ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସୋମବାର ସନ୍ଧ୍ୟାରେ ଯାଜପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ବିଭାଗ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ କାର୍ଯ୍ୟାଳୟକୁ ନେଇ ପଚରାଉଚରା ଚଳାଇଛି।
ଯାଜପୁର ବଡ଼ବଜାର ଅଞ୍ଚଳର ରସାନନ୍ଦ ସାହୁ ଓ ସାନଭାଇ ଦୋଳଗୋବିନ୍ଦ ସାହୁଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ୨୦୧୫ରେ ବିବାଦ ଦେଖାଦେଇଥିଲା। ଏହି ବିବାଦ ଉଚ୍ଚ ନ୍ୟାୟାଳୟକୁ ଯାଇଥିଲା। ଉଚ୍ଚ ନ୍ୟାୟାଳୟରେ ୧୦ ବର୍ଷ ଧରି ମାମଲା ଚାଲିଥିବାବେଳେ ସାନଭାଇ ଦୋଳଗୋବିନ୍ଦଙ୍କ ସପକ୍ଷରେ ରାୟ ପ୍ରକାଶ ପାଇଥିଲା। ଏନେଇ ଦୋଳ ଗୋବିନ୍ଦ ସୀମା ନିର୍ଦ୍ଧାରଣ ପାଇଁ ଉପଜିଲାପାଳଙ୍କ ନିକଟରେ ଆବେଦନ କରିଥିଲେ। ଅନ୍ୟପକ୍ଷରେ ବଡ଼ଭାଇ ରସାନନ୍ଦ ପୁଣି ଉଚ୍ଚ ନ୍ୟାୟାଳୟରେ ପୁନଃ ବିଚାର ନିମନ୍ତେ ଆବେଦନ କରିଥିଲେ। ଉଚ୍ଚ ନ୍ୟାୟାଳୟ ଯାଜପୁର ତହସିଲଦାରଙ୍କୁ ସୀମା ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ସୀମା ନିର୍ଦ୍ଧାରଣ କରିବା ସମୟରେ ଉଭୟ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଫଳରେ ସୀମା ନିର୍ଦ୍ଧାରଣ ସ୍ଥଗିତ ରହିଥିଲା। ଏନେଇ ଯାଜପୁର ଟାଉନ ଥାନାରେ ନଂ.୫୨୩/୨୫ ଏକ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ଦାୟିତ୍ୱ ଏଏସ୍‌ଆଇ ଦାସ ନେଇଥିଲେ। ସେ ଦୋଳଗୋବିନ୍ଦଙ୍କୁ ମାମଲାରେ ସାହାଯ୍ୟ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଦୋଳଗୋବିନ୍ଦ ୧୦ ହଜାର ଟଙ୍କା ଦେବା ପାଇଁ ଅସମର୍ଥ ପ୍ରକାଶ କରି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତ ଅନୁଯାୟୀ ସନ୍ଧ୍ୟାରେ ଦୋଳ ଗୋବିନ୍ଦ ୫ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ବିଭାଗ ଏଏସ୍‌ଆଇ ଦାସଙ୍କୁ ଟଙ୍କା ସହ ମାଡ଼ି ବସିଥିଲା। ଏହି ଚଢ଼ଉରେ ଭିଜିଲାନ୍ସ ଡିଏସ୍‌ପି ସୁଶୀଲ ଏକ୍କା, ଡିଏସ୍‌ପି ସୁଲୋଚନା ନାୟକ, ଇନ୍ସପେକ୍ଟର ବିଜୟ ସେଠୀ, ଇନ୍ସପେକ୍ଟର ଜ୍ୟୋତିଶଙ୍କର ସାହୁ, ଇନ୍ସପେକ୍ଟର ସଂଘମିତ୍ରା ଦାସ, ଇନ୍ସପେକ୍ଟର ସରୋଜ ସେଠୀ, ଏଏସ୍‌ଆଇ ଶ୍ରୀକାନ୍ତ ନାୟକ, ଏଏସ୍‌ଆଇ ଶୁଭାଶିଷ ବେହେରା ଓ ବିଶ୍ୱଜିତ ଦାସ ପ୍ରମୁଖ ସାମିଲ ହୋଇଥିଲେ। ଏହି ଚଢ଼ାଉରେ କଟକ, କେନ୍ଦ୍ରାପଡ଼ା ଓ ଯାଜପୁରର ଭିଜିଲାନ୍ସ ଉପସ୍ଥିତ ଥିଲେ। ଏକା ସଙ୍ଗେ ତିନୋଟି ସ୍ଥାନରେ ଚଢ଼ାଉ ହୋଇଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ନଂ.୩୪/୨୫ରେ ମାମଲା ରୁଜୁ ହୋଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ କ୍ୟାପିଟାଲ ହସ୍ପିଟାଲର କାୟାକଳ୍ପ: ୪୦କୁ ବୃଦ୍ଧି ପାଇବ ଆଇସିୟୁ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର,୨୭।୧: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ମଙ୍ଗଳବାର ଅନୁଷ୍ଠିତ ରୋଗୀ…

ପିକ୍‌ଅପ୍‌ ଧକ୍କାରେ ଚାଲି ଯାଇଥିଲା ଚାହା ଦୋକାନୀଙ୍କ ଜୀବନ, କୋର୍ଟ ଚାଲାଣ ହେଲେ…

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ର ଦେଓଖାଳି ଛକ ରେ ଗତ ବୁଧବାର ସକାଳ ପ୍ରାୟ ସାଢ଼େ ୬ ଟାରେ…

ମାର୍ଚ୍ଚ ୨ରୁ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା: ପ୍ରସ୍ତୁତି ସଭାରେ…       

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା ‘ ବାଙ୍କେଶ୍ୱରୀ ଙ୍କ ଦୋଳ ଯାତ୍ରା ନିମନ୍ତେ ମଙ୍ଗଳବାର ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି…

ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ: ଖୋଜି ଆଣିବା ପାଇଁ ସ୍ତ୍ରୀଙ୍କ ନିବେଦନ

ରାୟଗଡା,୨୭।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାରେ ଦିନକୁ ଦିନ ଦାଦନଙ୍କ ଦୁଃଖ ବଢ଼ୁଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ଦାଦନ ଖଟିବାକୁ ଯାଇ କିଛି ମୃତ୍ୟୁବରଣ କରିଥିବା…

ଚର୍ଚ୍ଚାରେ ରାୟଗଡ଼ା ରାଜନୀତି: ୪ ଦିନ ତଳେ ଭାଜପାରେ ମିଶିଥିଲେ, ପୁଣି ବିଜେଡିକୁ ଫେରିଲେ; ଦିଲୀପଙ୍କ ନାଁରେ ଅଭିଯୋଗ…

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାଜପାରେ ମିଶିବାର ଚାରି ଦିନ ପରେ ପୁଣି ବିଜେଡିକୁ ଫେରିଛନ୍ତି…

ବାଇକ୍‌କୁ ଧକ୍କା ଦେଇ ଚାଲିଗଲା ଟ୍ରାକ୍ଟର; ଘଟଣାସ୍ଥଳରେ ଚାଲିଗଲା ବାଇକ୍‌ରେ…

ବଞ୍ଚୋ,୨୭।୧(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଙ୍ଖିଡ଼ି ନିକଟରେ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରାକ୍ଟର ଏକ…

ପ୍ରତିଶ୍ରୁତି ପାଳନ କରୁନି ଉତ୍କଳ ଆଲୁମିନା: ୦.୦୧% ଶେୟାର ଦାବିରେ ବିସ୍ଥାପିତ, ପ୍ରଭାବିତଙ୍କ ଧାରଣା

ରାୟଗଡ଼ା/ଟିକିରି,୨୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା)- ବକ୍ସାଇଟ ଖଣି ପାଇଁ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବ୍ଲକ୍‌ରେ ରହିଥିବା…

ଗୋକୋଲମା: ଶେଷ ହେଲା ମା’ ମାଣିକେଶ୍ୱରୀ ଓ ବାବା ଅଗ୍ନି ଭୈରବଙ୍କ ମାଘ ଝାମୁ ଯାତ୍ରା…

ଥୁଆମୂଳ ରାମପୁର,୨୭।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋକୋଲମା ବଙ୍ଗଳା ପଡ଼ାଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଘ ଝାମୁ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri