ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ ଏସୀୟ ଦେଶ ଉପରେ ପଡ଼ୁଥିବା ବିଶ୍ୱ ପାଣିପାଗ ସଂଗଠନ(ଡବ୍ଲ୍ୟୁଏମ୍‌ଓ) ସ୍ପଷ୍ଟ କରିଛି। ଗତବର୍ଷ ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରଭାବିତ ମହାଦେଶ ହୋଇଥିବା ଡବ୍ଲ୍ୟୁଏମ୍‌ଓର ‘ଷ୍ଟେଟ ଅଫ୍‌ ଦି କ୍ଲାଇମେଟ୍‌ ଇନ୍‌ ଏସିଆ-୨୦୨୩’ ରିପୋର୍ଟରେ ପ୍ରକାଶ ପାଇଛି। ବନ୍ୟା, ବାତ୍ୟା, ଭୂକମ୍ପ, ମରୁଡ଼ି ଆଦି କାରଣରୁ ଗତ କିଛି ବର୍ଷ ଧରି ଏସିଆ ମହାଦେଶ ବହୁଳ ଭାବେ କ୍ଷତିଗ୍ରସ୍ତ ହେବା ସହ ଏଠାରେ ଅନେକ ସଂଖ୍ୟାରେ ଲୋକଙ୍କର ପ୍ରାଣହାନି ଘଟୁଛି। ଉତ୍ତର-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଜଳର ତାପମାତ୍ରା ରେକର୍ଡ ସ୍ତରକୁ ବଢିବାକୁ ଲାଗିଛି। ସେହିପରି ଆର୍କଟିକ ଅଞ୍ଚଳରେ ମଧ୍ୟ ସାମୁଦ୍ରିକ ଗରମ ପବନ ପ୍ରବାହିତ ହେଉଛି। ଏହି କାରଣରୁ ଗତବର୍ଷ ଏସିଆ ମହାଦେଶର ଅଧିକାଂଶ ଦେଶରେ ରେକର୍ଡ ସ୍ତରର ତାତି ଅନୁଭୂତ ହୋଇଥିବା ଡବ୍ଲ୍ୟୁଏମ୍‌ଓ ମୁଖ୍ୟ ସେଲେଷ୍ଟେ ସାଉଲୋ ବୟାନ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ଏସୀୟ ଦେଶରେ ବିପର୍ଯ୍ୟୟର ପରିମାଣ ବହୁଗୁଣିତ ହୋଇଥିବା ସେ କହିଛନ୍ତି। ଫଳରେ ଏହି ସବୁ ଦେଶଗୁଡ଼ିକୁ ଆର୍ଥିକ କ୍ଷତି ସହିବାକୁ ପଡ଼ୁଥିବାବେଳେ ଏଠାରେ ପରିବେଶର ସ୍ତର ନିମ୍ନଗାମୀ ହୋଇଚାଲିଛି। ଡବ୍ଲ୍ୟୁଏମ୍‌ଓର ଏହି ରିପୋର୍ଟ ଅନୁଯାୟୀ ଗତବର୍ଷ ଏସିଆ ମହାଦେଶରେ ୭୯ଟି ପ୍ରାକୃତିକ ବିପର୍ଯ୍ୟୟ ଘଟିଥିବାବେଳେ ଏଥିରେ ୨୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଗତବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଏଠାରେ ୭୦ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ। ତେବେ ଏଥିମଧ୍ୟରୁ ୮୦ ପ୍ରତିଶତ ବିପର୍ଯ୍ୟୟ କେବଳ ବନ୍ୟା ଓ ବାତ୍ୟା ଦ୍ୱାରା ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ବିଭିନ୍ନ ଏସୀୟ ଦେଶରେ ଗତବର୍ଷ ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥିଲା। ୧୯୯୧ରୁ ୨୦୨୦ ମଧ୍ୟରେ ରହିଥିବା ହାରାହାରି ତାପମାତ୍ରାଠାରୁ ଗତବର୍ଷ ଏଠାକାର ତାପମାତ୍ରା ୦.୯୧ ଡିଗ୍ରୀ ସେଲସିୟସ ଅଧିକ ଥିଲା। ସେହିପରି ୧୯୬୧ରୁ ୧୯୯୦ ପର୍ଯ୍ୟନ୍ତ ରହିଥିବା ହାରାହାରି ତାପମାତ୍ରାଠାରୁ ଗତବର୍ଷ ଏଠାକାର ତାପମାତ୍ରା ୧.୮୭ ଡିଗ୍ରୀ ସେଲସିୟସ ଅଧିକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri