ଦିନ ଗଡୁଛି, ଚିନ୍ତା ବଢୁଛି

ଭୁବନ,୬।୬(ଡି.ଏନ୍‌.ଏ.) ଗହଳି ଚହଳିରେ ଫାଟି ପଡୁଥିବା ବସ୍‌ଷ୍ଟାଣ୍ଡରେ ଅସମ୍ଭବ ନୀରବତାର ରାଜୁତି। ଛିଡ଼ା ହୋଇଛି ବସ୍‌। ହେଲେ ନା ଅଛନ୍ତି କର୍ମଚାରୀ, ନା ଯାତ୍ରୀଙ୍କୁ ଅପେକ୍ଷା କରିବାର ଆବଶ୍ୟକତା ଅଛି। ରାଜ୍ୟର ଅଧିକାଂଶ ବସ୍‌ଷ୍ଟାଣ୍ଡରେ ଏବେ ଏଭଳି ଦୃଶ୍ୟ ଅତି ସାଧାରଣ। କାରଣ କରୋନାଜନିତ ଲକ୍‌ଡାଉନ୍‌ ପରେ ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲା ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଗୋଟିଏ ପଟେ ଭୂତାଣୁ ଭୟ, ଅନ୍ୟପଟେ ଜୀବିକା ଚିନ୍ତା ସମାନ୍ତରାଳ ଭାବେ ଗତି କରୁଥିବାବେଳେ ଏହା ମଝିରେ ଫସିଯାଇଛନ୍ତି ଗାଡ଼ି ମାଲିକ ଏବଂ ଯାତ୍ରୀ। ସଂକ୍ରମଣ ସ୍ଥିତି ନ ସୁଧୁରିବା ଯାଏ ଗାଡ଼ି ଚଳାଚଳ ସ୍ବାଭାବିକ ହେବା ଅସମ୍ଭବ ମନେ ହେଉଛି। ଦିନ ଗଡ଼ିବା ସହ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଏହାର ସୁଯୋଗରେ ଛୋଟ ଗାଡ଼ିଗୁଡ଼ିକ ଦୁଇଗୁଣା ଭଡ଼ା ଆଦାୟ କରୁଛନ୍ତି, ଯାହାକୁ ନେଇ ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର ବସ୍‌ ମାଲିକ ଏବଂ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଜିଲାର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳୀ ତଥା ଆନ୍ତଃଜିଲା ଓ ଆନ୍ତଃରାଜ୍ୟ ଯାତାୟାତର କେନ୍ଦ୍ରସ୍ଥଳ ହେଉଛି ଭୁବନ। ଏସିଆ ମହାଦେଶର ସର୍ବବୃହତ୍‌ ଏହି ଗଁା ଦେଇ ଦୈନିକ ୨୭ର ଊର୍ଦ୍ଧ୍ୱ ବସ୍‌ ଯାତାୟାତ କରୁଥିଲା। ସେଥିରୁ ୨୦ଟି ଉର୍ଦ୍ଧ୍ୱ ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଭୁବନେଶ୍ୱର, ପୁରୀ, କେନ୍ଦୁଝର ଏବଂ ଭଦ୍ରକ ଜିଲାକୁ ଯାଉଥିବାବେଳେ କୋଲକାତା ଏବଂ ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ରାଉରକେଲାକୁ ୭ ବସ୍‌ ଗଡୁଥିଲା। ଭୁବନ ବସ୍‌ଷ୍ଟାଣ୍ଡରେ ଗାଡ଼ିଗୁଡ଼ିକ ରହଣି କରୁଥିବାବେଳେ ଆଖପାଖ ୧୫ କି.ମି. ପରିଧିରେ ଥିବା ଗ୍ରାମବାସୀ ଏଠାରୁ ବସ୍‌ ଧରୁଥିଲେ। ତେବେ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଗତ ମେ ୫ରୁ ଲକ୍‌ଡାଉନ୍‌ ଜାରି କରିଛନ୍ତି। ପର୍ଯ୍ୟାୟକ୍ରମେ ଏହାକୁ ଜୁନ୍‌ ୧୭ ଯାଏ ବୃଦ୍ଧି କରାଯାଇଛି। ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଏବେ ଯାତ୍ରୀମାନେ ହୀନସ୍ତା ହେଉଛନ୍ତି। ବିଶେଷ କରି ପଡ଼ୋଶୀ ଯାଜପୁର, କେନ୍ଦୁଝର, ଅନୁଗୋଳ ଜିଲାର ଖଣିଖାଦାନ ଓ କମ୍ପାନୀକୁ କାମ କରୁଥିବା ଯାଉଥିବା ଭୁବନ ଅଞ୍ଚଳର ହଜାର ହଜାର ଶ୍ରମିକ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଅନ୍ୟପଟେ ଗାଡ଼ି ଛିଡ଼ା ହୋଇ ରହିଥିବାରୁ ମାଲିକମାନେ ହାତବାନ୍ଧି ବସିଛନ୍ତି। ବସ୍‌ ଚଳାଚଳ ବନ୍ଦ ଥିବାବେଳେ ଛୋଟ ଗାଡ଼ିଗୁଡ଼ିକ ଜରୁରୀ କାର୍ଯ୍ୟରେ ଯାତ୍ରୀଙ୍କୁ ଶୋଷଣ କରୁଛନ୍ତି। ସେମାନେ ଧାର୍ଯ୍ୟ ଭଡ଼ାଠାରୁ ଦୁଇରୁ ଅଢ଼େଇ ଗୁଣା ଅଧିକ ଆଦାୟ କରୁଥିବା ଅଭିଯୋଗ ହୋଇଛି। ଲକ୍‌ଡାଉନ୍‌ ପୂର୍ବରୁ ଭୁବନରୁ ଯାଜପୁର, କେନ୍ଦୁଝର ଜିଲାକୁ ଗଲେ ୨୦୦୦ରୁ ୨୫୦୦ ଟଙ୍କା ଛୋଟ ଗାଡ଼ିଗୁଡ଼ିକ ନେଉଥିଲେ। ଏବେ ସେମାନେ ୫୦୦୦ ଟଙ୍କା ଯାଏ ଦାବି କରୁଛନ୍ତି। ବିକଳ୍ପ ନ ଥିବାରୁ ଜନସାଧାରଣ ଅଧିକ ଟଙ୍କା ଦେଇ ଯିବାକୁ ବାଧ୍ୟ ହେଉଛନ୍ତି। ଗତବର୍ଷ ଅନ୍‌ଲକ୍‌ ସମୟରେ କଟକଣା ଭିତ୍ତିରେ ସରକାର ଗାଡ଼ି ଚଳାଚଳକୁ ଅନୁମତି ଦେଇଥିଲେ। ଚଳିତବର୍ଷ ଅନୁରୂପ ନିୟମ ଲାଗୁ କରି ଗାଡ଼ି ଚଳାଇବାକୁ ଅନୁମତି ଦେବାକୁ ବସ୍‌ମାଲିକମାନେ ଦାବି କରିଛନ୍ତି।

ଗରିବ ଦହଗଞ୍ଜ ହେଉଛନ୍ତି
ସଂକ୍ରମଣ ରୋକିବାକୁ ସରକାର ବସ୍‌ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଉଭୟ ଗାଡ଼ିମାଲିକ ଏବଂ ଯାତ୍ରୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଥିଲାବାଲା ଧନ ଖର୍ଚ୍ଚ କରି ଭଡ଼ାଗାଡ଼ିରେ ଜରୁରୀ କାର୍ଯ୍ୟ କରିପାରୁଛନ୍ତି। ହେଲେ ଗରିବମାନେ ହଦଗଞ୍ଜ ହେଉଛନ୍ତି।
-ବାବୁଲି ସେଠୀ, ଭୁବନ ଓକିଲ ସଂଘ ସଭାପତି

ସରକାରୀ ନିଷ୍ପତ୍ତିକୁ ଅପେକ୍ଷା
ଗତବର୍ଷ ଅନ୍‌ଲକ୍‌ ପରେ ସଂକ୍ରମଣ ଭୟରେ ଯାତ୍ରୀମାନେ ଆସି ନ ଥିଲେ। ଚଳିତ ବର୍ଷ ଅନୁରୂପ ସମସ୍ୟା ସୃଷ୍ଟି ହେବା ନିଶ୍ଚିତ। ଏହାଛଡ଼ା ଡିଜେଲ ଦର ବୃଦ୍ଧି ଯୋଗୁ କଟକଣା କୋହଳ ପରେ ବି ବସ୍‌ ଚଳାଇବା କରିବା କଷ୍ଟକର ହୋଇପଡ଼ିବ। ତଥାପି ସରକାରୀ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡ଼ିବ।
-ନିରଞ୍ଜନ ପୃଷ୍ଟି, ଘରୋଇ ବସ୍‌ ମାଲିକ ସଂଘର ସଭାପତି

ଜରୁରୀ କାର୍ଯ୍ୟରେ ବାଇକ୍‌ ଭରସା
ଭୁବନ ଅଞ୍ଚଳର ବହୁ ଶ୍ରମିକ ଯାଜପୁର, କେନ୍ଦୁଝର ଓ ଅନୁଗୋଳ ଜିଲାର ଖଣିଖାଦାନରେ କାର୍ଯ୍ୟ କରୁଛନ୍ତି। ବସ୍‌ ଚଳାଚଳ ବନ୍ଦ ଯୋଗୁ ସେମାନେ ବାଧ୍ୟହୋଇ ବାଇକ୍‌ରେ ଯାଉଛନ୍ତି। ଅଧିକାଂଶ ଜରୁରୀ କାର୍ଯ୍ୟରେ ବାଇକ୍‌ ଭରସା ପାଲଟିଛି। ପେଟ୍ରୋଲ ଦର ବୃଦ୍ଧି ପାଉଥିବାରୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି।
-ଶ୍ରୀଧର ବେହେରା, ସାମାଜିକ କର୍ମୀ

ବ୍ୟବସାୟରେ ସମସ୍ୟା ଉପୁଜିଛି
ବସ୍‌ ଚଳାଚଳ ବନ୍ଦ ପରେ ଛୋଟ ଗାଡ଼ିମାଲିକମାନେ ଦୁଇଗୁଣା ଭଡ଼ା ଆଦାୟ କରୁଛନ୍ତି। ଜିଲା ବାହାରକୁ ଯିବାରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ସରକାର କଟକଣାରେ ଗାଡ଼ି ଚଳାଇବାକୁ ଅନୁମତି ଦେଲେ ସମସ୍ୟା ଅନେକାଂଶରେ ସମାଧାନ ହୋଇପାରନ୍ତା।
-ଅନିରୁଦ୍ଧ ମିଶ୍ର, ବୁଦ୍ଧିଜୀବୀ

ବିପୁଳ କ୍ଷତି ସହିଲୁଣି
ମୋର ୬ଟି ବସ୍‌ ରହିଛି। ଉକ୍ତ ଗାଡ଼ିଗୁଡ଼ିକ ନିୟମିତ ଢେଙ୍କାନାଳ, ଅନୁଗୋଳ, ଯାଜପୁର ଜିଲାକୁ ଚଳାଚଳ କରିଥାଏ। ବସ୍‌ ଯାତାୟାତରେ କଟକଣା ଲାଗୁ କରାଯିବା ପରେ ବିପୁଳ କ୍ଷତି ସହିବାକୁ ପଡୁଛି। ନିୟମ କୋହଳ ହେବାକୁ ଅପେକ୍ଷା କରିଛୁ।
-ଦିଲୀପ କୁମାର ଅଗ୍ରୱାଲ, ବସ୍‌ ମାଲିକ

ସ୍ଥିତି ନିୟନ୍ତ୍ରଣକୁ ଆସିଲେ ବସ୍‌ ଗଡ଼ିବ
କରୋନାର ଦ୍ୱିତୀୟ ଲହର ଘାତକ ସାବ୍ୟସ୍ତ ହୋଇଛି। ଭିଡ଼ଜନିତ ସଂକ୍ରମଣ ଏଡ଼ାଇବାକୁ ସରକାର ବିଭିନ୍ନ ପର୍ଯ୍ୟାୟାରେ ୩ ଥର ଲକ୍‌ଡାଉନ୍‌ ବୃଦ୍ଧି କରିଛନ୍ତି। ବସ୍‌ ଚଳାଚଳ ବନ୍ଦ ରହିଛି। ସ୍ଥିତି ନିୟନ୍ତ୍ରଣକୁ ଆସିଲେ ସରକାରୀ ନିଷ୍ପତ୍ତି ଅନୁଯାୟୀ ବସ୍‌ ଗଡ଼ିବ।
-ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri