Posted inଖେଳ

ଏସିଆ କପ୍‌ କାର୍ଯ୍ୟସୂଚୀ ଚୂଡ଼ାନ୍ତ: ପାକିସ୍ତାନ ଯିବ ନାହିଁ ଭାରତ

ନୂଆଦିଲ୍ଲୀ, ୧୩ା୭(ପି.ଟି.): ଏସିଆ କପ୍‌ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି। ଭାରତୀୟ କ୍ରିକେଟ ଦଳ ପାକିସ୍ତାନରେ ଏହାର ମ୍ୟାଚ ଖେଳିବ ନାହିଁ ବୋଲି ବୁଧବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହା ଓ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପରିଚାଳନା କମିଟି ଚେୟାରମ୍ୟାନ ଜାକା ଅଶ୍ରଫଙ୍କ ମଧ୍ୟରେ ଆଲୋଚନା ହେବା ପରେ ଏହା ସ୍ପଷ୍ଟ ହୋଇଛି। ପୂର୍ବ ନିର୍ଦ୍ଧାରିତ ହାଇବ୍ରିଡ୍‌ ମଡେଲରେ ହିଁ ଏସିଆ କପ୍‌ ଅନୁଷ୍ଠିତ ହେବ ବୋଲି ଆଇପିଏଲ୍‌ କମିଟି ଚେୟାରମ୍ୟାନ୍‌ ଅରୁଣ ଧୂମାଲ ପ୍ରକାଶ କରିଛନ୍ତି। ଗୁରୁବାର ଦକ୍ଷିଣ ଆଫ୍ରିକାର ଡର୍ବାନରେ ହେବାକୁ ଥିବା ଆଇସିସିର ବୋର୍ଡ ମିଟିଂ ପାଇଁ ବୁଧବାର ଏକତ୍ରିତ ହେବା ଅବସରରେ ଜୟ ଶାହା ଓ ଜାକା ଅଶ୍ରଫ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଗତ ମାସରେ ଅଶ୍ରଫ ପିସିବି ଦାୟିତ୍ୱ ଗ୍ରହଣ କରିବା ପରେ ହାଇବ୍ରିଡ୍‌ ମଡେଲକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ପିସିବି ମୁଖ୍ୟ ନଜମ ସେଠୀ ହାଇବ୍ରିଡ୍‌ ମଡେଲ୍‌ର ପ୍ରସ୍ତାବ ଦେଇଥିଲେ। ଏହି ମଡେଲ ଅନୁସାରେ ଭାରତ ଏହାର ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିବ। ଜୟ ଶାହାଙ୍କ ସହିତ ଆଲୋଚନା ପରେ ହାଇବ୍ରିଡ୍‌ ମଡେଲରେ ଖେଳିବା ପାଇଁ ସହମତି ପ୍ରକାଶ କରିଛି ପିସିବି।
ଆସନ୍ତା ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ତାରିଖ ମଧ୍ୟରେ ଏସିଆ କପ୍‌ ପାକିସ୍ତାନ ଓ ବାଂଲାଦେଶରେ ଅନୁଷ୍ଠିତ ହେବ। ଲିଗ୍‌ ମ୍ୟାଚ୍‌ ମଧ୍ୟରୁ ୪ଟି ପାକିସ୍ତାନରେ ଓ ୯ଟି ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳାଯିବ। ଯଦି ଉଭୟ ଭାରତ ଓ ପାକିସ୍ତାନ ଫାଇନାଲରେ ପ୍ରବେଶ କରନ୍ତି ତେବେ ଫାଇନାଲ ମ୍ୟାଚ୍‌ ମଧ୍ୟ ଶ୍ରୀଲଙ୍କାରେ ଖେଳାଯିବ ବୋଲି ଧୂମାଲ କହିଛନ୍ତି। ଏହା ସହିତ ବିଭିନ୍ନ ପାକିସ୍ତାନୀ ମିଡିଆରେ ଏସିଆ କପ୍‌କୁ ନେଇ ପ୍ରକାଶିତ ଖବରକୁ ମଧ୍ୟ ଧୂମାଲ ଖାରଜ କରିଛନ୍ତି। ପାକିସ୍ତାନ କ୍ରୀଡାମନ୍ତ୍ରୀଙ୍କ ବୟାନ ଅନୁସାରେ ଭାରତ ପାକିସ୍ତାନ ଗସ୍ତ କରିବ ବୋଲି କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏହାକୁ ଗୁଜବ ବୋଲି କହିଛନ୍ତି ଧୂମାଲ। ଏଭଳି କୌଣସି ଆଲୋଚନା ହୋଇନାହିଁ। ଭାରତ ପାକିସ୍ତାନ ଗସ୍ତ କରିବାର କୌଣସି ସମ୍ଭାବନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ୨୦୧୦ ଏସିଆ କପ୍‌ ସଂସ୍କରଣ ଭଳି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଶ୍ରୀଲଙ୍କାର ଡାମ୍ବୁଲାରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri