ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ ଶୋକର ଛାୟା ଖେଳିଯାଇଥିଲା। IPL ଫ୍ରାଞ୍ଚାଇଜ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଆଶା ଭୋସଲେଙ୍କୁ ଏକ ସ୍ୱତନ୍ତ୍ର ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା।
RCBର ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପ୍ରଥମେ ଫ୍ରାଞ୍ଚାଇଜ୍ ଆଶା ଭୋସଲେଙ୍କ ଏକ କଳା-ଧଳା ଫଟୋ ସେୟାର କରିଥିଲା। କ୍ୟାପସନରେ ଲେଖାଥିଲା “ଏକ ଅମର ସ୍ୱର। ଏକ ଅମୂଲ୍ୟ ଐତିହ୍ୟ। ତାଙ୍କ ସଙ୍ଗୀତ ଚିରକାଳ ବଞ୍ଚି ରହିବ । ଆଶା ଭୋସଲେ ଜୀ ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ।”
ସୂଚନାଯୋଗ୍ୟ ଯେ ଆଶା ଭୋସଲେଙ୍କୁ ଶନିବାର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ନାତୁଣୀ, ଜାନାଇ ଭୋସଲେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ସେୟାର କରିଥିଲେ। ଛାତି ସଂକ୍ରମଣ ଏବଂ ଥକ୍କାପଣ ଯୋଗୁଁ ଆଶା ଭୋସଲେଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଜି ମଲ୍ଟି ଅର୍ଗାନ ଫେଲ୍ୟୁଅର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ।
ସୋମବାର, ୧୩ ଏପ୍ରିଲ ସକାଳ ୧୧ଟାରେ, ଲୋୟର ପରେଲସ୍ଥିତ ତାଙ୍କ ବାସଭବନ ‘କାସା ଗ୍ରାଣ୍ଡେ’ରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯିବ । ଏହା ପରେ, ଅପରାହ୍ନ ୪ଟାରେ ଦାଦରର ଶିବାଜୀ ପାର୍କରେ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି ।

