ମେରୁ ବରଫ ତରଳୁଥିବାରୁ ପୃଥିବୀର ଘୂର୍ଣ୍ଣନ ବେଗ କମୁଛି

ନୂଆଦିଲ୍ଲୀ,୧୮ା୭: ଜଳବାୟୁ ପରିବର୍ତ୍ତନ ଯୋଗୁ କେବଳ ଉତ୍ତାପ ବଢ଼ୁଛି କିମ୍ବା ପାଣିପାଗରେ ପରିବର୍ତ୍ତନ ହେଉଛି ତାହା ନୁହେଁ, ପୃଥିବୀର ଘୂର୍ଣ୍ଣନ ଗତିରେ ମଧ୍ୟ ପରିବର୍ତ୍ତନ ଘଟୁଛି। ଫଳରେ ପୃଥିବୀ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ଜଳବାୟୁ ପରିବର୍ତ୍ତନ ଏହାର ସବୁଠୁ ବଡ଼ କାରଣ ବୋଲି ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି। ଇଟିଏଚ୍‌ ଜୁରିଚ୍‌ ପକ୍ଷରୁ କରାଯାଇଥିବା ନୂତନ ଗବେଷଣା ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ପୃଥିବୀର ଘୂର୍ଣ୍ଣନ ଏବଂ ଅକ୍ଷରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣୁଛି। ମେରୁ ଅଞ୍ଚଳର ବରଫ ଅତ୍ୟଧିକ ମାତ୍ରାରେ ତରଳି ଜଳ ବିଷୁବ ମଣ୍ଡଳୀୟ ଅଞ୍ଚଳକୁ ବହିଯାଉଥିବାରୁ ଏହା ପୃଥିବୀର ବସ୍ତୁତ୍ୱ ବଣ୍ଟନକୁ ବଦଳାଇଦେଇଛି। ଫଳରେ ଆମ ଗ୍ରହର ଘୂର୍ଣ୍ଣନ ଗତି ହ୍ରାସ ପାଇଛି ଏବଂ ଦିନଗୁଡ଼ିକ ସାମାନ୍ୟ ବଢ଼ିଥିବା ଗବେଷଣାରେ କୁହାଯାଇଛି।
ପ୍ରଫେସର ବେନେଡିକ୍ଟ ସୋଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଅଧ୍ୟୟନ ନେଚର ଜିଓସାଇନ୍ସ ଏବଂ ପିଏନ୍‌ଏଏସ୍‌ରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ଜଣେ ସ୍କେଟର ସ୍କେଟିଂ କରୁଥିବାବେଳେ ମୋଡ଼ ବୁଲିବାକୁ ଯାଇ ସନ୍ତୁଳନ ପାଇଁ ଦୁଇ ହାତକୁ ପ୍ରସାରିତ କରିଥାନ୍ତି। ଏହି ସନ୍ତୁଳନ ଯୋଗୁ ମୋଡ଼ ବୁଲିବାରେ ସୁବିଧା ହୋଇଥାଏ। ପୃଥିବୀର ଘୂର୍ଣ୍ଣନ ମଧ୍ୟ ଅନୁରୂପ ସୂତ୍ରରେ ହୋଇଥାଏ। କିନ୍ତୁ ପୃଥିବୀ ଅକ୍ଷରୁ ବସ୍ତୁତ୍ୱ ଦୂରେଇଯିବା

ଫଳରେ ଏହାର ସ୍ଥାଣୁତା ବଢ଼ୁଛି ଓ ଘୂର୍ଣ୍ଣନ ଧୀର ହେଉଛି। ପୃଥିବୀର ଦିନଗୁଡ଼ିକୁ ଦୀର୍ଘ କରିବାରେ ଚନ୍ଦ୍ରର ଜୁଆର ଆକର୍ଷଣ ପାରମ୍ପରିକ ଭାବେ ମୁଖ୍ୟ କାରଣ ହୋଇ ରହିଆସିଛି। ତେବେ ଗବେଷକମାନଙ୍କ କହିବା ଅନୁଯାୟୀ, ଯଦି ସବୁଜଗୃହ ବାଷ୍ପ ନିର୍ଗମନ ଅବାରିତ ଭାବେ ବର୍ତ୍ତମାନ ଧାରାରେ ଜାରି ରହେ, ତେବେ ଚନ୍ଦ୍ରର ଉକ୍ତ ପ୍ରଭାବକୁ ଜଳବାୟୁ ପରିବର୍ତ୍ତନ ଟପିଯିବ। ଫଳରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଆମେ ଯାହା ଅନୁଭବ କରୁଛେ, ପୃଥିବୀରେ ତାହାଠାରୁ ବହୁତ ଅଧିକ ପ୍ରଭାବ ପଡ଼ିବ ବୋଲି ପ୍ରଫେସର ସୋଜା କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ମେରୁ ଅଞ୍ଚଳର ବରଫ ଆସ୍ତରଣ ତରଳୁଥିବାରୁ ପୃଥିବୀର ଆବର୍ତ୍ତନଶୀଳ ଅକ୍ଷରେ ପରିବର୍ତ୍ତନ ଘଟୁଛି। ଭୌତିକ ତତ୍ତ୍ୱ ସହ କୃତ୍ରିମ ବୁଦ୍ଧିମତ୍ତାକୁ ମିଶାଇ ଗବେଷକମାନେ ପୃଥିବୀର କେନ୍ଦ୍ରସ୍ଥଳ, ଆଭ୍ୟନ୍ତର ଏବଂ ଭୂପୃଷ୍ଠର ପ୍ରକ୍ରିୟା କିପରି ଅକ୍ଷର ଗତିକୁ ପ୍ରଭାବିତ କରୁଛନ୍ତି, ତାହାର ଆକଳନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଆମ ଗ୍ରହର ଗତିକୁ ଗଭୀର ପ୍ରଭାବିତ କରିପାରେ ବୋଲି ସେମାନେ ଜାଣିବାକୁ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri