ଭବାନୀପାଟଣା,୨୫ା୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଫାଣ୍ଡିର ପୂର୍ବତନ ଏଏସ୍ଆଇ ରାଜେନ୍ଦ୍ର କୁମାର ପଟ୍ଟନାୟକ ଓ ଗ୍ରାମରକ୍ଷୀ ଗୌରାଙ୍ଗ ବାଗ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଗତ ୨୪ା୮ା୨୦୧୬ରେ ଏମ୍ .ରାମପୁର ଥାନା ଦେଓଗାଁର ମଣ୍ଟୁ ସାହୁଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଫାଣ୍ଡି ଅଧିକାରୀ ଏଏସ୍ଆଇ ପଟ୍ଟନାୟକ ଓ ଗ୍ରାମରକ୍ଷୀ ବାଗ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଉଭୟଙ୍କ ନାମରେ କୋରାପୁଟ ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ ହୋଇଥିଲା। ସୋମବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ବଦ୍ରି ନାରାୟଣ ନନ୍ଦ ଏହି ମାମଲାରେ ୧୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ। ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଉପରୋକ୍ତ ରାୟ ଶୁଣାଇଥିଲେ। ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ସା ପରିଚାଳନା କରୁଥିଲେ।


