Posted inଖେଳ

ଏସିଆନ ଶୁଟିଂ ଚାମ୍ପିୟନଶିପ୍‌: ଅର୍ଜୁନ-ଏଲାଭେନିଲ ଯୋଡ଼ିଙ୍କୁ ମିଳିଲା ସ୍ବର୍ଣ୍ଣ

ସିମ୍‌କେଣ୍ଟ(କାଜାଖସ୍ତାନ),୨୩ା୮: ଭାରତର ଅର୍ଜୁନ ବବୁତା ଓ ଏଲାଭେନିଲ ଭାଲରିଭାନ ଶନିବାର ଅନୁଷ୍ଠିତ ୧୬ତମ ଏସିଆନ ଶୁଟି ଚାମ୍ପିୟନଶିପ୍‌ ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ଭାରତୀୟ ଯୋଡ଼ି ଚାଇନାର ଡିଙ୍ଗ୍‌କେ ଲୁ’ ଓ ଜିନ୍‌ଲୁ ପେଙ୍ଗ୍‌ଙ୍କୁ ୧୭-୧୧ରେ ପରାସ୍ତ କରି ପୋଡିୟମ ଶୀର୍ଷରେ ରହିଥିଲେ। ଫଳରେ ତାମିଲନାଡୁର ଏଲାଭେନିଲ ଓ ପଞ୍ଜାବର ୨୬ ବର୍ଷୀୟ ବବୁତା ବର୍ତ୍ତମାନ ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ଦୁଇଟି ଲେଖାଏ ସ୍ବର୍ଣ୍ଣ ପଦକ ଲାଭ କରିବାରେ ସମର୍ଥ ହୋଇଛନ୍ତି।

ଏଲାଭେନିଲ ପୂର୍ବରୁ ମହିଳା ୧୦ମିଟର ଏୟାର ରାଇଫଲ ପ୍ରତିଯୋଗିତାର ଟେବୁଲ ଶୀର୍ଷରେ ରହିଥିବା ବେଳେ ବବୁତା ଏବଂ ରୁଦ୍ରଂଶ ପାଟିଲ ଓ କିରଣ ଯାଦବଙ୍କ ସହ ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟ ଜିତିଛନ୍ତି।

ଅନ୍ୟପକ୍ଷରେ ଜୁନିୟର ଇଭେଣ୍ଟରେ ଭାରତୀୟ ଯୋଡ଼ି ସମ୍ଭାବୀ ଶ୍ରବଣ ଓ ନାରାଏନ ପ୍ରଣବ ୧୦ମିଟର ଏୟାର ରାଇଫଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପାଇଛନ୍ତି। ସେମାନେ ଚାଇନାକୁ ୧୬-୧୨ରେ ପରାସ୍ତ କରିଛନ୍ତି। କ୍ୱାଲିଫିକେଶନରେ ଭାରତୀୟ ଦଳ ଚାଇନାର ଦୁଇଟି ଟିମ୍‌ ପଛରେ ତୃତୀୟ ସ୍ଥାନରେ ରହିଥିଲା। ମାତ୍ର ଫାଇନାଲରେ ଗୋଟିଏ ଦେଶର ଗୋଟିଏ ଦଳ ଭାଗ ନେଇପାରିବ। ଫଳରେ ତାଙ୍ଗ ହୁଇକି ଓ ହାନ୍‌ ୟିନାନ୍‌ଙ୍କୁ ନେଇ ଦଳ କ୍ୱାଲିଫିକେଶନରେ ଶୀର୍ଷ ସ୍ଥାନ ଅଧିକାର କରି ଫାଇନାଲକୁ ଉନ୍ନୀତ ହୋଇଥିଲା।

କ୍ୱାଲିଫିକେଶନରେ ଭାରତୀୟ ଦଳ ମୋଟ ୬୨୯.୫ ସ୍କୋର କରିଥିବା ବେଳେ ଚାଇନା-୨ (୬୩୨/୩) ଓ ଚାଇନା-୧ (୬୩୦)ସହ ପଛକୁ ତୃତୀୟ ସ୍ଥାନରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

ଗ୍ରୀନଫିଲ୍ଡ ଷ୍ଟାଡିୟମ ବାହାରେ ଲାଗିଲା MS Dhoniଙ୍କ ୫୦ ଫୁଟର ‘କଟ ଆଉଟ’, ଜାଣନ୍ତୁ କେତେବେଳେ ଆରମ୍ଭ ହେବ IND vs NZ ପଞ୍ଚମ T20

ନୂଆଦିଲ୍ଲୀ,୩୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ T20 ସିରିଜର ଶେଷ ମ୍ୟାଚ ଶନିବାର ତିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଚାରୋଟି…

President Droupadi Murmu to visit Odisha: କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ…

ଭୁବନେଶ୍ୱର,୩୧।୧: ଫେବୃଆରୀ ପ୍ରଥମ ସପ୍ତାହରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ…

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri