ଆଶୁତୋଷ ରାଙ୍କାଙ୍କୁ ଘଉଡ଼ାଇଲେ ଗ୍ରାମବାସୀ: CJP କର୍ମୀ – ଲୋକଙ୍କ ମଧ୍ୟରେ ତୁମୁଳ ବିବାଦ

ନୂଆଦିଲ୍ଲୀ, ୨୧।୮: ଜୟପୁରରେ କଥିତ ଭାବେ ‘କକରୋଚ ଜନତା ପାର୍ଟି’ (CJP)ର ପ୍ରବକ୍ତା ଆଶୁତୋଷ ରାଙ୍କାଙ୍କୁ ଗ୍ରାମବାସୀ ଘଉଡ଼ାଇ ଦେଇଥିବା ଦାବି କରାଯାଇଛି। CJP କର୍ମୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଜୋର୍‌ଦାର ବିବାଦ ହୋଇଥିବା ଜଣାପଡ଼ିଛି। କକରୋଚ ଜନତା ପାର୍ଟି (CJP)ର ସହ-ସଂଯୋଜକ ଆଶୁତୋଷ ରାଙ୍କା ଏବଂ ଅନ୍ୟ କିଛି ଲୋକ ବାଗରୁ ଗାଁକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଘଉଡ଼ାଇ ଦେଇଥିବା କୁହାଯାଇଛି।

CJP କର୍ମୀ ଶିବାଙ୍ଗୀ ଶର୍ମା କହିଛନ୍ତି, ସେମାନେ ଆମ କର୍ମୀଙ୍କ ଉପରେ ଆକ୍ରମଣ କରି ଆମକୁ ଆତଙ୍କବାଦୀ ଓ ନକ୍ସଲ ବୋଲି କହିଥିଲେ। ଏହି ବାହାର ଲୋକ-ଭିତର ଲୋକ କଥା କ’ଣ? ଏହା ଗୋଟିଏ ଦେଶ। ଆମେ କୌଣସି ଦଳ କିମ୍ବା ଅନ୍ୟ ଦେଶରୁ ଆସିନାହୁଁ। ଆମେ ନିଜ ଦେଶର ପିଲାମାନଙ୍କ କଥା କହୁଛୁ।

ଆଶୁତୋଷ ରାଙ୍କାଙ୍କ ସହ ଘଟିଥିବା ଘଟଣାକୁ ନେଇ CJP ପ୍ରତିଷ୍ଠାତା ଅଭିଜିତ ଦୀପକେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ଶେୟାର କରି ଦୀପକେ କହିଛନ୍ତି, ରାଜସ୍ଥାନରେ କ’ଣ ଘଟୁଛି? ଭାଜପାର ଗୁଣ୍ଡାମାନେ ଆଶୁତୋଷ ଓ ଅନ୍ୟ CJP କର୍ମୀଙ୍କ ଜୀବନ ପଛରେ ପଡ଼ିଛନ୍ତି। ରାଜସ୍ଥାନ ପୋଲିସ ଏଭଳି ଆକ୍ରମଣ କିପରି ହେବାକୁ ଦେଇପାରେ?

Odisha’s No.1 Odia Daily

Share
Tags: CJP