Posted inଖେଳ

ଏସିଆନ ଶୁଟିଂ ଚାମ୍ପିୟନଶିପ୍‌: ଅର୍ଜୁନ-ଏଲାଭେନିଲ ଯୋଡ଼ିଙ୍କୁ ମିଳିଲା ସ୍ବର୍ଣ୍ଣ

ସିମ୍‌କେଣ୍ଟ(କାଜାଖସ୍ତାନ),୨୩ା୮: ଭାରତର ଅର୍ଜୁନ ବବୁତା ଓ ଏଲାଭେନିଲ ଭାଲରିଭାନ ଶନିବାର ଅନୁଷ୍ଠିତ ୧୬ତମ ଏସିଆନ ଶୁଟି ଚାମ୍ପିୟନଶିପ୍‌ ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ଭାରତୀୟ ଯୋଡ଼ି ଚାଇନାର ଡିଙ୍ଗ୍‌କେ ଲୁ’ ଓ ଜିନ୍‌ଲୁ ପେଙ୍ଗ୍‌ଙ୍କୁ ୧୭-୧୧ରେ ପରାସ୍ତ କରି ପୋଡିୟମ ଶୀର୍ଷରେ ରହିଥିଲେ। ଫଳରେ ତାମିଲନାଡୁର ଏଲାଭେନିଲ ଓ ପଞ୍ଜାବର ୨୬ ବର୍ଷୀୟ ବବୁତା ବର୍ତ୍ତମାନ ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ଦୁଇଟି ଲେଖାଏ ସ୍ବର୍ଣ୍ଣ ପଦକ ଲାଭ କରିବାରେ ସମର୍ଥ ହୋଇଛନ୍ତି।

ଏଲାଭେନିଲ ପୂର୍ବରୁ ମହିଳା ୧୦ମିଟର ଏୟାର ରାଇଫଲ ପ୍ରତିଯୋଗିତାର ଟେବୁଲ ଶୀର୍ଷରେ ରହିଥିବା ବେଳେ ବବୁତା ଏବଂ ରୁଦ୍ରଂଶ ପାଟିଲ ଓ କିରଣ ଯାଦବଙ୍କ ସହ ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟ ଜିତିଛନ୍ତି।

ଅନ୍ୟପକ୍ଷରେ ଜୁନିୟର ଇଭେଣ୍ଟରେ ଭାରତୀୟ ଯୋଡ଼ି ସମ୍ଭାବୀ ଶ୍ରବଣ ଓ ନାରାଏନ ପ୍ରଣବ ୧୦ମିଟର ଏୟାର ରାଇଫଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପାଇଛନ୍ତି। ସେମାନେ ଚାଇନାକୁ ୧୬-୧୨ରେ ପରାସ୍ତ କରିଛନ୍ତି। କ୍ୱାଲିଫିକେଶନରେ ଭାରତୀୟ ଦଳ ଚାଇନାର ଦୁଇଟି ଟିମ୍‌ ପଛରେ ତୃତୀୟ ସ୍ଥାନରେ ରହିଥିଲା। ମାତ୍ର ଫାଇନାଲରେ ଗୋଟିଏ ଦେଶର ଗୋଟିଏ ଦଳ ଭାଗ ନେଇପାରିବ। ଫଳରେ ତାଙ୍ଗ ହୁଇକି ଓ ହାନ୍‌ ୟିନାନ୍‌ଙ୍କୁ ନେଇ ଦଳ କ୍ୱାଲିଫିକେଶନରେ ଶୀର୍ଷ ସ୍ଥାନ ଅଧିକାର କରି ଫାଇନାଲକୁ ଉନ୍ନୀତ ହୋଇଥିଲା।

କ୍ୱାଲିଫିକେଶନରେ ଭାରତୀୟ ଦଳ ମୋଟ ୬୨୯.୫ ସ୍କୋର କରିଥିବା ବେଳେ ଚାଇନା-୨ (୬୩୨/୩) ଓ ଚାଇନା-୧ (୬୩୦)ସହ ପଛକୁ ତୃତୀୟ ସ୍ଥାନରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ଗାଡ଼ି ଚାଳକ: ସୁରକ୍ଷା ଦାବିରେ ଏସ୍‌ପିଙ୍କୁ ଫେରାଦ

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ଯାଇଥିବା ରାଜପଥ ସହିତ ବିଭିନ୍ନ ରାସ୍ତାଘାଟରେ ବିଭିନ୍ନ ସମୟରେ ଗାଡ଼ି ଚାଳକଙ୍କୁ ଅଟକାଇ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣକୁ…

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri