ଆସିକାର ବିକାଶ ଶୀର୍ଷ ଛୁଇଁବ: ମଞ୍ଜୁଳା

ଆସିକା/ବ୍ରହ୍ମପୁର,୧୯ା୫(ସୁରେନ୍ଦ୍ରନାଥ ସାହୁ/ଅଶୋକ କୁମାର ସାହୁ):ଆସନ୍ତା ୨୦ ତାରିଖରେ ଆସିକା ସଂସଦୀୟ କ୍ଷେତ୍ର ଓ ଏହା ଅଧୀନ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଆସିକା ବିଧାନସଭା କ୍ଷେତ୍ରରେ ୬ ବିଧାୟକ ପ୍ରାର୍ଥୀ ଲଢ଼ୁଛନ୍ତି। ବିଜେଡି ପୁରୁଣା ମୁହଁ ମଞ୍ଜୁଳା ସ୍ବାଇଁଙ୍କ ଉପରେ ଭରସା କରିଥିବା ବେଳେ ଭାଜପା ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ଟିକଟ ଦେଇଛି। କଂଗ୍ରେସ ନୂଆ ମୁହଁ ସୁରଭି ବିଷୋୟୀଙ୍କ ଉପରେ ମୋହର ମାରିଛି। ଏଠାରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କୁହାଯାଉଥିଲେ ମଧ୍ୟ ବିଜେଡି ଓ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଅନୁମାନ କରାଯାଉଛି। ତେବେ ଅଞ୍ଚଳର ବିକାଶ ଓ ସମସ୍ୟାକୁ ନେଇ ‘ଧରିତ୍ରୀ’ ପକ୍ଷରୁ ବିଜେଡି ବିଧାୟିକା ପ୍ରାର୍ଥୀ ମଞ୍ଜୁଳା ସ୍ବାଇଁଙ୍କୁ ସାକ୍ଷାତ କରିବାରୁ ସେ କେତେକ କଥା ଉପସ୍ଥାପନା କରିଛନ୍ତି।

ଆପଣଙ୍କ ନିର୍ବାଚନୀ ପ୍ରସଙ୍ଗ କ’ଣ?
ଉ: ଗତଥର ଯାହା ପ୍ରସଙ୍ଗ ଥିଲା ସବୁ ପୂରଣ ହୋଇଛି। ଯାହା ବାକିରହିଛି ତାହାକୁ ପୂରଣ କରାଯିବ। ସମସ୍ୟା ଯଦିଓ ରହିଛି, ତାହାକୁ ଗୁରୁତ୍ୱ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ବିକାଶର ଗ୍ୟାରେଣ୍ଟି ଯାହା ରହିଛି ତାହାକୁ ନେଇ ଲୋକଙ୍କ ନିକଟତର ହେବାକୁ ପଡୁଛି। ଆସିକା ଅନେକ କ୍ଷେତ୍ରରେ ବିକାଶ କରିଛି । ରାଜ୍ୟରେ ଆସିକାର ବିକାଶ ଯେଭଳି ଶୀର୍ଷ ଛୁଇଁବ ତାହା ହିଁ ଏହି ନିର୍ବାଚନ ପ୍ରସଙ୍ଗ ରହିଛି।

ଭୋଟରଙ୍କୁ ନିଜ ସପକ୍ଷରେ କ’ଣ କହିବେ?
ଉ: ଭୋଟରଙ୍କୁ ନିଜ ସପକ୍ଷରେ କହିବାର କିଛି ନାହିଁ। କାରଣ ମୋତେ ଓ ମୋର କାର୍ଯ୍ୟ ବିଷୟରେ ଭୋଟର ଭଲ ଭାବେ ଅବଗତ ଅଛନ୍ତି। ମୁଁ ଗତଥର ବିଧାୟିକା ଥିବାବେଳେ ଲୋକେ ବିଶ୍ୱାସ ରଖି ମୋତେ ଜିତାଇଥିଲେ। ଲୋକେ ଯାହା ଚାହିଁଥିଲେ ତାହା କରିଛି। ଅନେକ ଧର୍ମାନୁଷ୍ଠାନ ଓ ହାଇସ୍କୁଲ, କଲେଜର ରୂପାନ୍ତରଣ ହୋଇଛି। ଆସିକା ଉପଖଣ୍ଡ ଡାକ୍ତରଖାନାର ରୂପାନ୍ତରଣ ପାଇଁ ଯୋଜନା କରାଯାଇଛି। ଏଥିପାଇଁ ଅନୁଦାନ ବି ମଞ୍ଜୁର ହୋଇଛି। ମୋ ସମୟରେ ଆସିକା ଏନ୍‌ଏସି ମ୍ୟୁନିସିପାଲିଟିରେ ପରଣିତ ହୋଇଛି। ଆସିକାର ଯାହା ବିକାଶ କରିଛି ତାହା ହିଁ ମୋ ସପକ୍ଷରେ ଯିବ। ଲୋକଙ୍କ ସୁଖଦୁଃଖର ସାଥି ହୋଇଛି। ବଞ୍ଚତ୍ଥିବା ପର୍ଯ୍ୟନ୍ତ ଏହି ଧାରା ଜାରିରହିବ, ଏଥିରେ ସନ୍ଦେହ ନାହିଁ ।

ମତଦାତାଙ୍କ ନିକଟରେ ଆପଣ କ’ଣ ପ୍ରତିଶ୍ରୁତି ରଖିଛନ୍ତି?
ଉ: ଯାହା ପ୍ରତିଶ୍ରୁତି ରଖିଥିଲି ତାହା କରି ଦେଖାଇଛି। ବର୍ତ୍ତମାନ ଆସିକାରେ ଏକ ଅଡିଟୋରିୟମ ହେବ। ସହରାଞ୍ଚଳର ସେଟଲମେଣ୍ଟ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ। ଏଥିସହିତ ଋଷିକୁଲ୍ୟା ଓ ବଡ଼ନଦୀର ସଙ୍ଗମସ୍ଥଳ ଏକ ତୀର୍ଥକ୍ଷେତ୍ର ରୂପେ ରାଜ୍ୟରେ ବିବେଚିତ ହୋଇଛି। ଏଠାକୁ ହଜାର ହଜାର ଲୋକ ବୁଡ଼ ପକାଇବାକୁ ଆସୁଛନ୍ତି। ତେଣୁ ଏହି ସ୍ଥଳକୁ ସୌନ୍ଦର୍ଯ୍ୟକରଣ କରାଯିବ। ଦାଦନ ସମସ୍ୟାକୁ ଗୁରୁତ୍ୱ ଦିଆଯାଇ ଯୁବପିଢ଼ି ଓ ମହିଳାଙ୍କୁ କିଭଳି ସଶକ୍ତ କରାଯିବ ତାହାକୁ ପ୍ରାଧାନ୍ୟ ଦିଆଯିବ। ଏଥିସହିତ ଯାହା ସମସ୍ୟା ରହିଛି ଲୋକଙ୍କୁ ପଚାରି ସମାଧାନ କରାଯିବ ବୋଲି ମୋର ଭୋଟରଙ୍କ ନିକଟରେ ପ୍ରତିଶ୍ରୁତି ରହିଛି।

ଭୋଟର କାହିଁକି ଆପଣଙ୍କୁ ସମର୍ଥନ କରିବେ ବୋଲି ଭାବୁଛନ୍ତି?
ଉ: ମୋତେ କାହିଁକି ଭୋଟର ସମର୍ଥନ କରିବେ ତାହା ଭୋଟର ଗତ ୫ବର୍ଷ ତଳୁ ଜାଣି ସାରିଛନ୍ତି । ମୋ ସମୟର ବିକାଶ ଭୋଟରଙ୍କ ମନରେ ଛାପ ସୃଷ୍ଟିକରିଛି। ଆସିକା କ’ଣ ଥିଲା ଏବେ କ’ଣ ହୋଇଛି ତାହା ସମସ୍ତେ ଦେଖିଛନ୍ତି । ଆଗକୁ କ’ଣ ହେବ ତାହା ବି ଭୋଟର ଦେଖିବେ। ଯିଏ ଯେତେବେଳେ ସମସ୍ୟାଗ୍ରସ୍ତ ହୋଇଛନ୍ତି ସେତେବେଳେ ମୁଁ ଯାଇ ଠିଆହୋଇଛି। ତାଙ୍କ ସମସ୍ୟା ସମାଧାନ କରିଛି। ପାନୀୟଜଳଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଆଦି ସବୁ ସମସ୍ୟା ସମାଧାନ କରାଯାଇଛି । ତେଣୁ ନିଶ୍ଚିତ ଭାବେ ଲୋକେ ସମର୍ଥନ କରିବେ ବୋଲି ମୁଁ ଭାବୁଛି।

ଆପଣଙ୍କ ସହିତ କାହାର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଭାବୁଛନ୍ତି?
ଉ: ଲୋକଙ୍କ ସମସ୍ୟା ସମାଧାନ, ଲୋକେ କିଭଳି ଭଲରେ ରହିବେ ଏବଂ ଅଞ୍ଚଳର ବିକାଶ ପାଇଁ ଲଢ଼ୁଛି। ଏଠି ପ୍ରତିଦ୍ୱନ୍ଦ୍ୱିତାର ପ୍ରଶ୍ନ ଆସିଲା କେଉଁଠୁ? ମୁଁ କାହାକୁ ବିରୋଧ କରୁନାହିଁ। ଲୋକେ ମୋତେ ସମର୍ଥନ କରୁଛନ୍ତି। ମୁଁ ଲୋକଙ୍କ ସହିତ ରହିଛି। ଏହି ନିର୍ବାଚନ ଲୋକଙ୍କର। ତେଣୁ ମୋର ସେଭଳି କେହି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: କାଫେରେ ତାଲା ଝୁଲୁଥିବା ଦେଖି…

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ପର୍ଯ୍ୟଟନସ୍ଥଳ ବୁଲି ଇଲୋ ରିଟ୍ରିଟ୍‌କୁ ଫେରିବା ସମୟରେ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ: ଦେଲେ ଚେତାବନୀ, ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ…

ଖୋର୍ଦ୍ଧା,୧୦।୨(ପ୍ରଭାତ ପାଣିଗ୍ରାହୀ) : ବୋଲଗଡ ବିଡିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସରେ ଅନୁପସ୍ଥିତ ରହିବାକୁ…

ଅଭଦ୍ର କହିଦେଲେ ସିଏସ୍‌ଓ: ରାଗିକି ପଞ୍ଚମ ହେଲେ ଚାଷୀ,ଜବାବ ମାଗିଲେ ସରପଞ୍ଚ

ବାଲେଶ୍ବର,୧୦।୨(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କୁ ‘ଅଭଦ୍ର’ କହିବା ଅଭିଯୋଗରେ ମଙ୍ଗଳବାର ଚାଷୀମାନେ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜିଲା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri