Posted inଖେଳ

ଅଶ୍ୱିନଙ୍କ ଭବିଷ୍ୟବାଣୀ: ୧୨-୧୩ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୧୧: ଆଇପିଏଲ୍‌ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଇପିଏଲ ୨୦୨୩ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ରବିଚନ୍ଦ୍ରନ ଅଶ୍ୱିନ ତାଙ୍କର ଏକ ନୂତନ ଭିଡିଓରେ ଆଇପିଏଲ ୨୦୨୪ ନିଲାମ ବିଷୟରେ ବଡ ଭବିଷ୍ୟବାଣୀ କରିଛନ୍ତି। ଆଇପିଏଲ ଦଳ ପରବର୍ତ୍ତୀ ସିଜିନ୍‌ ପାଇଁ ସେମାନଙ୍କ ଖେଳାଳିଙ୍କୁ ରିଲିଜ୍‌ କରିଛନ୍ତି। ସମସ୍ତ କ୍ରିକେଟ ପ୍ରଶଂସକ ଡିସେମ୍ବର ୧୯ରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ନିଲାମକୁ ଅପେକ୍ଷା କରିଛନ୍ତି।
ସେହି ନିଲାମରେ ଭାରତୀୟ ତଥା ବିଦେଶୀ ଖେଳାଳିଙ୍କ ଉପରେ ବଡ ନିଲାମ ଆଶା କରାଯାଉଛି। ଏହି ଆଇପିଏଲ ନିଲାମରେ ରିଲିଜ୍‌ ହୋଇଥିବା କିଛି ଖେଳାଳି ଅଧିକ ଟଙ୍କାରେ ନିଲାମ ହୋଇପାରନ୍ତି ବୋଲି ଭାରତର ଅଭିଜ୍ଞ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱାସ ରଖିଛନ୍ତି। ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏହି ବିଷୟରେ ଆଲୋଚନା କରି ଅଶ୍ୱିନ କହିଛନ୍ତି ଯେ, ଶାହାରୁଖ ଖାନଙ୍କ ପାଇଁ ସିଏସ୍‌କେ ଏବଂ ଗୁଜରାଟ ମଧ୍ୟରେ ଫାଇଟ୍‌ ହେବ ବୋଲି ମୁଁ ଭାବୁଛି। ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଲିଜ୍‌ କରିଛି, ତେଣୁ ବର୍ତ୍ତମାନ ସେମାନଙ୍କୁ ଏପରି ଜଣେ ଖେଳାଳି ଦରକାର ଯିଏ ସେମାନଙ୍କ ପାଇଁ ଖେଳ ଶେଷ କରିପାରିବେ। ସେମାନଙ୍କ ଦଳରେ ପାୱାର ହିଟର୍‌ର ଅଭାବ ଅଛି, ଏବଂ ସେମାନଙ୍କୁ ପାୱାର ହିଟର ଦରକାର।
ଅଶ୍ୱିନ ଆହୁରି ମଧ୍ୟ କହିଛନ୍ତି , ଶାହାରୁଖ ଖାନ ପଞ୍ଜାବ କିଙ୍ଗ୍ସରେ ୯ କୋଟି ଟଙ୍କାରେ ଥିଲେ, ମୁଁ ଭାବୁଛି ସେ ସେଠାରେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ମୁଁ ଭାବୁଛି ଦଳ ତାଙ୍କ ପାଇଁ ନିଲାମରେ ୧୨-୧୩କୋଟି ଟଙ୍କା ପର୍ଯ୍ୟନ୍ତ ଯାଇପାରେ।
ସୂଚନାଯୋଗ୍ୟ, ଶାହାରୁଖ ଖାନଙ୍କୁ ପଞ୍ଜାବ ଦଳରେ ଫିନିସର ଭାବରେ ରଖାଯାଇଥିଲା ଏବଂ ସେ ୧୬୫.୯୬ ଷ୍ଟ୍ରାଇକ ହାରରେ ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri