Categories: Home Leftଖେଳ

ଘୁଞ୍ଚିଲା ଏସିଆନ ଗେମ୍ସ ରିଭ୍ୟୁ ବୈଠକ, କେବେ ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ନିକଟରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଦେଶର ପ୍ରଦର୍ଶନକୁ ରିଭ୍ୟୁ କରିବା ପାଇଁ ଜାତୀୟ କ୍ରୀଡ଼ା ଫେଡେରେଶନମାନଙ୍କ ସହ କ୍ରୀଡ଼ା ମନ୍ତ୍ରଣାଳୟର ଦିନିକିଆ ବୈଠକକୁ ଆସନ୍ତା ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ବୈଠକ ୧୩ ତାରିଖରେ ହେବାର ଥିଲା। କିନ୍ତୁ ବୈଠକରେ ଅଧ୍ୟକ୍ଷତା କରିବାକୁ ଥିବା କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବେ ବ୍ରିକ୍ସ ପାରମ୍ପରିକ ଓ ସ୍ବଦେଶୀ କ୍ରୀଡ଼ା ପ୍ରଦର୍ଶନୀ ପ୍ରତିଯୋଗିତା ପାଇଁ ଅହମଦାବାଦରେ ଅଛନ୍ତି। ବର୍ତ୍ତମାନ ବୈଠକ ୧୫ ତାରିଖରେ ହେବ।

ଏଥିରେ ମୁଖ୍ୟତଃ ବ୍ୟାଡ୍‌ମିଣ୍ଟନ, ଶୁଟିଂ ଓ ଆଥ୍‌ଲେଟିକ୍ସରେ ସିନିୟର ଆଥ୍‌ଲେଟଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ସମ୍ପର୍କରେ ଆଲୋଚନା କରାଯିବ। ଆଇଚି-ନାଗୋୟା ଏସିଆନ ଗେମ୍ସରେ ଭାରତ ୨୧ ସ୍ବର୍ଣ୍ଣ ସହ ମୋଟ ୮୫ ପଦକ ଜିତିଥିଲା, ଯାହାକି ହାଙ୍ଗଝୌ ସଂସ୍କରଣ ଅପେକ୍ଷା ୨୧ ପଦକ କମ୍‌।

Share