Posted inଖେଳ

ଅଶ୍ୱିନଙ୍କ ଭବିଷ୍ୟବାଣୀ: ୧୨-୧୩ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୧୧: ଆଇପିଏଲ୍‌ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଇପିଏଲ ୨୦୨୩ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ରବିଚନ୍ଦ୍ରନ ଅଶ୍ୱିନ ତାଙ୍କର ଏକ ନୂତନ ଭିଡିଓରେ ଆଇପିଏଲ ୨୦୨୪ ନିଲାମ ବିଷୟରେ ବଡ ଭବିଷ୍ୟବାଣୀ କରିଛନ୍ତି। ଆଇପିଏଲ ଦଳ ପରବର୍ତ୍ତୀ ସିଜିନ୍‌ ପାଇଁ ସେମାନଙ୍କ ଖେଳାଳିଙ୍କୁ ରିଲିଜ୍‌ କରିଛନ୍ତି। ସମସ୍ତ କ୍ରିକେଟ ପ୍ରଶଂସକ ଡିସେମ୍ବର ୧୯ରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ନିଲାମକୁ ଅପେକ୍ଷା କରିଛନ୍ତି।
ସେହି ନିଲାମରେ ଭାରତୀୟ ତଥା ବିଦେଶୀ ଖେଳାଳିଙ୍କ ଉପରେ ବଡ ନିଲାମ ଆଶା କରାଯାଉଛି। ଏହି ଆଇପିଏଲ ନିଲାମରେ ରିଲିଜ୍‌ ହୋଇଥିବା କିଛି ଖେଳାଳି ଅଧିକ ଟଙ୍କାରେ ନିଲାମ ହୋଇପାରନ୍ତି ବୋଲି ଭାରତର ଅଭିଜ୍ଞ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱାସ ରଖିଛନ୍ତି। ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏହି ବିଷୟରେ ଆଲୋଚନା କରି ଅଶ୍ୱିନ କହିଛନ୍ତି ଯେ, ଶାହାରୁଖ ଖାନଙ୍କ ପାଇଁ ସିଏସ୍‌କେ ଏବଂ ଗୁଜରାଟ ମଧ୍ୟରେ ଫାଇଟ୍‌ ହେବ ବୋଲି ମୁଁ ଭାବୁଛି। ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଲିଜ୍‌ କରିଛି, ତେଣୁ ବର୍ତ୍ତମାନ ସେମାନଙ୍କୁ ଏପରି ଜଣେ ଖେଳାଳି ଦରକାର ଯିଏ ସେମାନଙ୍କ ପାଇଁ ଖେଳ ଶେଷ କରିପାରିବେ। ସେମାନଙ୍କ ଦଳରେ ପାୱାର ହିଟର୍‌ର ଅଭାବ ଅଛି, ଏବଂ ସେମାନଙ୍କୁ ପାୱାର ହିଟର ଦରକାର।
ଅଶ୍ୱିନ ଆହୁରି ମଧ୍ୟ କହିଛନ୍ତି , ଶାହାରୁଖ ଖାନ ପଞ୍ଜାବ କିଙ୍ଗ୍ସରେ ୯ କୋଟି ଟଙ୍କାରେ ଥିଲେ, ମୁଁ ଭାବୁଛି ସେ ସେଠାରେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ମୁଁ ଭାବୁଛି ଦଳ ତାଙ୍କ ପାଇଁ ନିଲାମରେ ୧୨-୧୩କୋଟି ଟଙ୍କା ପର୍ଯ୍ୟନ୍ତ ଯାଇପାରେ।
ସୂଚନାଯୋଗ୍ୟ, ଶାହାରୁଖ ଖାନଙ୍କୁ ପଞ୍ଜାବ ଦଳରେ ଫିନିସର ଭାବରେ ରଖାଯାଇଥିଲା ଏବଂ ସେ ୧୬୫.୯୬ ଷ୍ଟ୍ରାଇକ ହାରରେ ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri