Posted inଖେଳ

ଭାରତୀୟ କ୍ରିକେଟ୍‌ ଟିମ୍‌କୁ ବଡ଼ ସୁଯୋଗ, ଭାରତରେ ହେବ ୨୦୨୫ ଏସିଆ କପ୍‌

ନୂଆଦିଲ୍ଲୀ, ୩୦।୦୭: ଟି-୨୦ ଏସିଆ କପ୍‌ କ୍ରିକେଟ୍‌ ୨୦୨୫ର ଆୟୋଜନ ଭାରତ କରିବାକୁ ଯାଉଛି । ଟି-୨୦ ବିଶ଼୍ବକପ୍‌ ୨୦୨୬ର ଠିକ୍‌ ଗୋଟିଏ ବର୍ଷ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ହେବ । ତେଣୁ ବିଶ଼୍ବକପ୍‌ ପୂର୍ବରୁ ଇଣ୍ଡିଆ ଟିମ୍‌ ନିଜକୁ ପରଖି ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିବାର ସୁଯୋଗ ରହିଛି । ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ୍‌ ଟ-୨୦ ଏସିଆ କପ୍‌ ଆୟୋଜନର ଘୋଷଣା ସମୋବାର କରିଛି ।

ଭାରତ ବର୍ତ୍ତମାନର ଏସିଆ କପ ଟାଇଟଲ ନିଜ ପକ୍ଷରେ ରଖିଛି । ଗତ ଚାରିଟି ଏସିଆ କପ ମଧ୍ୟରୁ ଭାରତ ତିନୋଟି ଜିତିଛି । ୨୦୧୬ ପରଠାରୁ ଏସିଆ କପ ସର୍ବଦା ବିଶ୍ୱକପ ପାଇଁ ଏକ ପ୍ରସ୍ତୁତି ଭାବରେ ବ୍ୟବହୃତ ହୋଇଆସୁଛି । ଏହି କାରଣରୁ, ଏସିଆ କପ ସମାନ ଫର୍ମାଟରେ ଖେଳାଯାଉଛି । ନିକଟରେ ଶ୍ରୀଲଙ୍କା ମହିଳା ଟି -୨୦ ଏସିଆ କପ୍‌ ଆୟୋଜନ କରିଥିଲା। ଭାରତୀୟ ମହିଳା ଦଳକୁ ପରାସ୍ତ କରି ଶ୍ରୀଲଙ୍କା ଟାଇଟଲ ଜିତିନେଇଛି ।

ପାକିସ୍ତାନ କ୍ରିକେଟ ବୋର୍ଡ ଏସିଆ କପ ୨୦୨୩ର ଆୟୋଜନ ‘ହାଇବ୍ରିଡ ମଡେଲ’ରେ କରିଥିଲା । ହେଲେ ଭାରତ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା। ଏହା ପରେ ଶ୍ରୀଲଙ୍କାରେ ଭାରତର ମ୍ୟାଚ ଖେଳାଯାଇଥିଲା। ୨୦୨୭ରେ ବାଂଲାଦେଶ ଓଡିଆଇ ଫର୍ମାଟରେ ଏସିଆ କପ ଆୟୋଜନ କରିବ । ୨୦୨୭ ମସିହାରେ ଦକ୍ଷିଣ ଆଫ୍ରିକାରେ ଓଡିଆଇ ବିଶ୍ୱକପ ଖେଳାଯିବ । ଭାରତ ଏବଂ ବାଂଲାଦେଶରେ ଅନୁଷ୍ଠିତ ହେବାକୁ ଥିବା ଉଭୟ ଏସିଆ କପ୍‌ ୧୩ ମ୍ୟାଚ୍‌ ବିଶିଷ୍ଟ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri