Posted inଖେଳ

ଏସିଆନ ଗେମ୍ସ ଉଦ୍‌ଘାଟନ ଆଜି

ହାଙ୍ଗଝୋ, ୨୩ା୯ (ପି.ଟି.): ଏସିଆ ମହାଦେଶ ସର୍ବବୃହତ୍‌ କ୍ରୀଡ଼ା ମହୋତ୍ସବ ଏସିଆନ ଗେମ୍ସର ବିଧିବଦ୍ଧ ଉଦ୍‌ଘାଟନ ଶନିବାର ହେବ। କୋଭିଡ୍‌-୧୯ ମହାମାରୀ ପାଇଁ ଏକ ବର୍ଷ ବିଳମ୍ବରେ ଏହା ଚାଇନାର ହାଙ୍ଗ୍‌ଝୋ ସହରରେ ଆୟୋଜନ କରାଯାଇଛି। ଅଲିମ୍ପିକ ଚାମ୍ପିୟନ ନୀରଜ ଚୋପ୍ରାଙ୍କ ନେତୃତ୍ୱରେ ଭାରତ ଏହାର କ୍ରୀଡ଼ା ଶକ୍ତି ପ୍ରଦର୍ଶନ କରିବ। ୨୦୧୮ରେ ଇଣ୍ଡୋନେସିଆରେ ଅନୁଷ୍ଠିତ ଗତ ସଂସ୍କରଣରେ ଭାରତ ୭୦ ପଦକ (୧୬ ସ୍ବର୍ଣ୍ଣ, ୨୩ ରୌପ୍ୟ ଓ ୩୧ ବ୍ରୋଞ୍ଜ) ହାସଲ କରିଥିଲା। ଅନ୍ୟ ସଂସ୍କରଣ ତୁଳନାରେ ଦେଶ ଏଥର ସର୍ବ ବୃହତ୍‌ ଆଥଲେଟ୍‌ ଦଳ ପଠାଇଛି। ହାଙ୍ଗ୍‌ଝୋଠାରେ ଭାରତର ୬୫୫ ଆଥଲେଟ୍‌ ୩୯ଟି କ୍ରୀଡ଼ାରେ ଅଂଶଗ୍ରହଣ କରିବେ। ୨୦୨୧ ଟୋକିଓ ଅଲିମ୍ପିକ୍ସ ଐତିହାସିକ ପ୍ରଦର୍ଶନ ପରେ ଭାରତୀୟ ପ୍ରତିଯୋଗୀମାନେ ବିଭିନ୍ନ ଅନ୍ତର୍ଜାତୀୟ ଇଭେଣ୍ଟରେ ଉଲ୍ଲେଖନୀୟ ସଫଳତା କରି ଆସୁଛନ୍ତି। ନିକଟ ଭବିଷ୍ୟତରେ ଅଲିମ୍ପିକ୍ସ ଆୟୋଜନର ସ୍ବପ୍ନ ଦେଖୁଥିବା ଭାରତ ୨୦୧୮ ଏସିଆନ ଗେମ୍ସରେ ୮ମ ସ୍ଥାନ ଅଧିକାର କରିଥିଲା; ଯାହା କି ସନ୍ତୋଷଜନକ ନୁହେଁ। କୋଭିଡ୍‌ ମହାମାରୀ ପରେ ହାଙ୍ଗ୍‌ଝୋ ବିଶ୍ୱର ସର୍ବବୃହତ୍‌ ମଲ୍‌ଟି-ସ୍ପୋଟର୍‌ସ ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ଏଥର ପଦକ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ରହିଛି ଭାରତ। ସିଓଲ୍‌ରେ ୧୯୮୬ ସଂସ୍କରଣପରଠାରୁ ଭାରତ ପଦକ ତାଲିକାର ଟପ୍‌-୫ରେ ରହିବାରେ ସମର୍ଥ ହୋଇପାରି ନାହିଁ।
ଏଥର ଭାରତର ସ୍ଲୋଗାନ ରହିଛି ଇସ୍‌ ବାର୍‌ ସୌ ପାର୍‌ (ଏଥର ପଦକ ସଂଖ୍ୟା ୧୦୦ ଟପିବ)। ୧୦୦ ପଦକ ହୁଏତ ସମ୍ଭବ ହୋଇ ନ ପାରେ, ତେବେ ଆଥ୍‌ଲେଟମାନେ ଏଥର ଅଧିକ ସଂଖ୍ୟାରେ ପଦକ ଜିତିବେ ବୋଲି ଆଶା କରାଯାଉଛି। ଗତଥର ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ଆଥ୍‌ଲେଟମାନେ ଦେଶ ପାଇଁ ୨୦ ପଦକ ଆଣିଦେଇଥିଲେ। ଏଥର ଅତିକମ୍‌ରେ ୨୫ ପୋଡିୟମ ଫିନିଶ କରିବେ ବୋଲି ଆଶା କରାଯାଉଛି। ଏସିଆନ ଗେମ୍ସ ଇତିହାସରେ ପ୍ରଥମ ଥର ଭାରତର ଜାଭେଲିନ୍‌ ସୁପରଷ୍ଟାର ଚୋପ୍ରାଙ୍କ ନେତୃତ୍ୱରେ ୫ ଅଲିମ୍ପିକ ପଦକ ବିଜେତାଙ୍କୁ ଏଥର ଦେଖିବାକୁ ମିଳିବ। ଚୋପ୍ରା ଏଥର ତାଙ୍କ ଟାଇଟଲ ବଜାୟ ରଖିବେ ବୋଲି ଆଶା କରାଯାଉଛି। ଦେଶ ୨୦୧୮ରେ ୧୬ ସ୍ବର୍ଣ୍ଣ ପଦକ ଲାଭ କରିଥିବା ବେଳେ ଏଥର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଅନ୍ୟ ଅଲିମ୍ପିକ ପଦକ ବିଜେତାମାନେ ହେଲେ ଭାରୋତ୍ତୋଳିକା ମୀରାବାଈ ଚାନୁ, ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏବଂ ବକ୍ସର ଲଭଲିନା ବୋର୍ଗୋହେନ୍‌। ତଥାପି ଭାରତ କେତୋଟି ସ୍ବର୍ଣ୍ଣ ପଦକ ଜିତିବ ତାହା ପୂର୍ବାନୁମାନ କରିବା କଷ୍ଟକର। ସିନ୍ଧୁ କିଛିଦିନ ହେଲା ଫର୍ମ ଫେରିପାଇବା ପାଇଁ ସଂଘର୍ଷ ଚଳାଇଛନ୍ତି। ଚାନୁଙ୍କ ଫିଟ୍‌ନେସ୍‌ ସମସ୍ୟା ରହିଛି। ରେସଲରମାନଙ୍କ ଧାରଣାରେ ସାମିଲ ହେବାପରେ ବଜରଙ୍ଗ ଏଇ କିଛିମାସ ହେଲା ଟ୍ରେନିଂ ନେଇଛନ୍ତି। ତେବେ ବୋର୍ଗୋହେନ ଓ ଚୋପ୍ରା ନିକଟରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି।
ଶନିବାର ଉଦ୍‌ଘାଟନୀ ଉତ୍ସବରେ ବୋର୍ଗୋହେନ୍‌ ଓ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂ ଭାରତୀୟ ଦଳର ପତାକା ବାହକ ଦାୟିତ୍ୱ ତୁଲାଇବେ। ୨୦୧୮ରେ ଆଥ୍‌ଲେଟିକ୍ସରେ ୮ ସ୍ବର୍ଣ୍ଣ ମିଳିଥିଲା। ଭାରତ ଏଥର ଏହି ସଫଳତା ଦୋହରାଇପାରିବ କି ନା ତାହା କହିବା କଷ୍ଟକର। କିନ୍ତୁ ବର୍ତ୍ତମାନର ଫର୍ମକୁ ଦେଖିଲେ ହକି (ପୁରୁଷ ଓ ମହିଳା), କବାଡ଼ି (ପୁରୁଷ ଓ ମହିଳା), ଚେସ୍‌ ଓ ତୀରନ୍ଦାଜୀରେ ସ୍ବର୍ଣ୍ଣ ଆଶା କରାଯାଉଛି। ଅଲିମ୍ପିକ୍ସ ବିଶ୍ୱର ସର୍ବବୃହତ୍‌ ମଲ୍ଟି-ସ୍ପୋର୍ଟିଂ ଇଭେଣ୍ଟ ଏହା ନିଃସନ୍ଦେହରେ କୁହାଯାଇପାରେ। କିନ୍ତୁ ଏସିଆନ ଗେମ୍ସରେ ଅଧିକ ଆଥ୍‌ଲେଟ ଭାଗନେଇଥାନ୍ତି। ହାଙ୍ଗ୍‌ଝୋରେ ୧୨,୦୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଉଛନ୍ତି। ଦୁଇ ବର୍ଷ ପୂର୍ବେ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ପ୍ରାୟ ୧୧,୦୦୦ ରହିଥିଲା। ଆସନ୍ତା ବର୍ଷ ପ୍ୟାରିସ ଅଲିମ୍ପିକ୍ସରେ ୧୦,୫୦୦ ଭାଗ ନେବେ। ୨୦୧୮ ଏସିଆନ ଗେମ୍ସରେ ସାମାନ୍ୟ ଅଧିକ ୧୧,୦୦୦ ଆଥ୍‌ଲେଟ ଭାଗ ନେଇଥିଲେ। ଚାଇନାରେ ଏହି ସଂଖ୍ୟା ଅତିକ୍ରମ କରିଯିବ। ଚାଇନାରେ କୋଭିଡ୍‌ ମହାମାରୀ ଯୋଗୁ ୨୦୨୨ ସେପ୍ଟେମ୍ବରରେହେବାକୁ ଥିବା ଏସିଆନ ଗେମ୍ସର ୧୯ତମ ସଂସ୍କରଣକୁ ସ୍ଥଗିତ ରଖାଯାଇଥିଲା। ହାଙ୍ଗ୍‌ଝୋ ବ୍ୟତୀତ ଚାଇନାର ଅନ୍ୟ ୫ଟି ସହରରେ ପ୍ରତିଯୋଗିତାର ସହ ଆୟୋଜକ ରହିଛନ୍ତି। ଏହା ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ। ଏଥର ଏସିଆନ ଗେମ୍ସରେ ୪୦ଟି କ୍ରୀଡ଼ା ଏବଂ ୬୧ ବିଭାଗରେ ୪୮୧ ସ୍ବର୍ଣ୍ଣ ପଦକ ପାଇଁ ଏସିଆର ୪୫ଟି ଦେଶ ଓ ଅଞ୍ଚଳ ଭାଗ ନେଉଛନ୍ତି। ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ ଫୁଟ୍‌ବଲ, ଭଲିବଲ୍‌, କ୍ରିକେଟ, ରୋଇଂ, ସେଲିଂ ଓ ମଡର୍ନ ପେଣ୍ଟାଥଲନ ପ୍ରତିଯୋଗିତା ଇତିମଧ୍ୟରେ ଆରମ୍ଭ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri