନା ଅଧିକାର କର୍ମୀମାନେ ପ୍ରଶ୍ନ କରିଛନ୍ତି। ରଞ୍ଜନ ଦାସ ନାମକ ଜଣେ ବ୍ୟକ୍ତି ଗତବର୍ଷ ଡିସେମ୍ବର ୧୬ରେ ଏହି ଡିଏନ୍‌ଏ ମ୍ୟାଚିଂ ରିପୋର୍ଟ ଆଦି ସମ୍ପର୍କରେ ଜାଣିବା ପାଇଁ ସୂଚନା ଅଧିକାର ଆଇନ ୨୦୦୫ ବଳରେ ତଥ୍ୟ ମାଗିଥିଲେ। ହେଲେ ତଦନ୍ତ ଚାଲିଛି ବୋଲି କହି ବୌଦ୍ଧ ଡିଏଫ୍‌ଓ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି। ଏହି ଘଟଣା ବଲାଙ୍ଗୀରରେ ମୃତ କେନ୍ଦୁପତ୍ର ତୋଳାଳିଙ୍କ କ୍ଷତିପୂରଣ ଟଙ୍କା ଆତ୍ମସାତ୍‌ କରିଥିବା ବୌଦ୍ଧ ଡିଏଫ୍‌ଓଙ୍କୁ ଆହୁରି ସନ୍ଦେହ ଘେରକୁ ଟାଣି ନେଇଛି।
ସମ୍ପର୍କରେ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଯଦି ସମ୍ବଲପୁରରୁ ଜବତ ହାତୀଦାନ୍ତ ଏବଂ ବାଙ୍କୀମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ମିଳିଥିବା ମୃତ ହାତୀର ନମୁନା ଡିଏନ୍‌ଏ ମ୍ୟାଚିଂ ନ କରେ, ତେବେ ଡିଏଫ୍‌ଓଙ୍କୁ ଅବିଳମ୍ବେ ଗିରଫ କରାଯିବା ସହିତ କ୍ରାଇମବ୍ରାଞ୍ଚକୁ ମାମଲା ଦେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri