ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ ଏସୀୟ ଦେଶ ଉପରେ ପଡ଼ୁଥିବା ବିଶ୍ୱ ପାଣିପାଗ ସଂଗଠନ(ଡବ୍ଲ୍ୟୁଏମ୍‌ଓ) ସ୍ପଷ୍ଟ କରିଛି। ଗତବର୍ଷ ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରଭାବିତ ମହାଦେଶ ହୋଇଥିବା ଡବ୍ଲ୍ୟୁଏମ୍‌ଓର ‘ଷ୍ଟେଟ ଅଫ୍‌ ଦି କ୍ଲାଇମେଟ୍‌ ଇନ୍‌ ଏସିଆ-୨୦୨୩’ ରିପୋର୍ଟରେ ପ୍ରକାଶ ପାଇଛି। ବନ୍ୟା, ବାତ୍ୟା, ଭୂକମ୍ପ, ମରୁଡ଼ି ଆଦି କାରଣରୁ ଗତ କିଛି ବର୍ଷ ଧରି ଏସିଆ ମହାଦେଶ ବହୁଳ ଭାବେ କ୍ଷତିଗ୍ରସ୍ତ ହେବା ସହ ଏଠାରେ ଅନେକ ସଂଖ୍ୟାରେ ଲୋକଙ୍କର ପ୍ରାଣହାନି ଘଟୁଛି। ଉତ୍ତର-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଜଳର ତାପମାତ୍ରା ରେକର୍ଡ ସ୍ତରକୁ ବଢିବାକୁ ଲାଗିଛି। ସେହିପରି ଆର୍କଟିକ ଅଞ୍ଚଳରେ ମଧ୍ୟ ସାମୁଦ୍ରିକ ଗରମ ପବନ ପ୍ରବାହିତ ହେଉଛି। ଏହି କାରଣରୁ ଗତବର୍ଷ ଏସିଆ ମହାଦେଶର ଅଧିକାଂଶ ଦେଶରେ ରେକର୍ଡ ସ୍ତରର ତାତି ଅନୁଭୂତ ହୋଇଥିବା ଡବ୍ଲ୍ୟୁଏମ୍‌ଓ ମୁଖ୍ୟ ସେଲେଷ୍ଟେ ସାଉଲୋ ବୟାନ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ଏସୀୟ ଦେଶରେ ବିପର୍ଯ୍ୟୟର ପରିମାଣ ବହୁଗୁଣିତ ହୋଇଥିବା ସେ କହିଛନ୍ତି। ଫଳରେ ଏହି ସବୁ ଦେଶଗୁଡ଼ିକୁ ଆର୍ଥିକ କ୍ଷତି ସହିବାକୁ ପଡ଼ୁଥିବାବେଳେ ଏଠାରେ ପରିବେଶର ସ୍ତର ନିମ୍ନଗାମୀ ହୋଇଚାଲିଛି। ଡବ୍ଲ୍ୟୁଏମ୍‌ଓର ଏହି ରିପୋର୍ଟ ଅନୁଯାୟୀ ଗତବର୍ଷ ଏସିଆ ମହାଦେଶରେ ୭୯ଟି ପ୍ରାକୃତିକ ବିପର୍ଯ୍ୟୟ ଘଟିଥିବାବେଳେ ଏଥିରେ ୨୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଗତବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଏଠାରେ ୭୦ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ। ତେବେ ଏଥିମଧ୍ୟରୁ ୮୦ ପ୍ରତିଶତ ବିପର୍ଯ୍ୟୟ କେବଳ ବନ୍ୟା ଓ ବାତ୍ୟା ଦ୍ୱାରା ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ବିଭିନ୍ନ ଏସୀୟ ଦେଶରେ ଗତବର୍ଷ ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥିଲା। ୧୯୯୧ରୁ ୨୦୨୦ ମଧ୍ୟରେ ରହିଥିବା ହାରାହାରି ତାପମାତ୍ରାଠାରୁ ଗତବର୍ଷ ଏଠାକାର ତାପମାତ୍ରା ୦.୯୧ ଡିଗ୍ରୀ ସେଲସିୟସ ଅଧିକ ଥିଲା। ସେହିପରି ୧୯୬୧ରୁ ୧୯୯୦ ପର୍ଯ୍ୟନ୍ତ ରହିଥିବା ହାରାହାରି ତାପମାତ୍ରାଠାରୁ ଗତବର୍ଷ ଏଠାକାର ତାପମାତ୍ରା ୧.୮୭ ଡିଗ୍ରୀ ସେଲସିୟସ ଅଧିକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri