Posted inଖେଳ

ଏସିଆର ସର୍ବପୁରାତନ ଡୁରାଣ୍ଡ କପ୍‌

ଗୁରୁବାରଠାରୁ କୋଲକାତାରେ ଆରମ୍ଭ ହେବ ଡୁରାଣ୍ଡ କପ୍‌ର ୧୩୨ତମ ସଂସ୍କରଣ। ଏସିଆର ଏହା ହେଉଛି ସର୍ବପୁରାତନ ଏବଂ ବିଶ୍ୱର ତୃତୀୟ ସର୍ବପୁରାତନ କ୍ଲବ ଫୁଟ୍‌୍‌ବଲ ଟୁର୍ନାମେଣ୍ଟ, ଏକଥା ହୁଏତ ଖୁବ୍‌କମ୍‌ ଜାଣିଥିବେ। ଏହି ଚାମ୍ପିୟନଶିପ୍‌ ସହ ଭାରତୀୟ ଫୁଟବଲ ସିଜନର ଆରମ୍ଭ ହୁଏ ବୋଲି ବିବେଚନା କରାଯାଇଥାଏ। ଏଥିରେ ଜାତୀୟ କ୍ଲବ, ଭାରତୀୟ ସେନାର ବିଭିନ୍ନ ବିଭାଗ କିମ୍ବା ଆମନ୍ତ୍ରିତ ବିଦେଶୀ ଦଳ ଭାଗ ନେଇଥାନ୍ତି। ଫେଡେରେଶନ କପ୍‌ ଆରମ୍ଭ ହେବାପରଠାରୁ କହିବା ବାହୁଲ୍ୟ ଡୁରାଣ୍ଡ କପ୍‌ ଏକ ପ୍ରଦର୍ଶନୀ ଟୁର୍ନାମେଣ୍ଟରେ ପରିଣତ ହୋଇଯାଇଥିଲା। କାରଣ ଏଥିରେ କେବଳ ଆମନ୍ତ୍ରିତ ଦଳଗୁଡ଼ିକ ଭାଗ ନେଉଥିଲେ। ୨୦୨୨ରୁ ଏଥିରେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଓ ଆଇ-ଲିଗ୍‌ ଦଳଗୁଡ଼ିକ ଭାଗ ନେଉଛନ୍ତି। ଏବର୍ଷ ଦୀର୍ଘ ୨୭ବର୍ଷ ପରେ ଟୁର୍ନାମେଣ୍ଟକୁ ବିଦେଶୀ ଦଳ ଫେରିଛନ୍ତି। ୨୦୨୩ ସଂସ୍କରଣରେ ମୋଟ ୨୪ଟି ଦଳ ଅଂଶଗ୍ରହଣ କରୁଛନ୍ତି। ତନ୍ମଧ୍ୟରେ ନେପାଳ, ଭୁଟାନ ଓ ବାଂଲାଦେଶର ଦଳ ରହିଛନ୍ତି। ଫଳରେ ଟୁର୍ନାମେଣ୍ଟର ଗୁରୁତ୍ୱ ବଢିଛି। ଓଡ଼ିଶା ଏଫ୍‌ସି ଦ୍ୱିତୀୟ ଥର ପାଇଁ ଭାଗ ନେଉଛି। ଗତଥର ଏହି ଦଳ କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ଯାଇ ପାରିଥିଲା। ଇଣ୍ଡିଆନ ଆର୍ମଡ ଫୋର୍ସ ଦ୍ୱାରା ଆୟୋଜିତ ହୋଇ ଆସୁଥିବା ଡୁରାଣ୍ଡ କପ୍‌ ବର୍ଷ ବର୍ଷ ଧରି ଦେଶ ପାଇଁ ନୂଆ ନୂଆ ଫୁଟ୍‌୍‌ବଲ ପ୍ରତିଭା ସୃଷ୍ଟି କରି ଆସୁଛି। ପ୍ରତିଯୋଗିତାର ଉଦ୍‌ଘାଟନୀ ସଂସ୍କରଣ ୧୮୮୮ରେ ଶିମ୍‌ଲାଠାରେ ଆୟୋଜିତ ହୋଇଥିଲା। ଏହା ଆର୍ମି କପ୍‌ ନାମରେ ପରିଚିତ ଥିଲା। ସେତେବେଳେ ଏଥିରେ କେବଳ ଭାରତର ବ୍ରିଟିଶ ଇଣ୍ଡିଆନ ଆର୍ମି ଟ୍ରୁପ୍‌ଗୁଡ଼ିକ ଭାଗ ନେଉଥିଲେ। ଟୁର୍ନାମେଣ୍ଟର ଏକ ଅଜବ ପ୍ରଥା ରହିଛି। ବିଜୟୀ ଦଳକୁ ୩ଟି ଟ୍ରଫି ପ୍ରଦାନ କରାଯାଇଥାଏ। ସେଗୁଡ଼ିକ ହେଲା ଡୁରାଣ୍ଡ କପ୍‌ (ଏକ ରୋଲିଂ ଟ୍ରଫି ଏବଂ ପୁରସ୍କାର ରାଶି), ଶିମ୍‌ଲା ଟ୍ରଫି (ଏକ ରୋଲିଂ ଟ୍ରଫି, ଯାହାକି ୧୯୦୪ରେ ପ୍ରଥମ ଥର ଶିମ୍‌ଲା ବାସିନ୍ଦାଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା) ଏବଂ ପ୍ରେସିଡେଣ୍ଟ୍ସ କପ୍‌ (୧୯୫୬ରେ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ପରେ ଏହାର ଭେନ୍ୟୁ ନୂଆଦିଲ୍ଲୀକୁ ସ୍ଥାନାନ୍ତର ହୋଇଥିଲା। ୧୮୮୪ରୁ ୧୯୯୪ ପର୍ଯ୍ୟନ୍ତ ଭାରତର ବୈଦେଶିକ ସଚିବ ଥିବା ସାର୍‌ ହେନ୍‌ରୀ ମର୍ଟିମର ଡୁରାଣ୍ଡଙ୍କ ନାମରେ ଟୁର୍ନାମେଣ୍ଟର ନାମକରଣ କରାଯାଇଛି। ଉତ୍ତର ଭାରତ ଅନ୍ତର୍ଗତ ଶିମ୍‌ଲାରେ ସାର୍‌ ହେନ୍‌ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ କ୍ରୀଡ଼ାର ଗୁରୁତ୍ୱ ବିଷୟରେ ସଚେତନ ହୋଇଥିଲେ ଏବଂ ଭାରତରେ ଖେଳକୁ ସେ ଉତ୍ସାହିତ କରି ଏକ ପୁରସ୍କାର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସମ୍ମାନାର୍ଥେ ଟୁର୍ନାମେଣ୍ଟର ନାମ ଡୁରାଣ୍ଡ କପ୍‌ ରଖାଯାଇଛି। ପ୍ରଥମାବସ୍ଥାରେ ଆର୍ମଡ ଫୋର୍ସ ଅଫ୍‌ ଇଣ୍ଡିଆର ବିଭିନ୍ନ ଡିପାର୍ଟମେଣ୍ଟ ଓ ରେଜିମେଣ୍ଟ ଦଳକୁ ନେଇ ଏହି ଫୁଟବଲ ପ୍ରତିଯୋଗିତା ହେଉଥିଲା। ସ୍ବାଧୀନତା ପରେ ଇଣ୍ଡିଆନ ଆର୍ମଡ ଫୋର୍ସର ଉପସ୍ଥିତିକୁ ବଜାୟ ରଖିବାକୁ ଯାଇ ଆମନ୍ତ୍ରିତ ଦଳ ଭାବେ ଭାରତୀୟ ପଦାତିକ ବାହିନୀର ବିଭିନ୍ନ ରେଜିମେଣ୍ଟର କ୍ଲବଗୁଡ଼ିକ ଭାଗ ନେଇ ଆସୁଛନ୍ତି। ସଦ୍ୟତମ ଆର୍ମି ଟିମ୍‌ ଭାବେ ଆର୍ମି ଗ୍ରୀନ ୨୦୧୬ରେ ଏହି ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିଲା। ବେଙ୍ଗାଲୁରୁ ଏଫ୍‌ସି ହେଉଛି ଗତଥର ଡୁରାଣ୍ଡ କପ୍‌ ବିଜେତା। ସବୁଠାରୁ ଅଧିକ ୧୬ଥର ଲେଖାଏଁ ଟାଇଟଲ ଜିତିଥିବା ଦୁଇ ଦଳ ହେଲେ ଇଷ୍ଟ ବେଙ୍ଗଲ ଓ ମୋହନ ବାଗାନ।
-ପ୍ରସ୍ତୁତି: ବିଜୟ ରଣା


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଇରାନକୁ ଫାଇନାଲ୍‌ ଅଲ୍ଟିମେଟମ: ହର୍ମୁଜ ନ ଖୋଲିଲେ…

ଓ୍ବାଶିଂଟନ୍‌,୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଅଲ୍ଟିମେଟମ ଦେଇଛନ୍ତି। ସେ କହିଛନ୍ତି, ଇରାନ ଯଦି ହର୍ମୁଜ ଷ୍ଟ୍ରେଟ୍‌ ନ ଖୋଲେ, ତେବେ ଆମେରିକା ପାଓ୍ବାର…

ଇରାନକୁ ନୁହେଁ, ବରଂ ନିଜ ପାଇଁ ସମୟସୀମା ଧାର୍ଯ୍ୟ କଲେ ଟ୍ରମ୍ପ, ଏହି ତାରିଖକୁ ରଖିଥିଲେ ଡେଡ ଲାଇନ

ଓ୍ବାଶିଂଟନ,୪।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆତ୍ମସମର୍ପଣ ପାଇଁ ଏପ୍ରିଲ ୬ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ତଥାପି, ଏହା ଏବେ ସ୍ପଷ୍ଟ ହୋଇଯାଇଛି ଯେ ଏହି…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri