Posted inଖେଳ

ଏସିଆନ୍‌ ଗେମ୍ସ ଉଦ୍‌ଘାଟନୀ ସମାରୋହ

ହାଙ୍ଗଝୋ,୨୪ା୯: ଚାଇନାର ହାଙ୍ଗଝୋରେ ଏସିଆନ୍‌ ଗେମ୍ସ ୧୯ତମ ସଂସ୍କରଣର ଆନୁଷ୍ଠାନିକ ଉଦ୍‌ଘାଟନ ଶନିବାର ସନ୍ଧ୍ୟାରେ ହୋଇଛି। ଏଥିରେ ଭାରତୀୟ କ୍ରୀଡା ଦଳର ନେତୃତ୍ୱ ନେଇଥିଲେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନ୍‌ପ୍ରୀତ୍‌ ସିଂ ଓ ଅଲିମ୍ପିକ୍ସ ପଦକ ବିଜୟିନୀ ବକ୍ସର ଲଭଲିନା ବୋର୍ଗୋହେନ୍‌। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ପରିବେଶ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ବୈଷୟିକ କୌଶଳର ବ୍ୟବହାର କରାଯାଥିଲା। ଭାରତୀୟ ଖେଳାଳିଙ୍କୁ ଭିଜା ପ୍ରଦାନକୁ ନେଇ ବିବାଦ ମଧ୍ୟରେ ଚମତ୍କାର ଲେଜର ଲାଇଟ୍‌ ଶୋ ମାଧ୍ୟମରେ ଆରମ୍ଭ ହୋଇଥିଲା ଶନିବାରର ସନ୍ଧ୍ୟା। ‘ଟାଇଡ୍ସ ସର୍ଜିଙ୍ଗ ଇନ୍‌ ଏସିଆ’ ଏହି କାର୍ଯ୍ୟକ୍ରମର ଥିମ୍‌ ରହିଥିଲା। ଏସୀୟ ଦେଶର ଜନସାଧାରଣଙ୍କ ମଧ୍ୟରେ ଭଲପାଇବା, ବନ୍ଧୁତା ଓ ଏକତ୍ୱକୁ ଦର୍ଶାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଥିବା ବେଳେ ଅରୁଣାଚଳ ପ୍ରଦେଶର ୩ ଭାରତୀୟ ଆଥ୍‌ଲେଟଙ୍କୁ ଭିଜା ପ୍ରଦାନ ନ କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଉଦ୍‌ଘାଟନୀ ଉତ୍ସବରେ ଚାଇନାର ୧୦୦୦ ବର୍ଷର ସଭ୍ୟତା, କଳା ଓ ସଂସ୍କୃତିକୁ ଦର୍ଶାଇବାକୁ ପ୍ରୟାସ କରାଯାଇଥିଲା। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାରରେ ବିଭିନ୍ନ ଦେଶର ଆଥ୍‌ଲେଟମାନଙ୍କ ଫ୍ଲାଗ୍‌ମାର୍ଚ୍ଚକୁ ପ୍ରଦର୍ଶିତ କରାଯାଇଥିଲା। ୪୫ ରାଷ୍ଟ୍ରର ୧୨ ହଜାର ଆଥ୍‌ଲେଟ ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ବେଳେ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଲିମ୍ପିକ୍ସ କାଉନ୍‌ସିଲ୍‌ ଅଫ୍‌ ଏସିଆର ସଭାପତି ରଣଧୀର ସିଂ, ଅନ୍ତର୍ଜାତୀୟ ଅଲିମ୍ପିକ୍ସ କାଉନ୍‌ସିଲ୍‌ ମୁଖ୍ୟ ଥୋମାସ୍‌ ବାକ୍‌, ବିଭିନ୍ନ ରାଷ୍ଟ୍ରର ମୁଖ୍ୟ, ସମସ୍ତ ଜାତୀୟ ଅଲିମ୍ପିକ୍ସ କମିଟି ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଭାରତୀୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଓ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ୍‌ ମୁଖ୍ୟ ପି.ଟି. ଉଷା ଏହି କାର୍ଯ୍ୟକ୍ରମକୁ ବୟକଟ୍‌ କରିଥିଲେ। ଅରୁଣାଚଳ ପ୍ରଦେଶର ୩ ଉଷୁ ଖେଳାଳିଙ୍କୁ ଭିଜା ନ ମିଳିବା କାରଣରୁ ଉଭୟ ଏହି ନିଷ୍ପତ୍ତି ନେଇଥିଲେ।
ପ୍ରାରମ୍ଭିକ ଭାବରେ ଏହି ଟୁର୍ନାମେଣ୍ଟ ୨୦୨୨ରେ ଆୟୋଜିତ ହେବାର ଥିଲା। ମାତ୍ର କୋଭିଡ୍‌ କାରଣରୁ ଏହି ଟୁର୍ନାମେଣ୍ଟ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲା ଚାଇନା। ଭାରତ ଏହି ଟୁର୍ନାମେଣ୍ଟ ପାଇଁ ୬୫୫ ଜଣିଆ ଆଥ୍‌ଲେଟିକ୍ସ ଟିମ୍‌ ପଠାଇଥିଲା। ୧୦୦ରୁ ଅଧିକ ଭାରତୀୟ ଖେଳାଳି ଉଦ୍‌ଘାଟନୀ ସମାରୋହରେ ଭାଗ ନେଇଥିଲେ। ପୁରୁଷ ହକି ଦଳର ଅଧିନାୟକ ହରମନ୍‌ପ୍ରୀତ୍‌ ସିଂ ଓ ଅଲିମ୍ପିକ୍ସ ପଦକ ବିଜୟିନୀ ବକ୍ସର ଲଭଲିନା ବୋର୍ଗୋହେନ ମିଳିତ ଭାବରେ ଭାରତୀୟ ଜାତୀୟ ପତାକା ବହନ କରିଥିଲେ। ପ୍ରଥମ ଥର ପାଇଁ ଭାରତ ଜଣେ ଲେଖାଏ ପୁରୁଷ ଓ ମହିଳା ଖେଳାଳିଙ୍କୁ ଧ୍ୱଜାବାହକ ଭାବରେ ଚୟନ କରିଥିଲା। ପୁରୁଷ ଆଥ୍‌ଲେଟମାନେ ବନ୍ଧଗଳା ଜ୍ୟାକେଟ୍‌ ସହିତ ଖାକି କୁର୍ତ୍ତା ପିନ୍ଧିଥିବା ବେଳେ ମହିଳା ଆଥ୍‌ଲେଟମାନେ ହାଇ ନେକ୍‌ ବ୍ଲାଉଜ୍‌ ଓ ଖାକି ରଙ୍ଗର ଶାଢି ପିନ୍ଧିଥିଲେ। ରବିବାର ଟେନିସ୍‌ ଦଳର ମ୍ୟାଚ୍‌ ରହିଥିବାରୁ କେବଳ ରାମକୁମାର ରାମନାଥନ୍‌ ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri