ଟଙ୍କା ପାଇଁ ଏହି ଦେଶର ଝିଅଙ୍କୁ କରାଯାଏ ବ୍ରିକି

ମେକ୍ସିକୋ,୨୮।୫: ଦକ୍ଷିଣ ମେକ୍ସିକୋର ଗ୍ୟୁରେରୋ ରାଜ୍ୟରେ କାହିଁ କେତେ କାଳରୁ ଏକ ଅଜବ ପ୍ରଥା ଚାଲିଆସୁଛି। ଏଠାକାର ଝିଅଙ୍କୁ କମ୍‌ ବୟସରେ ମାତାପିତାମାନେ ବିକ୍ରି କରିଦେଇଥାନ୍ତି। ମାତ୍ର ଦେଢ଼ଲକ୍ଷ ଟଙ୍କା ପାଇଁ ମାତାପିତା ନିଜ ଝିଅଙ୍କୁ କମ୍‌ ବୟସରେ ବିବାହ ଆଳରେ ବିକ୍ରି କରିଦେଉଥିବା ଜଣାପଡ଼ିଛି। କେହି କେହି ଟଙ୍କାର ଆବଶ୍ୟକତା ଥିବାରୁ ନିଜ ଝିଅଙ୍କୁ ବିକ୍ରି କରୁଥିବା ବେଳେ ଆଉ କେତେକ ଲୋକ ଝିଅ ବିକ୍ରି ପାଇଁ ମାତାପିତାଙ୍କ ଉପରେ ଚାପ ପକାଇଥାନ୍ତି। କୁହାଯାଏ, କନ୍ୟାଙ୍କ ମାତାପିତା ଏଥିପାଇଁ ୧.୪୫ ଲକ୍ଷରୁ ୧୩ ଲକ୍ଷ ଟଙ୍କା ଦାବି କରିଥାନ୍ତି। ଆଉ ବିକ୍ରି ନାଁରେ ସେମାନଙ୍କୁ ବିବାହ କରାଇଦେଇଥାନ୍ତି। ଏହି ମାମଲାରେ ସେଣ୍ଟର ଅଫ୍‌ ହ୍ୟୁମନ ରାଇଟ୍ସ ଅଫ୍‌ ଦ ମାଉଣ୍ଟେନର ନିର୍ଦ୍ଦେଶକ ଏବେଲ ବେରେରା କହିଛନ୍ତି, ଏଠାରେ ଝିଅମାନେ ଜମା ବି ସୁରକ୍ଷିତ ନୁହଁନ୍ତି। ଶଶୁରଙ୍କ ଘରେ ତାଙ୍କୁ ଘରୋଇ ଓ କୃଷି କାର୍ଯ୍ୟରେ ଲଗାଯିବା ସହ ନିଜର ଦାସୀ ବନାଇଥାନ୍ତି। ବେଳେ ବେଳେ ଶଶୁରଘରଲୋକେ ତାଙ୍କ ଉପରେ ଯୌନ ନିର୍ଯ୍ୟାତନା କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଗ୍ୟୁରେରୋରେ ଗତ ବର୍ଷ ୯ରୁ ୧୭ବର୍ଷର ଝିଅମାନେ ପ୍ରାୟ ୩ହଜାରରୁ ଊର୍ଦ୍ଧ୍ୱ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସେଥିରୁ ବି କେତେକ ଶିଶୁଙ୍କୁ ଟଙ୍କା ପାଇଁ ବିକ୍ରି କରାଯାଇଛି। ତେବେ ବର୍ଷ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରାକୁ ବର୍ତ୍ତମାନ ଅନେକ ଲୋକ ଓ ବୁଦ୍ଧିଜୀବୀମାନେ ବିରୋଧ କରୁଛନ୍ତି। ଆଉ ଏହି କୁପ୍ରଥାକୁ ବନ୍ଦ କରିବାକୁ ଦାବି କରାଯାଉଛି। ଅନ୍ୟପଟେ ଏହି ରାଜ୍ୟର ପରମ୍ପରାକୁ ନେଇ ୨୩ବର୍ଷୀୟ ଏଲୋଇନା ଫେଲିସିଆନୋ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ତାଙ୍କୁ ବି ୧୪ବର୍ଷରେ ବିକ୍ରି କରାଯାଇଥିଲା। ବିବାହ ପାଇଁ ଏଲୋଇନା ତାଙ୍କ ମା’ଙ୍କୁ ଯେତେ ମନା କରିଥିଲେ ବି ସେ ମାନି ନ ଥିଲେ। ଶେଷରେ ତାଙ୍କୁ ମଧ୍ୟ ବିବାହ କରାଇ ବିକ୍ରି କରିଦେଇଥିଲେ। ତେବେ ବିକ୍ରି ତ ଜୀବଜନ୍ତୁଙ୍କ ହୋଇଥାଏ, ମଣିଷଙ୍କର ନୁହେଁ ବୋଲି ଏଲୋଇନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri