ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା ଏମ୍ପି ଅନିତା ଶୁଭଦର୍ଶନୀ ଯୋଗଦେଇ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଏଡିଏମ ଦେବବ୍ରତ ପଣ୍ଡା, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁନିଲ କେରକେଟା, ଜିଲା କ୍ରୀଡା ଅଧିକାରୀ ତାପସ କୁମାର ସାମଲ, ବ୍ଲକ ଅଧ୍ୟକ୍ଷା ସରସ୍ବତୀ ସେଠୀ, ଭାଜପା ଜିଲା ସଭାପତି ବିଜୟ ସ୍ବାଇଁ, ଏମ୍ପି ପ୍ରତିନିଧି ଯଜ୍ଞ ନାରାୟଣ ଦାଶ, ନେତା ଶିଶିର ମିଶ୍ର, ବିଧାୟକ ପ୍ରତିନିଧି ଏ. ସୁଦର୍ଶନ ପ୍ରମୁଖ ମଞ୍ଚାସିନ ଥିଲେ।
ଶ୍ୟାମଳାଇ ମନ୍ଦିରରୁ ମଶାଲ ଅଣାଯାଇ କ୍ରୀଡା ଉତ୍ସବ ଉଦ୍ଘାଟନ ହୋଇଥିଲା। ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୯ତମ ର଼୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ହିଞ୍ଜିଳିକାଟୁ ଅଞ୍ଚଳର ସୋନାଲି ତ୍ରିପାଠୀଙ୍କୁ ଏହି ଅବସରରେ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଆସିକା ସାଂସଦୀୟ କ୍ଷେତ୍ର ଅଧୀନ ୭ଟି ବିଧାନସଭା କ୍ଷେତ୍ରରୁ ବହୁ କ୍ରୀଡ଼ାବିତ୍ ଆସି ୧୫ଟି ବିଭିନ୍ନ କ୍ରୀଡାରେ ଅଂଶ ଗ୍ରହଣ କରିବେ।
କ୍ରୀଡା ସମାରୋହ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମକୁ ବିଡ଼ିଓ ସାଗରିକା ଷଡ଼ଙ୍ଗୀ ସଂଯୋଜନା କରିଥିଲେ। ତହସିଲଦାର ତପନ କୁମାର ମହାପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ବିଇଓ ଚାନ୍ଦିନୀ ପଣ୍ଡା, ଏବିଇଓ ବାଳକୃଷ୍ଣ ପାତ୍ର, ସୁଶିଲ କୁମାର ପାତ୍ର, ଭି. ସୂର୍ଯ୍ୟକାନ୍ତି ପାତ୍ର, ବହୁ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ହିଞ୍ଜିଳିକାଟୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ମିନି ଷ୍ଟାଡିୟମର ଉନ୍ନତିକରଣ ଓ ପୁନରୁଦ୍ଧାର ସକାଶେ ଆସିକା ଏମ୍ପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


