Categories: ବାଣିଜ୍ୟ

କର୍ମଚାରୀଙ୍କୁ ଅଶନୀରଙ୍କ ଅଫର: ‘ଥାର୍ଡ ୟୁନିକର୍ନ’ରେ ୫ ବର୍ଷ ପୂରଣ କଲେ ମିଳିବ ମର୍ସଡିଜ୍‌ କାର!

ନୂଆଦିଲ୍ଲୀ, ୧୧।୧: ପୁଣି ଚର୍ଚ୍ଚାରେ ଭାରତ ପେ’ର ସହ-ପ୍ରତିଷ୍ଠାତା ଅଶନୀର ଗ୍ରୋଭର। ମଙ୍ଗଳବାର ତାଙ୍କର ନୂଆ ଷ୍ଟାର୍ଟଅପ୍‌ ‘ଥାର୍ଡ ୟୁନିକର୍ନ’ର ଟିଜର ରିଲିଜ ହୋଇଛି। ସେ ଲିଙ୍କଡିନ୍‌ ପୋଷ୍ଟ ମାଧ୍ୟମରେ ଏନେଇ ସୂଚନା ଦେବା ସହ ଏକ ଚମତ୍କାର ଅଫର ଦେଇଛନ୍ତି।

ଥାର୍ଡ ୟୁନିକର୍ନ ସହ ଯୋଡ଼ି ହେବାକୁ ଅଶନୀର ଆଶାୟୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହି ସମୟରେ ସେ କମ୍ପାନୀ ସହ କାମ କରୁଥିବା କର୍ମଚାରୀଙ୍କୁ ଯେଉଁ ଅଫର ଦେଇଛନ୍ତି ତାହା ଅନେକଙ୍କୁ ଆକର୍ଷିତ କରିଛି। ଅଶନୀର କର୍ମଚାରୀଙ୍କୁ ମର୍ସଡିଜ୍‌ କାର ଦେବାର ପ୍ରତିଶ୍ରୁତି ଦେଇ କହିଛନ୍ତି, ଆସନ୍ତୁ ୨୦୨୩ରେ କିଛି କାମ କରିବା। ଆମେ ‘ଥାର୍ଡ ୟୁନିକର୍ନ’ ଜରିଆରେ ମାର୍କେଟ ହଲାଇବା ଭଳି କାମ କରୁଛୁ। କମ୍ପାନୀ ଏବେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଯେଉଁ କର୍ମଚାରୀ ୫ ବର୍ଷ ପୂରଣ କରିବ ତାଙ୍କୁ ମର୍ସଡିଜ୍‌ ମିଳିବ। ତେବେ ତାଙ୍କ ଷ୍ଟାର୍ଟଅପ୍‌ କେବଳ ୫୦ ଲୋକଙ୍କ ଏକ ଟିମ୍‌ ହେବ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ୨୦୨୨ରେ ଭାରତ ପେ’ରୁ ଅଲଗା ହେବା ପରେ ଅଶନୀର ‘ଥାର୍ଡ ୟୁନିକର୍ନ’ ଷ୍ଟାର୍ଟଅପ୍‌ ନେଇ ଘୋଷଣା କରିଥିଲେ। ଏବେ ସେ ନିଜେ କମ୍ପାନୀ ବିଷୟରେ ନିଜେ ସୂଚନା ଦେଇଛନ୍ତି।

Share