Posted inଖେଳ

ଇତିହାସ ରଚିଲେ ଅଶ୍ୱିନ

ମୁମ୍ବାଇ,୨୭।୪: ଟିମ ଇଣ୍ଡିଆର ତାରକା ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଭାରତର ଅନ୍ୟତମ ସଫଳ ବୋଲର ଅଟନ୍ତି। ଆର ଅଶ୍ୱିନ କେବଳ ଟେଷ୍ଟ କ୍ରିକେଟରେ ନୁହେଁ ଦିନିକିଆରେ ମଧ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଇଥାନ୍ତି। ଏଥର ଅଶ୍ୱିନ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଏକ ଅଂଶ ଅଛନ୍ତି। ମଙ୍ଗଳବାର ଆରସିବି ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଅଶ୍ୱିନ ମଧ୍ୟ ଭଲ ବୋଲିଂ କରିଛନ୍ତି, ଏହି ମ୍ୟାଚରେ ଅଶ୍ୱିନ ଅନେକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ଅଶ୍ୱିନଙ୍କ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ସ୍ମରଣୀୟ ଥିଲା।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିପକ୍ଷରେ ୪ ଓଭରରେ ୪.୨୫ ହାରରେ ଆର ଅଶ୍ୱିନ ୧୭ ରନ ଦେଇ ୩ ଉଇକେଟ ନେଇଥିଲେ। ଅଶ୍ୱିନ ରଜତ ପାଟିଦାର, ଶାହବାଜ ଅହମ୍ମଦ ଏବଂ ସୁୟାଶ ପ୍ରଭାସାଇଙ୍କୁ ଆଉଟ୍‌ କରିଛନ୍ତି। ଏହା ସହ ଆର ଅଶ୍ୱିନ ଟି-୨୦ କ୍ରିକେଟରେ ୨୭୧ ଉଇକେଟ ନେଇଛନ୍ତି ଏବଂ ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ବୋଲର ହୋଇଛନ୍ତି। ଅଶ୍ୱିନ ଏହି ପ୍ରସଙ୍ଗରେ ପୀୟୁଷ ଚାୱଲାଙ୍କୁ ପଛରେ ପକାଇଛନ୍ତି। ପୀୟୁଷ ଚାୱଲାଙ୍କ ନାମରେ ୨୭୦ ଟି -୨୦ ଉଇକେଟ ନେଇଛନ୍ତି।
ଏହି ମ୍ୟାଚରେ ହରଭଜନ ସିଂଙ୍କ ରେକର୍ଡକୁ ମଧ୍ୟ ଅଶ୍ୱିନ ଭାଙ୍ଗିଛନ୍ତି। ଅଶ୍ୱିନ ଏବେ ଆଇପିଏଲରେ ସର୍ବାଧିକ ଉଇକେଟ ନେଇଥିବା ଅଫ ସ୍ପିନର ହୋଇଛନ୍ତି। ଅଶ୍ୱିନଙ୍କ ନାମରେ ମୋଟ ୧୫୨ ଉଇକେଟ ରହିଛି। ସେ ହରଭଜନ ସିଂଙ୍କ ୧୫୦ ଉଇକେଟର ରେକର୍ଡ ଭାଙ୍ଗିଛନ୍ତି। ଆଇପିଏଲରେ ୧୫୦ରୁ ଅଧିକ ଉଇକେଟ ନେଇଥିବା ଆର ଅଶ୍ୱିନ ମଧ୍ୟ ଷଷ୍ଠ ଭାରତୀୟ ବୋଲର ହୋଇଛନ୍ତି।

ଆଇପିଏଲରେ ୧୫୦ ଉଇକେଟ ନେଇଥିବା ଭାରତୀୟ ବୋଲର
ଅମିତ ମିଶ୍ର ୧୬୬ ଉଇକେଟ
ପୀୟୁଷ ଚାୱଲା ୧୫୭ ଉଇକେଟ
ୟୁଜଭେନ୍ଦ୍ର ଚହଲ ୧୫୭ ଉଇକେଟ
ଭୂବନେଶ୍ୱର କୁମାର ୧୫୧ ଉଇକେଟ
ହରଭଜନ ସିଂ ୧୫୦ ଉଇକେଟ
ଆର ଅଶ୍ୱିନ ୧୫୨ଉଇକେଟ


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri