Posted inଖେଳ

ଚମତ୍କାର କଲେ ଅଶ୍ୱିନ: ଏକାସଙ୍ଗରେ ଭାଙ୍ଗିଲେ ୨ ରେକର୍ଡ

ରାଞ୍ଚି,୨୫।୨: ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡ ବିପକ୍ଷରେ ଇତିହାସ ସୃଷ୍ଟି କରିଛନ୍ତି। ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଅଶ୍ୱିନ ବେନ ଡକେଟ ଏବଂ ଓଲି ପୋପଙ୍କୁ ଦୁଇଟି ବଲରେ ଆଉଟ୍‌ କରିବା ମାତ୍ରେ ସେ ଭାରତରେ ଟେଷ୍ଟ ଖେଳ ୩୫୦ ଉଇକେଟ ପୂରଣ କରିଥିଲେ। ଅଶ୍ୱିନଙ୍କ ବର୍ତ୍ତମାନ ଭାରତରେ ମୋଟ ୩୫୧ ଉଇକେଟ ରହିଛି। ଏହା କରି ଅଶ୍ୱିନ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତରେ କୁମ୍ବଲେ ତାଙ୍କ ଟେଷ୍ଟ କ୍ୟାରିୟରରେ ମୋଟ ୩୫୦ ଉଇକେଟ ନେଇଥିଲେ। କୁମ୍ବଲେ ଭାରତରେ ୧୧୫ ଟେଷ୍ଟ ଖେଳିବା ପରେ ମୋଟ ୩୫୦ ଉଇକେଟ ନେଇଥିଲେ। ଏଥି ସହିତ ହରଭଜନ ସିଂ ଭାରତରେ ନିଜ କ୍ୟାରିୟରରେ ୨୫୪ ଉଇକେଟ ନେବାରେ ସଫଳ ହୋଇଥିଲେ। ଏହା ବ୍ୟତୀତ କପିଲ ଦେବ ଭାରତରେ ଟେଷ୍ଟ ଖେଳିବାବେଳେ ତାଙ୍କ ନାମରେ ମୋଟ ୨୧୯ ଉଇକେଟ ନେବାରେ ସଫଳ ହୋଇଥିଲେ।
ପ୍ରଥମ ଇନିଂସରେ ଅଶ୍ୱିନ କେବଳ ଗୋଟିଏ ଉଇକେଟ ନେଇଥିଲେ, କିନ୍ତୁ ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଅଶ୍ୱିନ ଲଗାତାର ଦୁଇଟି ବଲରେ ୨ ଉଇକେଟ ନେଇ ଭାରତରେ ୩୫୧ ଉଇକେଟ ନେଇଥିଲେ। ବର୍ତ୍ତମାନ ଅଶ୍ୱିନ ଟେଷ୍ଟରେ ଭାରତରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇଛନ୍ତି।
ଉଲ୍ଲେଖଥାଉ କି, ତାଙ୍କ ଦେଶରେ ଅଧିକାଂଶ ଉଇକେଟ ନେଇଥିବା ରେକର୍ଡ ମୁରଲୀଧରନଙ୍କ ନାମରେ ରହିଛି। ଶ୍ରୀଲଙ୍କାର ମୁରଲୀଧରନ ତାଙ୍କ ଦେଶରେ ଅର୍ଥାତ୍‌ ଶ୍ରୀଲଙ୍କାରେ ଟେଷ୍ଟରେ ମୋଟ ୪୯୩ ଉଇକେଟ ନେଇଥିଲେ।

ପ୍ରତ୍ୟେକ ଦେଶରେ ସର୍ବାଧିକ ଟେଷ୍ଟ ଉଇକେଟ ନେଇଥିବା ବୋଲର
୪୯୩ – ମୁରଲୀଧରନ- ଶ୍ରୀଲଙ୍କା
୪୩୪ – ଇଂଲଣ୍ଡ- ଜେମ୍ସ ଆଣ୍ଡରସନ
୩୫୧- ଭାରତ-ଅଶ୍ୱିନ
୩୧୯- ଅଷ୍ଟ୍ରେଲିଆ-ସେନ୍‌ ୱାର୍ନ
୨୬୧- ଦକ୍ଷିଣ ଆଫ୍ରିକା- ଡେଲ ଷ୍ଟେନ
୨୨୯ – ୱେଷ୍ଟଇଣ୍ଡିଜ-କର୍ଟନି ୱାଲ୍ସ
୨୨୪- ଟିମ ସାଉଥୀ-ନ୍ୟୁଜିଲାଣ୍ଡ
୧୬୮ – ଅବଦୁଲ କାଦିର-ପାକିସ୍ତାନ

ଅଶ୍ୱିନ ଏସିଆରେ ୪୦୦ ଉଇକେଟ ପୂରଣ କରିଛନ୍ତି

ଏହା ସହିତ ଅଶ୍ୱିନ ଦ୍ୱିତୀୟ ଭାରତୀୟ ବୋଲର ଯିଏକି ଏସିଆରେ ୪୦୦ ଉଇକେଟ ନେଇଛନ୍ତି। ତାଙ୍କ ପୂର୍ବରୁ କୁମ୍ବଲେ ଏପରି କାର୍ଯ୍ୟ କରିଥିଲେ। କୁମ୍ବଲେ ଏସିଆରେ ମୋଟ ୪୧୯ ଉଇକେଟ ନେଇଛନ୍ତି। ଏଥି ସହିତ ମୁରଲୀଧରନ ଏସିଆର ସର୍ବାଧିକ ଉଇକେଟ ନେଇଥିବା ବୋଲର ଅଟନ୍ତି। ଏସିଆରେ ୬୧୯ ଉଇକେଟ ନେବାରେ ମୁରଲୀଧରନ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri