୨୦୨୫ ସୁଦ୍ଧା ପୃଥିବୀର ଅଧା ବିଦ୍ୟୁତ ଶକ୍ତି ବ୍ୟବହାର କରିବ ଏସିଆ, ଭାରତରେ ବିଦ୍ୟୁତ ଚାହିଦା ୫.୬ ପ୍ରତିଶତ: ରିପୋର୍ଟ…

ପ୍ୟାରିସ,୯।୨ : ଭାରତରେ ବାର୍ଷିକ ୫.୩ ପ୍ରତିଶତ ହାରରେ ବିଦ୍ୟୁତ ଚାହିଦା ୨୦୨୨ ରେ ୮.୪ପ୍ରତିଶତରେ ପହଞ୍ଚିଛି। କୋଭିଡ ମହାମାରୀ ପରେ ଦେଶର ଦ୍ରୁତ ପୁନଃରୁଦ୍ଧାର ଏହାର କାରଣ ଥିଲା। ଏହା ସହିତ ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ଉତ୍ତାପ ଯୋଗୁ ଚାହିଦା ବୃଦ୍ଧି ପାଇଥିଲା। ପ୍ୟାରିସର ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (ଆଇଇଏ) ବୁଧବାର ଏହାର ନୂତନ ରିପୋର୍ଟରେ ଏହା ଉଲ୍ଲେଖ କରିଛି। କରିଛି। ଏଜେନ୍ସି ଆକଳନ କରିଛି ଯେ ୨୦୨୩ ରୁ ୨୦୨୫ ମଧ୍ୟରେ ଭାରତରେ ବିଦ୍ୟୁତ ଚାହିଦା ୫.୬ ପ୍ରତିଶତ ହାରରେ ବଢ଼ିପାରେ।

ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୨୨ରେ ଗତ ୧୦୦ ବର୍ଷ ମଧ୍ୟରେ ଦେଶ ପାଇଁ ସବୁଠାରୁ ଉତ୍ତପ୍ତ ମାସ ବୋଲି ପ୍ରମାଣିତ ହୋଇଥିଲା। ଏପ୍ରିଲରୁ ଜୁଲାଇ ମଧ୍ୟରେ ମଧ୍ୟ ୨୦୨୧ ତୁଳନାରେ ବିଦ୍ୟୁତର ହାରାହାରି ଚାହିଦା ୧୪ ପ୍ରତିଶତ ଅଧିକ ଥିଲା। ଜୁନ ୧୦ ରେ, ୨୧୧ ଗିଗାଓ୍ବାଟ ବିଦ୍ୟୁତ ଚାହିଦାର ଏକ ରେକର୍ଡ ସୃଷ୍ଟି ହୋଇଥିଲା। ଫଳସ୍ବରୂପ, ଚାହିଦା ବାର୍ଷିକ ଅଭିବୃଦ୍ଧି ହାର ୮.୪ ପ୍ରତିଶତରେ ପହଞ୍ଚିଥିଲା। ଯାହା ଚାଇନାର ୨.୬ ପ୍ରତିଶତ ଅଭିବୃଦ୍ଧିଠାରୁ ବହୁ ଅଧିକ। ୨୦୧୫ ରୁ ୨୦୧୯ ମଧ୍ୟରେ ଚାଇନାରେ ଏହା ହାରାହାରି ୫.୪ ପ୍ରତିଶତ ଅଭିବୃଦ୍ଧି ଘଟିଛି।

ଅନ୍ୟପକ୍ଷରେ, ରିପୋର୍ଟରେ ଦର୍ଶାଯାଇଛି ଯେ ଆସନ୍ତା ତିନି ବର୍ଷ ମଧ୍ୟରେ ଅର୍ଥାତ ୨୦୨୫ ସୁଦ୍ଧା ବିଶ୍ୱର ଅଧା ବିଦ୍ୟୁତ ଶକ୍ତି ଏସୀୟ ଦେଶମାନଙ୍କ ଦ୍ୱାରା ଖର୍ଚ୍ଚ ହେବ। ଏଥିମଧ୍ୟରୁ ଚାଇନା ଶୀର୍ଷରେ ଅଛି। ଚାଇନା ୩୩ ପ୍ରତିଶତ ବିଦ୍ୟୁତ ଶକ୍ତି ଖର୍ଚ୍ଚ କରିବ। ଆମେରିକା, ୟୁଏଇ ଏବଂ ଭାରତ ମିଳିତ ଭାବରେ ବ୍ୟବହାର ହେଉଥିବା ବିଦ୍ୟୁତଠାରୁ ଏହା ଅଧିକ ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri