Posted inଜାତୀୟ

ତାଲିକାରେ ଅଶ୍ୱିନୀ, ରାହୁଲ

ନୂଆଦିଲ୍ଲୀ, ୨୦ା୭: ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେର ଜାଲରେ ଛନ୍ଦି ହୋଇଛନ୍ତି ଭାରତର ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ଦେଶର ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ, ମନ୍ତ୍ରୀ, ବିରୋଧୀ ଦଳର ବରିଷ୍ଠ ନେତା, ଖବରଦାତାଙ୍କ ଫୋନ୍‌ ବେଆଇନ ଭାବେ ହ୍ୟାକ୍‌ କରାଯାଇଥିବା ‘ଦି ଓ୍ବେର’ ନ୍ୟୁଜ୍‌ ଓ୍ବେବସାଇଟ ରବିବାର ରାତିରେ ରିପୋର୍ଟ ପ୍ରକାଶ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହି ଓ୍ବେବ୍‌ସାଇଟ୍‌ ସୋମବାର ଏହାର ଦ୍ୱିତୀୟ ରିପୋର୍ଟ ପ୍ରଘଟ କରିଛି, ଯେଉଁଥିରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର, ଟିଏମ୍‌ସି ନେତା ଅଭିଜିତ ବାନାର୍ଜୀଙ୍କ ନାଁ ରହିଛି।
ପେଗାସସ୍‌ ସ୍ପାଏଓ୍ବେର ଦ୍ୱାରା ଭାରତର ଅନୂ୍ୟନ ୪୦ ଜଣାଶୁଣା ବ୍ୟକ୍ତିତ୍ୱଙ୍କ ଫୋନ ଗୁପ୍ତଚରଗିରି କରାଯାଇ ସେମାନଙ୍କ ଗତିବିଧି, କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିବା ‘ଦି ଓ୍ବେର’ ନ୍ୟୁଜ୍‌ ଓ୍ବେବସାଇଟ ରବିବାର ଖବର ପ୍ରକାଶ କରିଥିଲା। ଏହି ଆକ୍ରମଣରୁ ରାହୁଲ ଗାନ୍ଧୀ, ପ୍ରଶାନ୍ତ କିଶୋର, ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଭଳି ବଡ଼ ନାଁ ମଧ୍ୟ ବାଦ୍‌ ପଡ଼ି ନ ଥିବା ‘ଦି ଓ୍ବେର’ କହିଛି। ଏହି ରିପୋର୍ଟ ଅନୁସାରେ, ଏନ୍‌ଏସ୍‌ଓ ଗ୍ରୁପ୍‌ର ସ୍ପାଏଓ୍ବେର ପେଗାସସ୍‌ର ଶିକାର ହୋଇଥିବା ପ୍ରାୟ ୩ ଶହ ଭାରତୀୟଙ୍କ ମୋବାଇଲ ନମ୍ବର ମଧ୍ୟରେ ରାହୁଲ ଗାନ୍ଧୀଙ୍କ ୨ଟି ନମ୍ବର ରହିଛି। ୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ରାହୁଲ ବ୍ୟବହାର କରୁଥିବା ଏକ ନମ୍ବରକୁ ହ୍ୟାକ୍‌ କରିବା ପାଇଁ ବଛାଯାଇଥିଲା। ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଉପରେ ନଜର ରଖିବାକୁ ମଧ୍ୟ ଏହି ସ୍ପାଏଓ୍ବେର ବ୍ୟବହାର ହୋଇଛି।୨୦୧୪ ଲୋକ ସଭା ନିର୍ବାଚନରେ ପ୍ରଶାନ୍ତ କିଶୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ପରେ ଭାଜପା ସ୍ପଷ୍ଟ ବହୁମତ ହାସଲ କରି ସରକାରକୁ ଆସିଥିଲା। ଏହାପରେ ଭାଜପା ବିରୋଧୀ ଅନେକ ଦଳ ପ୍ରଶାନ୍ତ କିଶୋରଙ୍କ ସହ ସମ୍ପର୍କ କରିଥିଲେ। ନିକଟରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏବଂ ତାମିଲନାଡୁରେ ଏମ୍‌. କେ. ଷ୍ଟାଲିନ୍‌ଙ୍କୁ ବିଜୟ ଦେବାରେ ପ୍ରଶାନ୍ତଙ୍କୁ ଶ୍ରେୟ ଯାଇଥିଲା। ସେହିପରି ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଥିବା ପ୍ରହ୍ଲାଦ ପଟେଲ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ମଧ୍ୟରେ ଉକ୍ତ ତାଲିକାରେ ରହିଛି। ୨୦୧୭ରେ ଅଶ୍ୱିନୀ ରାଜ୍ୟ ସଭା ସଦସ୍ୟ ନ ଥିବାବେଳେ ମଧ୍ୟ ତାଙ୍କୁ ଟାର୍ଗେଟ କରାଯାଇଥିବା ‘ଦି ଓ୍ବେର’ଉଲ୍ଲେଖ କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ଏହି ସ୍ପାଏଓ୍ବେର୍‌ର ଟାର୍ଗେଟ ହୋଇଛନ୍ତି। ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ବିଚାର ବିଭାଗୀୟ ଅଧିକାରୀ, ମନ୍ତ୍ରୀ, ବିରୋଧୀ ଦଳର ବରିଷ୍ଠ ନେତା, ଖବରଦାତା ଏବଂ ଅନ୍ୟମାନଙ୍କ ମୋବାଇଲ୍‌ ଫୋନ୍‌ ବେଆଇନ ଭାବେ ହ୍ୟାକ୍‌ କରାଯାଇଥିବା ଖବର ଉପରେ ପ୍ରଧାନମନ୍ତ୍ରୀ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଯଦି ଏହି ରିପୋର୍ଟ ସତ ହୋଇଥାଏ, ତେବେ ମୋଦି ସରକାର ଗୋପନୀୟତା ଅଧିକାର ଉପରେ ଏକ ଗୁରୁତର ତଥା ଘୃଣ୍ୟ ଆକ୍ରମଣ କରିଛନ୍ତି ବୋଲି କୁହାଯିବ ବୋଲି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତିି। ଦଳର ମୁଖପାତ୍ର ରଣଦୀପ ସିଂ ସୁର୍ଯ୍ୟଓ୍ବୋଲା କହିଛନ୍ତି, ପେଗାସସ୍‌ ଏବେ ଆପଣଙ୍କ ସ୍ତ୍ରୀ ଓ ଝିଅଙ୍କ ମୋବାଇଲରେ ଇନ୍‌ଷ୍ଟଲ କରିଦିଆଯାଇପାରିବ। ଆପଣ ବେଡ୍‌ରୁମ୍‌, ବାଥରୁମ୍‌ରେ କ’ଣ କଥା ହେଉଛନ୍ତି ତାହା ଏବେ ମୋଦି ସରକାର ଶୁଣିପାରିବେ ବୋଲି ଏକ ଖବରଦାତା ସମ୍ମିଳନୀରେ ସୁର୍ଯ୍ୟଓ୍ବୋଲା କହିଛନ୍ତି।
ଅପରପକ୍ଷେ ଏହା ଉପରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ପାର୍ଲାମେଣ୍ଟ ଅଧିବେଶନରେ ପ୍ରତିକ୍ରିୟା ରଖିଛନ୍ତି। ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଏଭଳି ରିପୋର୍ଟ ପ୍ରକାଶ ପାଇବା କୌଣସି ଏକ ସଂଯୋଗ ନୁହେଁ ବୋଲି ସେ କହିଛନ୍ତି। ଏହା କୌଣସି ସର୍ଭେଲାନ୍ସ ରିପୋର୍ଟ ନୁହେଁ କିମ୍ବା ଏହା ପଛରେ କିଛି ଯଥାର୍ଥତା ନାହିଁ। ଏପରି ରିପୋର୍ଟ ଭୁଲ୍‌ ଏବଂ ଭିତ୍ତିହୀନ ବୋଲି ଏନ୍‌ଏସ୍‌ଓ ମଧ୍ୟ କହିସାରିଛି। ଆମ ବ୍ୟବସ୍ଥାରେ କୌଣସି ପ୍ରକାର ବେଆଇନ ନିରୀକ୍ଷଣ ସମ୍ଭବ ନୁହେଁ। ଏପରି କରାଯାଇ ଗଣତନ୍ତ୍ର ଛବିକୁ ଖରାପ କରାଯାଉଛି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
ସୂଚନାଯୋଗ୍ୟ, ହିନ୍ଦୁସ୍ଥାନ ଟାଇମ୍ସ ସମ୍ପାଦକ ଶିଶିର ଗୁପ୍ତାଙ୍କ ସମେତ ଇଣ୍ଡିଆ ଟୁଡେ, ନେଟ୍‌ଓ୍ବର୍କ ୧୮, ଦି ହିନ୍ଦୁ ଏବଂ ଇଣ୍ଡିଆନ ଏକ୍ସପ୍ରେସ୍‌, ଦି ଓ୍ବେରର ୨ ଜଣ ପ୍ରତିଷ୍ଠାତା ସମ୍ପାଦକ, ୩ ଖବରଦାତା ଓ ୨ ଜଣ ନିୟମିତ ସ୍ତମ୍ଭକାରଙ୍କୁ ପେଗାସସ୍‌ ଟାର୍ଗେଟ କରିଥିଲା ବୋଲି ‘ଦି ଓ୍ବେର’ ରବିବାର ଏହାର ପ୍ରଥମ ରିପୋର୍ଟରେ ଦର୍ଶାଇଥିଲା। ସାମ୍ବାଦିକା ରୋହିଣୀ ସିଂ, ଇଣ୍ଡିଆନ ଏକ୍ସପ୍ରେସ୍‌ ଡେପୁଟି ଏଡିଟର ସୁଶାନ୍ତ ସିଂଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ରୋହିଣୀ ସିଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହାଙ୍କ ବ୍ୟବସାୟିକ କାରବାର ସମ୍ପର୍କରେ ରିପୋର୍ଟ ଲେଖିଥିଲେ। ସେହିପରି ସୁଶାନ୍ତ ସିଂ ରାଫାଲ ଦୁର୍ନୀତି ଉପରେ ଲେଖାଲେଖି କରିଥିବାରୁ ଟାର୍ଗେଟ କରାଯାଇଥିବା ରୋହିଣୀ ସନ୍ଦେହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri