ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ଯେତିକି ନିଆଁ ଲିଭାଉଛନ୍ତି ଅନ୍ୟସ୍ଥାନରେ ସେତିକି ଜଳୁଥିବା ଦେଖିବାକୁ ମିଳୁଛି। ନିଆଁ  ଲିଭା କାମରେ ବନ ବିଭାଗ, ଦମକଳ ବାହିନୀ ଓ ଓଡ୍ରାଫ୍ଟ ଟିମ୍‌ ନିୟୋଜିତ ଅଛନ୍ତି। ଗୁରୁବାର ଅଭୟାରଣ୍ୟରେ ୩୧ଟି ଫାୟାର ପଏଣ୍ଟ ଚିହ୍ନଟ ହୋଇଥିବା ନେଇ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ(ଆର୍‌ସିସିଏଫ) ଡ.ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି ା
ସତ୍ତ୍ୱେ ସମ୍ପୂର୍ଣ୍ଣ ବନାଗ୍ନି ରୋକାଯାଇପାରୁ ନାହିଁ। ନିଆଁକୁ ନେଇ ବିଭାଗୀୟ ଅଧିକାରୀ ଓ ପରିବେଶବିତ୍‌ମାନେ ଚିନ୍ତାରେ ପଡ଼ିଛନ୍ତି। ବର୍ଷ ତମାମ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବନାଗ୍ନିକୁ ନେଇ ବିଭିନ୍ନ ସଚେତନତା ଭିତ୍ତିିକ କାର୍ଯ୍ୟକ୍ରମ କରାଯାଉଛି। ମହୁଲ ସଂଗ୍ରହ ଓ ଶିକାର ଉଦ୍ଦେଶ୍ୟରେ ଲୋକେ ନିଆଁ ଲଗାଇବାକୁ ପଛାଉ ନାହାନ୍ତି। ଜୀବନଜୀବିକା ଉଦ୍ଦେଶ୍ୟରେ ଲୋକେ ବନ୍ୟଜାତ ଦ୍ରବ୍ୟ ଉପରେ ନିର୍ଭର କରି ଏଭଳି ପରିସ୍ଥିତି ସୃଷ୍ଟି କରୁଥିବା ନେଇ ପରିବେଶବିତ୍‌ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି। ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ କରି ରୋଜଗାରକ୍ଷମ ପୂର୍ବକ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ପାରିଲେ ଏହାକୁ ରୋକାଯାଇ ପାରିବ ବୋଲି ଆଚାର୍ଯ୍ୟ ମତ ଦେଇଛନ୍ତି। ସେହିପରି ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଅଭୟାରଣ୍ୟକୁ ବାଦ୍‌ ଦେଲେ  ଗାଁ  ଗଣ୍ଡାରେ ଅନେକ ଜଙ୍ଗଲ ରହିଛି। ଚଳିତ ବର୍ଷ ଏହି ଜଙ୍ଗଲଗୁଡ଼ିକରେ ବନାଗ୍ନି ଦେଖାଯାଇନାହିଁ। ବନାଗ୍ନିକୁ ରୋକିବା ପାଇଁ ଯୁବପୀଢିଠାରୁ ଆରମ୍ଭ କରି ପ୍ରତ୍ୟେକ ନାଗରିକମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ରହିବା ଜରୁରୀ ବୋଲି ପରିବେଶବିତ ସଂଯୁକ୍ତା ବସା କହିଛନ୍ତି। ଚଳିତ ବର୍ଷ ଅପେକ୍ଷାକୃତ କମ ବନାଗ୍ନି ସୃଷ୍ଟି ହୋଇଥିବା ବନ ବିଭାଗ ସୂଚନା ଦେଇଛି। ଅଭୟାରଣ୍ୟ ଅଧୀନ ରାଇରଙ୍ଗପୁର ବନଖଣ୍ଡରେ ୨ଟି ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡ ଅଞ୍ଚଳରେ ୧୨ଟି ଓ ଉତ୍ତର ବନଖଣ୍ଡ ଅଞ୍ଚଳରେ ୧୭ଟି ସ୍ଥାନକୁ ମିଶାଇ ୩୧ଟି ଫାୟାର ପଏଣ୍ଟ ଚିହ୍ନଟ କରାଯାଇଛି। ସୂଚନା ମିଳିବା ପରେ ନିଆଁକୁ ଆୟତ୍ତ କରିବା ପାଇଁ ବନାଗ୍ନି ରକ୍ଷାକାରୀମାନେ ପହଞ୍ଚତ୍ ୪ଟି ପଏଣ୍ଟର ନିଆଁକୁ ଆୟତ୍ତ କରିଛନ୍ତି। ଅବଶିଷ୍ଟ ୨୭ ପଏଣ୍ଟରେ ନିଆଁ ଜଳୁଥିବା ବେଳେ କର୍ମଚାରୀମାନେ ପହଞ୍ଚତ୍ ଆୟତ୍ତ କରିବାରେ ଲାଗିଛନ୍ତି। ନିଆଁ ଲାଗି ଅନେକ କୀଟପତଙ୍ଗ ନଷ୍ଟ ହେଉଥିବା ବେଳେ ବନ୍ୟଜନ୍ତୁ ଭୟଭୀତ ଅବସ୍ଥାରେ ରହିଛନ୍ତି। ବିଶେଷ ଭାବେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବନାଗ୍ନିର ମାତ୍ରା ଅଧିକ ରହିଛି। ଜଙ୍ଗଲ ପଥ ଗୁଡ଼ିକରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ଦିଗପହଣ୍ଡିରେ ମାତିଛି ଗୋଠଛଡ଼ା ହାତୀ: ଭୟଭୀତ ଅଞ୍ଚଳବାସୀ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ଜିଲା ସୀମାନ୍ତରେ ଗତ ୪ ଦିନ ହେବ ଗୋଟିଏ ଗୋଠଛଡ଼ା ହାତୀ ଘୁରି ବୁଲୁଛି। ସା ହେଲେ ହାତୀଟି…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ଫେବୃଆରୀ ୨୦ରେ Odisha Budget 2026-27

ଭୁବନେଶ୍ୱର,୩୦।୧: ଫେବୃଆରୀ ୧୭ରୁ ବିଧାନସଭା ବଜେଟ ଅଧିବେଶନ  ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ Odisha Budget 2026-27 ଅଧିବେଶନ। ଫେବୃଆରୀ ୨୦ରେ ଆଗତ ହେବ ବଜେଟ-୨୦୨୬।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri