ଇମ୍ରାନ ଖାନଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି ଆସିମ ମୁନିର…ସାଂଘାତିକ ଖୁଲାସା ପରେ ବିଶ୍ୱରେ ହଇଚଇ

ଇସଲାମାବାଦ,୫।୫: ପାକିସ୍ତାନୀ-ଆମେରିକୀୟ ଗାୟକ ଏବଂ ଜାତିସଂଘର ଗୁଡ୍‌ଓ୍ବିଲ୍‌ ଆମ୍ବାସାଡାର ସଲମାନ ଅହମ୍ମଦ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ତେବେ ସଲମାନ ଅହମ୍ମଦଙ୍କୁ ଇମ୍ରାନ ଖାନଙ୍କ ନିକଟତର ବୋଲି ବିବେଚନା କରାଯାଏ। ସେ ଶୀର୍ଷ ଗୁଇନ୍ଦା ସୂତ୍ରରୁ ସୂଚନା ଦେଇ ଏହା କହିବା ସହ ପାକିସ୍ତାନ ସେନାକୁ କଟାକ୍ଷ କରିଥିଲେ। ଏହି ବୟାନକୁ ନେଇ ପାକିସ୍ତାନ ସହିତ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି।

ସଲମାନ ଅହମ୍ମଦଙ୍କ ଅନୁଯାୟୀ, ଇମ୍ରାନ ଖାନଙ୍କ ସ୍ପଷ୍ଟ ମତ ଥିଲା ଯେ ସେନା କେବଳ ବାରାକରେ ସୀମିତ ରହିବା ଉଚିତ। ଦେଶର ଶାସନ ଏବଂ ନୀତିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ। ସେ କହିଛନ୍ତି ଯେ ଇମ୍ରାନ ବିଶ୍ୱାସ କରୁଥିଲେ ଯେ ସେନାର ବୈଦେଶିକ ନୀତି, ଅର୍ଥନୀତି, ଶିକ୍ଷା ଏବଂ କ୍ରୀଡ଼ା ଭଳି ବିଷୟଗୁଡ଼ିକର କୌଣସି ଜ୍ଞାନ ନାହିଁ। ଏହାର କାମ କେବଳ ସୀମା ସୁରକ୍ଷା ପର୍ଯ୍ୟନ୍ତ ସୀମିତ ହେବା ଉଚିତ।

ସଲମାନ ଅହମ୍ମଦ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ଗତ ୭୮ ବର୍ଷ ଧରି ଏକ ସାମରିକ ଦଳ କବଜାରେ ରହିଛି। ଫିଲ୍ଡ ମାର୍ଶାଲ ଆୟୁବ ଖାନ୍‌, ଜେନେରାଲ ୟାହ୍ୟା ଖାନ୍‌ ଏବଂ ଜେନେରାଲ ଜିଆଉଲ ହକଙ୍କ ନାମ ନେଇ ସେ କହିଥିଲେ ଯେ ପ୍ରତ୍ୟେକ ଜେନେରାଲ କ୍ଷମତା ହଡ଼ପ କରିବାକୁ ଚେଷ୍ଟା କରିଛନ୍ତି। ଜେନେରାଲ ଅସୀମ ମୁନିର ମଧ୍ୟ ସମାନ ପଥ ଅନୁସରଣ କରୁଛନ୍ତି।

ସେ ଦାବି କରିଥିଲେ ଯେ ମୁନିର ଇମ୍ରାନ ଖାନଙ୍କୁ ସମର୍ଥନ କରୁଥିବା ସମସ୍ତଙ୍କୁ ତାଙ୍କ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନର ସାମରିକ ନେତୃତ୍ୱ କେବଳ କ୍ଷମତା ଏବଂ ନିୟନ୍ତ୍ରଣ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି, ଦେଶ ସେବା କରିବାକୁ ନୁହେଁ।

ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଏବଂ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ସେନା ଏବଂ ପିଟିଆଇ ମଧ୍ୟରେ ଉତ୍ତେଜନା ଶୀର୍ଷରେ ଥିବା ସମୟରେ ଏହି ବିବୃତ୍ତି ଆସିଛି। ଏପରିକି ଏବେ ଭାରତ ସହିତ ଉତ୍ତେଜନା ବୃଦ୍ଧି ପାଇଥିବାରୁ, ସେନାର ଦୁର୍ବଳ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri