Posted inଖେଳ

ଏସିଆନ୍‌ ଗେମ୍ସ ଉଦ୍‌ଘାଟନୀ ସମାରୋହ

ହାଙ୍ଗଝୋ,୨୪ା୯: ଚାଇନାର ହାଙ୍ଗଝୋରେ ଏସିଆନ୍‌ ଗେମ୍ସ ୧୯ତମ ସଂସ୍କରଣର ଆନୁଷ୍ଠାନିକ ଉଦ୍‌ଘାଟନ ଶନିବାର ସନ୍ଧ୍ୟାରେ ହୋଇଛି। ଏଥିରେ ଭାରତୀୟ କ୍ରୀଡା ଦଳର ନେତୃତ୍ୱ ନେଇଥିଲେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନ୍‌ପ୍ରୀତ୍‌ ସିଂ ଓ ଅଲିମ୍ପିକ୍ସ ପଦକ ବିଜୟିନୀ ବକ୍ସର ଲଭଲିନା ବୋର୍ଗୋହେନ୍‌। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ପରିବେଶ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ବୈଷୟିକ କୌଶଳର ବ୍ୟବହାର କରାଯାଥିଲା। ଭାରତୀୟ ଖେଳାଳିଙ୍କୁ ଭିଜା ପ୍ରଦାନକୁ ନେଇ ବିବାଦ ମଧ୍ୟରେ ଚମତ୍କାର ଲେଜର ଲାଇଟ୍‌ ଶୋ ମାଧ୍ୟମରେ ଆରମ୍ଭ ହୋଇଥିଲା ଶନିବାରର ସନ୍ଧ୍ୟା। ‘ଟାଇଡ୍ସ ସର୍ଜିଙ୍ଗ ଇନ୍‌ ଏସିଆ’ ଏହି କାର୍ଯ୍ୟକ୍ରମର ଥିମ୍‌ ରହିଥିଲା। ଏସୀୟ ଦେଶର ଜନସାଧାରଣଙ୍କ ମଧ୍ୟରେ ଭଲପାଇବା, ବନ୍ଧୁତା ଓ ଏକତ୍ୱକୁ ଦର୍ଶାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଥିବା ବେଳେ ଅରୁଣାଚଳ ପ୍ରଦେଶର ୩ ଭାରତୀୟ ଆଥ୍‌ଲେଟଙ୍କୁ ଭିଜା ପ୍ରଦାନ ନ କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଉଦ୍‌ଘାଟନୀ ଉତ୍ସବରେ ଚାଇନାର ୧୦୦୦ ବର୍ଷର ସଭ୍ୟତା, କଳା ଓ ସଂସ୍କୃତିକୁ ଦର୍ଶାଇବାକୁ ପ୍ରୟାସ କରାଯାଇଥିଲା। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାରରେ ବିଭିନ୍ନ ଦେଶର ଆଥ୍‌ଲେଟମାନଙ୍କ ଫ୍ଲାଗ୍‌ମାର୍ଚ୍ଚକୁ ପ୍ରଦର୍ଶିତ କରାଯାଇଥିଲା। ୪୫ ରାଷ୍ଟ୍ରର ୧୨ ହଜାର ଆଥ୍‌ଲେଟ ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ବେଳେ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଲିମ୍ପିକ୍ସ କାଉନ୍‌ସିଲ୍‌ ଅଫ୍‌ ଏସିଆର ସଭାପତି ରଣଧୀର ସିଂ, ଅନ୍ତର୍ଜାତୀୟ ଅଲିମ୍ପିକ୍ସ କାଉନ୍‌ସିଲ୍‌ ମୁଖ୍ୟ ଥୋମାସ୍‌ ବାକ୍‌, ବିଭିନ୍ନ ରାଷ୍ଟ୍ରର ମୁଖ୍ୟ, ସମସ୍ତ ଜାତୀୟ ଅଲିମ୍ପିକ୍ସ କମିଟି ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଭାରତୀୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଓ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ୍‌ ମୁଖ୍ୟ ପି.ଟି. ଉଷା ଏହି କାର୍ଯ୍ୟକ୍ରମକୁ ବୟକଟ୍‌ କରିଥିଲେ। ଅରୁଣାଚଳ ପ୍ରଦେଶର ୩ ଉଷୁ ଖେଳାଳିଙ୍କୁ ଭିଜା ନ ମିଳିବା କାରଣରୁ ଉଭୟ ଏହି ନିଷ୍ପତ୍ତି ନେଇଥିଲେ।
ପ୍ରାରମ୍ଭିକ ଭାବରେ ଏହି ଟୁର୍ନାମେଣ୍ଟ ୨୦୨୨ରେ ଆୟୋଜିତ ହେବାର ଥିଲା। ମାତ୍ର କୋଭିଡ୍‌ କାରଣରୁ ଏହି ଟୁର୍ନାମେଣ୍ଟ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲା ଚାଇନା। ଭାରତ ଏହି ଟୁର୍ନାମେଣ୍ଟ ପାଇଁ ୬୫୫ ଜଣିଆ ଆଥ୍‌ଲେଟିକ୍ସ ଟିମ୍‌ ପଠାଇଥିଲା। ୧୦୦ରୁ ଅଧିକ ଭାରତୀୟ ଖେଳାଳି ଉଦ୍‌ଘାଟନୀ ସମାରୋହରେ ଭାଗ ନେଇଥିଲେ। ପୁରୁଷ ହକି ଦଳର ଅଧିନାୟକ ହରମନ୍‌ପ୍ରୀତ୍‌ ସିଂ ଓ ଅଲିମ୍ପିକ୍ସ ପଦକ ବିଜୟିନୀ ବକ୍ସର ଲଭଲିନା ବୋର୍ଗୋହେନ ମିଳିତ ଭାବରେ ଭାରତୀୟ ଜାତୀୟ ପତାକା ବହନ କରିଥିଲେ। ପ୍ରଥମ ଥର ପାଇଁ ଭାରତ ଜଣେ ଲେଖାଏ ପୁରୁଷ ଓ ମହିଳା ଖେଳାଳିଙ୍କୁ ଧ୍ୱଜାବାହକ ଭାବରେ ଚୟନ କରିଥିଲା। ପୁରୁଷ ଆଥ୍‌ଲେଟମାନେ ବନ୍ଧଗଳା ଜ୍ୟାକେଟ୍‌ ସହିତ ଖାକି କୁର୍ତ୍ତା ପିନ୍ଧିଥିବା ବେଳେ ମହିଳା ଆଥ୍‌ଲେଟମାନେ ହାଇ ନେକ୍‌ ବ୍ଲାଉଜ୍‌ ଓ ଖାକି ରଙ୍ଗର ଶାଢି ପିନ୍ଧିଥିଲେ। ରବିବାର ଟେନିସ୍‌ ଦଳର ମ୍ୟାଚ୍‌ ରହିଥିବାରୁ କେବଳ ରାମକୁମାର ରାମନାଥନ୍‌ ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri