Posted inଖେଳ

ଏସିଆ କପ୍ ହକି ୨୦୨୫: ଭାରତୀୟ ଦଳରେ ଓଡ଼ିଶାରୁ ୩ ଖେଳାଳି

ବେଙ୍ଗାଲୁରୁ,୨୦ା୮: ଆସନ୍ତା ଏସିଆ କପ୍ ହକି ୨୦୨୫ ପାଇଁ ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୮ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଏହି ଦଳରେ ଓଡ଼ିଶାର ତିନି ଖେଳାଳି ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଓ ନୀଲମ ସଞ୍ଜୀପ ଖେସ୍ ସ୍ଥାନ ପାଇଛନ୍ତି। ଟୁର୍ଣ୍ଣାମେଣ୍ଟଟି ବିହାରର ରାଜଗିର୍ ହକି ଷ୍ଟାଡିୟମରେ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୭ ତାରିଖ ମଧ୍ୟରେ ଖେଳାଯିବ।

ହକି ଇଣ୍ଡିଆ ବୁଧବାର ଏହି ଦଳ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ବର୍ଷ ବେଲଜିୟମ ଓ ନେଦରଲ୍ୟାଣ୍ଡସରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଏକ ଯୋଗ୍ୟତା ପର୍ଯ୍ୟାୟ ମଧ୍ୟ ଅଟେ। ଭାରତ ପୁଲ୍ ଏ’ରେ ଜାପାନ, ଚାଇନା ଓ କାଜାଖସ୍ତାନ ସହ ରହିଛି। ପୁଲ୍ ବି’ରେ ବର୍ତ୍ତମାନର ଚାମ୍ପିଅନ ଦକ୍ଷିଣ କୋରିଆ, ମାଲେସିଆ, ବାଂଲାଦେଶ ଓ ଚାଇନିଜ ତାଇପେଇ ଅଛନ୍ତି। ପାକିସ୍ତାନ ଓ ଓମାନ ଟୁର୍ଣ୍ଣାମେଣ୍ଟରୁ ନାମ ପ୍ରତ୍ୟାହାର କରିବାରୁ ବାଂଲାଦେଶ ଓ କାଜାଖସ୍ତାନ ସେମାନଙ୍କ ସ୍ଥାନ ନେଇଛନ୍ତି।

ଭାରତ ଅଗଷ୍ଟ ୨୯ରେ ଚାଇନା, ୩୧ରେ ଜାପାନ ଓ ସେପ୍ଟେମ୍ବର ୧ରେ କାଜାଖସ୍ତାନ ବିପକ୍ଷରେ ଖେଳିବ। ଦଳରେ ଅଭିଜ୍ଞ ଖେଳାଳିଙ୍କ ସହ ସନ୍ତୁଳନ ରହିଛି। ଗୋଲକିପିଂ ଦାୟିତ୍ୱ କ୍ରିଶନ ପାଠକ ଓ ସୁରଜ କର୍କେରା ସମ୍ଭାଳିବେ। ଡିଫେନ୍ସରେ ହରମନପ୍ରୀତ ଓ ଅମିତ ରୋହିଦାସଙ୍କ ସହ ଜରମନପ୍ରୀତ ସିଂହ, ସୁମିତ, ସଞ୍ଜୟ ଓ ଜୁଗରାଜ ସିଂହ ରହିଛନ୍ତି। ମିଡଫିଲ୍ଡରେ ରାଜିନ୍ଦର ସିଂହ, ରାଜ କୁମାର ପାଲ, ହାର୍ଦ୍ଦିକ ସିଂହ, ମନପ୍ରୀତ ସିଂହ ଓ ବିବେକ ସାଗର ପ୍ରସାଦ ଏବଂ ଫରୱାର୍ଡରେ ମନଦୀପ ସିଂହ, ଶିଳାନନ୍ଦ ଲାକ୍ରା, ଅଭିଷେକ, ସୁଖଜୀତ ସିଂହ ଓ ଦିଲପ୍ରୀତ ସିଂହ ସାମିଲ ହୋଇଛନ୍ତି। ନୀଲମ ସଞ୍ଜୀପ ଖେସ୍ ଓ ସେଲଭମ କାର୍ତ୍ତି ରିଜର୍ଭ ଖେଳାଳି ଭାବେ ରହିଛନ୍ତି।

ମୁଖ୍ୟ କୋଚ କ୍ରେଗ ଫୁଲଟନ କହିଛନ୍ତି, “ଆମେ ଏକ ଅଭିଜ୍ଞ ଦଳ ନେଇଛୁ, ଯେଉଁମାନେ ଉଚ୍ଚ-ଚାପ ପରିସ୍ଥିତିରେ ପ୍ରଦର୍ଶନ କରିବାକୁ ଜାଣନ୍ତି। ବିଶ୍ୱକପ ଯୋଗ୍ୟତା ପାଇଁ ଏସିଆ କପ୍ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆମେ ସମନ୍ୱିତ ଓ ଦୃଢ଼ ଖେଳାଳି ଚୟନ କରିଛୁ।”


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri