Categories: ଖେଳ

ଓଡ଼ିଶା ଦଳର ନେତୃତ୍ୱ ନେବେ ଆଶୀର୍ବାଦ

କଟକ,୭ା୧୦(ସୁପ୍ରିୟା ପ୍ରିୟଦର୍ଶିନୀ): ୧୯ବର୍ଷରୁ କମ୍‌ ବାଳକ ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଭିନୁ ମଙ୍କଡ ଟ୍ରଫି ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ। ଏଥି ପାଇଁ ଓଡିଶା କ୍ରିକେଟ ଆଶୋସିଏଶନ ପକ୍ଷରୁ ରାଜ୍ୟ ଦଳ ଘୋଷଣା କରାଯାଇଛି। ଶୁକ୍ରବାର ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ଜୁନିୟର ଦଳ ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ଓ ୧୯ବର୍ଷରୁ କମ୍‌ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ନଟରାଜ ବେହେରା ଉପସ୍ଥିତ ରହି ଦଳ ଘୋଷଣା କରିଥିଲେ। ଆଶୀର୍ବାଦ ସ୍ବାଇଁଙ୍କୁ ଦଳର ଅଧିନାୟକ କରାଯାଇଛି। ଅନ୍ୟ ଖେଳାଳିଙ୍କ ମଧ୍ୟରେ ପନକଲ ସସାଙ୍କା, ଶ୍ରେୟାଂଶ ଭରଦ୍ୱାଜ, କରନ ମହାପାତ୍ର, ଗୌରବ କୁମ୍ଭାର, ଦେବାଶିଷ ବାଘ, ଏମ.ଜି ଗୋପାଳ, ବିଶାଲ ପ୍ରିୟଦର୍ଶୀ (ଉଇକେଟ କିପର), ସମ୍ବିତ ବେଜ, ସ୍ବପ ଭୂୟାଁ, ସୟଦ ଟି. ଅହମ୍ମଦ, କିଶୋର ଛେତ୍ରି, ଶୁଭମ ପ୍ରିୟଦର୍ଶୀ, ଶ୍ରୀରାଜ ପଟ୍ଟନାୟକ, ସୌଭାଗ୍ୟ ଓଝା, ରୋହିତ କୁମାର ପ୍ରଧାନ ପ୍ରମୁଖ ଦଳରେ ରହିଛନ୍ତି । ୨୧ଜଣ ଖେଳାଳିଙ୍କୁ ନେଇ ପ୍ରସ୍ତୁତି ଶିବିର ଚାଲିଥିଲା । କେରଳରେ ଅନୁଷ୍ଠିତ ଆମନ୍ତ୍ରଣୀୟ କ୍ରିକେଟ ଟୁର୍ନାମେରେ ଏହି ଖେଳାଳିଙ୍କ ପ୍ରଦର୍ଶନ ଦୃଷ୍ଟିରୁ ଚୂଡାନ୍ତ ୧୬ଜଣିଆ ଦଳ ଘୋଷଣା କରାଯାଇଛି ବୋଲି ସମ୍ମିଳନୀରେ ପ୍ରକାଶ କରାଯାଇଛି। ପୁଡୁଚେରୀରେ ଛତିଶଗଡ ବିପକ୍ଷରେ ଓଡ଼ିଶା ପ୍ରଥମ ମ୍ୟାଚ୍‌ ଖେଳିବ।

Share